Agreement Marriage / କିଡନୀ ପାଇଁ କର୍କଟ ରୋଗୀଙ୍କୁ ବିବାହ କରିଥିଲେ ମହିଳା, ହେଲେ ଏମିତି ବଦଳିଗଲା ଜୀବନର ମୋଡ....
·10 months ago·2 min read

Key Points
ବଞ୍ଚିବାକୁ ଚାହୁଁଥିଲେ କିଡନୀ ଫେଲ୍ୟୁଅର୍ ମହିଳା
ମୃତ୍ୟୁର ଦ୍ଵାରଦେଶରେ ଥିଲେ କ୍ୟାନସର ପୀଡିତ
ଉଭୟ ଡିଲ୍ ପାଇଁ କରିଥିଲେ ବିବାହ
ହେଲେ ଡିଲ୍ ବଦଳରେ ମିଶିଗଲା ଦିଲ୍
ମୃତ୍ୟୁର ଦ୍ଵାରଦେଶରେ ଥିଲେ କ୍ୟାନସର ପୀଡିତ
ଉଭୟ ଡିଲ୍ ପାଇଁ କରିଥିଲେ ବିବାହ
ହେଲେ ଡିଲ୍ ବଦଳରେ ମିଶିଗଲା ଦିଲ୍
ମୃତ୍ୟୁର ଦ୍ଵାରଦେଶରୁ ଆଶାର ଆଲୋକ । କେବଳ ବଞ୍ଚିବାର ରାହା ଖୋଜୁଥିଲେ ମହିଳା । ହେଲେ କ୍ୟାନସର ପୀଡିତଙ୍କୁ ଭେଟିଲା ପରେ ବଦଳିଗଲା ଜୀବନର ମୋଡ । ଏବେ ଆଉ ନିଜ ପାଇଁ ନୁହେଁ, ନିଜ ଜୀବନସାଥି ପାଇଁ ଜୀବନ ଜୀଇବାକୁ ଅଣ୍ଟା ଭିଡିଲେ । ହାରିଗଲା ରୋଗ ଜିତିଗଲା ପ୍ରେମ ।
ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ଚୀନରେ । ଚୀନର ୨୪ ବର୍ଷୀୟ ୱାଙ୍ଗ ସିଆଓଙ୍କର ୟୁରୋମିଆ ନାମକ ରୋଗ ଥିଲା । ଡାକ୍ତର କହିଥିଲେ, ଯଦି ଶୀଘ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ ନକରାଯାଏ, ତେବେ ମହିଳା ବର୍ଷେ ଭିତରେ ମୃତ୍ୟୁବରଣ କରିବେ । କିନ୍ତୁ ମହିଳା ଜଣକ ବଞ୍ଚିବାକୁ ଚାହୁଁଥିଲେ । ଆଉ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ । ସେଥିପାଇଁ ସେ ଚାହୁଁଥିଲେ, କୌଣସି କ୍ୟାନସର ବ୍ୟକ୍ତି, ଯାହାଙ୍କର ବଞ୍ଚିବାର ସମୟସୀମା କମ ରହିଛି, ତାଙ୍କୁ ବିବାହ କରି ତାଙ୍କର ଯତ୍ନ ନେବେ , ଏବଂ ସେ ତାଙ୍କ ଶେଷ ସମୟରେ ସିଆଓଙ୍କୁ ତାଙ୍କର କିଡନୀ ଦେଇପାରିବେ । ଏଥିପାଇଁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।
ଆଉ ତାଙ୍କର ଏପରି ଚୁକ୍ତିନାମାରେ ରାଜି ହୋଇଥିଲେ, ୨୭ ବର୍ଷୀୟ ଜଣେ ଯୁବକ ୟୁ ଝେନପିଙ୍ଗ । ଯିଏ କର୍କଟ ରୋଗରେ ପୀଡିତ ଥିଲେ । ଆଉ ତାଙ୍କ ପାଖରେ ବଞ୍ଚିବାର ସମୟ ମଧ୍ୟ କମ ଥିଲା । ତାଙ୍କର ରକ୍ତଗ୍ରୁପ ମଧ୍ୟ ସିଆଓଙ୍କ ସହ ମିଶୁଥିଲା । ଯାହାକୁ ନେଇ ସେ ସିଆଓଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ମଧ୍ୟରେ ବିବାହ କେବଳ ବୁଝାମଣା ଥିଲା । ସିଆଓ କହିଥିଲେ, ସେ ଝେନପିଙ୍ଗଙ୍କ ଶେଷ ସମୟ ଯାଏଁ ତାଙ୍କ ସେବା କରିବେ ଆଉ ମୃତ୍ୟୁ ପରେ ତାଙ୍କ କିଡନୀ ନେବେ ।
ଅଧିକ ପଢନ୍ତୁ : ସୁନା ଦରକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ କହିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ଏହି ବୁଝାମଣା ଧିରେଧିରେ ପ୍ରେମରେ ପରିଣତ ହୋଇଥିଲା । ଯେତେବେଳେ ସିଆଓ ଝେନପିଙ୍ଗଙ୍କ ଯତ୍ନ ନେବା ଆରମ୍ଭ କରିଥିଲେ । ଉଭୟ ଉଭୟଙ୍କ ସହ ସମୟ ବିତାଇବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା । ସିଆଓ ଝେନପିଙ୍ଗଙ୍କ ଚିକିତ୍ସା ପାଇଁ ହାତରେ ଫୁଲତୋଡା ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ ।
୨୦୧୪ ମଧ୍ୟଭାଗ ସୁଦ୍ଧା, ୟୁଙ୍କ ଅବସ୍ଥା ସ୍ଥିର ହୋଇଥିଲା ଏବଂ ୱାଙ୍ଗଙ୍କ ଡାଏଲିସିସ୍ ଆବଶ୍ୟକତା ମଧ୍ୟ କମିଥିଲା । ଏକ ଚୁକ୍ତିରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପ୍ରେମ କାହାଣୀରେ ଶେଷ ହୋଇଥିଲା । ଉଭୟଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସୃଷ୍ଟି କରିଛି ।

Related Topics
Explore more stories