Previous Birth / ‘ମୁଁ ଆମେରର ରାଜା ମାନ ସିଂହ’: ମନେପଡ଼ୁଛି ପୁନର୍ଜନ୍ମର କଥା...
·2 months ago·3 min read

Key Points
ବିଶ୍ୱାସ ହେଉନଥିଲେ ବି ସତ
ପଞ୍ଚମ ଶ୍ରେଣୀର ବାଳକ କହୁଛି ପୁନର୍ଜନ୍ମର କଥା
ଜାଣନ୍ତୁ ଏହା ପଛର କାରଣ କଣ ?
ପଞ୍ଚମ ଶ୍ରେଣୀର ବାଳକ କହୁଛି ପୁନର୍ଜନ୍ମର କଥା
ଜାଣନ୍ତୁ ଏହା ପଛର କାରଣ କଣ ?
ପଞ୍ଚମ ଶ୍ରେଣୀର ବାଳକ କହୁଛି ପୁନର୍ଜନ୍ମର କଥା।। ଏଠାରେ ଜଣେ ବାଳକ ନିଜକୁ ଆମେରର ରାଜା ମାନ ସିଂହ ବୋଲି ଦାବି କରିବା ସହ ତାଙ୍କର ପୁର୍ନଜନ୍ମ ହୋଇଥିବା କହୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା । ସୋସିଆଲ ମିଡିଆରେ ଅନେକ ସମୟରେ ପୁନର୍ଜନ୍ମ କଥା ଶୁଣିବାକୁ ମିଳିଥାଏ। ଅବଶ୍ୟ ବାସ୍ତବରେ ପୁନର୍ଜନ୍ମ କଥା ଏବେବି ପ୍ରମାଣିତ ହୋଇପାରିନାହିଁ। ହେଲେ ଅନେକ ସମୟରେ ଲୋକଲୋଚନକୁ ଆସୁଥିବା ଘଟଣାବଳୀ ଏହା ଉପରେ ବତର୍କ ସୃଷ୍ଟି କରିଥାଏ। ଏବେ ପୁଣି ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜସ୍ଥାନ ଟୋଙ୍କ ଜିଲ୍ଲା ଜେକମାବାଦ ଗାଁରେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗାଁର କାହ୍ନାରାମ ବୈରଓ୍ବାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।
କାରଣ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା କାହ୍ନାରାମ ଏଭଳି କିଛି କଥା କହୁଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। କାହ୍ନାରାମ କୁହନ୍ତି, ପୂର୍ବ ଜୀବନରେ ସେ ଜଣେ ରାଜା ଥିଲେ।କାହ୍ନାରାମ ଏହା ମଧ୍ୟ କହିଛି ଯେ, ତା’ର ଦୁଇ ରାଣୀ ଥିଲେ ଏବଂ ଜୋଧା ବାଈ ତାଙ୍କ ମାଉସୀ। ଆହୁରି ମଧ୍ୟ ରୋଚକ କଥା ହେଉଛି ଏହି ଦାବି ସତ୍ତ୍ବେବି ସେ କ୍ରିକେଟର ବିରାଟ କୋହଲିଙ୍କୁ ନିଜର ପ୍ରିୟ କ୍ରିକେଟର ବୋଲି କହିବା ସହ ବଡ଼ ହେଲେ ପୋଲିସରେ ସାମିଲ ହେବାକୁ ଚାହୁଥିବା କହିଛନ୍ତି। ପୁନର୍ଜନ୍ମ କଥା କହୁଥିଲେ ବି, ଐତିହାସିକ ବିବରଣୀ ବିଷୟରେ କାହ୍ନାରାମ ଅନେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନାହାଁନ୍ତି। ରାଜା ମାନ ସିଂହଙ୍କ ମୃତ୍ୟୁ ସ୍ଥାନ ବିଷୟରେ ପଚରାଯିବାରୁ ସେ ଦାବି କରିଛନ୍ତି ଯେ, ତାଙ୍କର ମୃତ୍ୟୁ ଏକ ମଣ୍ଡିରେ ହୋଇଥିଲା।
ଆହୁରି ମଧ୍ୟ ସେ ବାରମ୍ବାର ଏହା ସ୍ବୀକାର ବି କରିଛନ୍ତି ଯେ, ସେ ହଲଦୀଘାଟି ଲଢ଼େଇ ହାରିଥିଲେ। କିନ୍ତୁ ଯୁଦ୍ଧ ବିଷୟରେ ବିସ୍ତୃତ ତଥ୍ୟ ତଥା ଆମେର ଦୁର୍ଗ କିମ୍ବା ଅନ୍ୟ ଐତିହାସିକ ଘଟଣା ବିଷୟରେ ସଠିକ ସୂଚନା ଦେଇପାରିନାହାଁନ୍ତି। ତାଙ୍କ କୂଳ ଦେବୀ ଥିଲେ ଆମେରର ଶିଲା ଦେବୀ। ସେ ହଲଦୀଘାଟି ଯୁଦ୍ଧରେ ମହାରାଣା ପ୍ରତାପଙ୍କ ଠାରୁ ପରାଜୟ ହୋଇଥିଲେ। ଆଉ ଯୁଦ୍ଧରୁ ଲୁଣ୍ଠନ କରିଥିବା ସମାଗ୍ରୀକୁ ସେ ଆମେରର ମହଲରେ ଲୁଚାଇଦେଇଥିଲେ।
.କ’ଣ କହୁଛନ୍ତି କାହ୍ନାରାମଙ୍କ ପରିବାର ?
ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, କାହ୍ନାରାମ ପ୍ରାୟ ଅଢ଼େଇ ବର୍ଷ ବୟସ ଠାରୁ ଏଭଳି ବ୍ୟବହାର କରୁଛନ୍ତି। ସେ କାହା ଘରେ କାହା ସାଙ୍ଗେ ଖାଆନ୍ତି ନାହିଁ। ଏମିତିକି କୁହନ୍ତି ମୁଁ ଜଣେ ରାଜ ପରିବାରର, ଏହି ଘରେ ପ୍ରସ୍ତୁତ ହୋଇଥିବା ଖାଇବି ନାହିଁ। ତେବେ ବୟସ ବଢ଼ିବା ସହ ସେ ତାଙ୍କ ପୂର୍ବ ଜୀବନ ବିଷୟରେ ଆହୁରି ଅଧିକ ସୂଚନା ଦେଇଥିଲେ।ଅନ୍ୟପଟେ କାହ୍ନାରାମଙ୍କ ମାଆ କହିଛନ୍ତି, ବାଳକ ଉପରେ ଇଶ୍ବରଙ୍କ ଆଶୀର୍ବାଦ ରହିଛି। କାହ୍ନାରାମ ଅଷ୍ଟମୀ ଦିନ ଲୋକଙ୍କ ସମସ୍ୟା ଶୁଣନ୍ତି ଏବଂ ତାହାର ସମାଧାନ ଖୋଜିବାର ପ୍ରୟାସ କରିଥାନ୍ତି। ତାଙ୍କ ମାଆ କହିଛନ୍ତି ରାଜା ମାନ ସିଂହଙ୍କ ବଂଶଜ ଯଦି ଏହି ଦାବି ବିଷୟରେ ଜାଣିପାରିବେ ଏବଂ ତାଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରିବେ।
ଏଥିସହ ପଢ଼ନ୍ତୁ: ସ୍କୁଲ ଯାଉନାହାନ୍ତି ୩୨ ଲକ୍ଷ ପିଲା, କାରଣ ଜାଣିଲେ ଉଡ଼ିଯିବ ହୋସ୍...
କାହ୍ନାରାମ ଆହୁରି କହିଛନ୍ତି ଯେ, ସେ ଆମେରର ଶିଲା ଦେବୀ ମନ୍ଦିର ଯାଇଥିଲେ। ପୂର୍ବ ଜୀବନରେ ଲୁଚାଇଥିବା ଗୁପ୍ତଧନ ଆଜିବି ସେଠାରେ ରହିଛି । ପୂର୍ବ ଜୀବନରେ ଅନେକ ଯୁଦ୍ଧ ଲଢ଼ିଛନ୍ତି ଏବଂ ଆମେର ଦୁର୍ଗ ନିର୍ମାଣ ପାଇଁ ବଡ଼ ଭୂମିକା ନିଭାଇଛନ୍ତି। ସେ କହିଛନ୍ତି ଶିଲା ଦେବୀଙ୍କ ମୂର୍ତ୍ତିକୁ ସେ ପଶ୍ଚିମବଙ୍ଗରୁ ଆଣିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପୂର୍ବରୁ ମାନବ ବଳି ଦିଆଯାଉଥିଲା । ହେଲେ ଯେତେବେଳେ, ନରବଳି ବଦଳରେ ଛେଳିକୁ ବଳି ଭାବରେ ଦିଆଗଲା। ଦେବୀ ଏଥିରେ କ୍ରୋଧିତ ହୋଇଥିଲେ। ଆଉ ମୂର୍ତ୍ତିର ବେକ ଗୋଟିଏ ପାର୍ଶ୍ବକୁ ମୋଡ଼ି ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories