Donald Trump / ରାଜନୈତିକ ଶତ୍ରୁଙ୍କ ପଛରେ ଲାଗିଥିଲେ ଟ୍ରମ୍ପ, ଖୁଲାସା କଲେ କୋର୍ଟ...
·9 months ago·2 min read

Key Points
ଧରା ପଡ଼ିଗଲା ଟ୍ରମ୍ପଙ୍କ ମିଛ
ରାଜନୈତିକ ଶତ୍ରୁଙ୍କ ବିରୋଧରେ କରିଥିଲେ ମିଛ ମାମଲା
ଖାରଜ କରିଦେଲେ କୋର୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ଭାରି ପଡ଼ିଗଲା ଟ୍ରମ୍ପଙ୍କ ମିଛ। ଯେଉଁ ମିଛ କହିଥିଲେ, ସେହି ମିଛ ପାଇଁ ଫସିଗଲେ ଟ୍ରମ୍ପ। ଯେଉଁ ଖବର ସବୁଠି ଆଲୋଚନାର ବିଷୟ ପାଲଟିଛି । ନିଜ ଦେଶରେ ବାରମ୍ବାର ଅପଦସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି । ନିଜ ମନଇଚ୍ଛା ନିଷ୍ପତ୍ତି ଏବଂ ରାଜୁତିକୁ ଚେକ୍ ଦେଇଛନ୍ତି ୟୁଏସ ଫେଡେରାଲ ଜଜ୍ । ଏଫବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କୋମେ ଏବଂ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସଙ୍କ ବିରୋଧରେ ଲାଗିଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଯାହା ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଇରାଣ କରିବା ପାଇଁ ଟ୍ରମ୍ପଙ୍କ ଚାଲ୍ ଥିଲା ବୋଲି କୁହାଯାଉଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି ନିଜ ଦେଶର ନୁହଁନ୍ତି, ତେବେ ସେ ଅନ୍ୟ ଦେଶର ଭଲ କେମିତି କରିବେ ତାହା ବଡ଼ ପ୍ରଶ୍ନ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରୁ ଟ୍ରମ୍ପ ନିଜ ରାଜନୈତିକ ଶତ୍ରୁ ଏବଂ ସମାଲୋଚକଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ ପ୍ରଥମେ ଷଡଯନ୍ତ୍ରର ଶିକାର ହୋଇଥିଲେ । ତାଙ୍କ ବିରୋଧରେ ଗୁଇନ୍ଦା ତଥ୍ୟକୁ ସାର୍ବଜନୀନ କରିବା ଭଳି ସଙ୍ଗୀନ ଅଭିଯୋଗ ଲାଗିଥିଲା । ଅନ୍ୟ ଦିଗରେ ଆମେରିକାର ଜଣେ ଟ୍ରମ୍ପ ବିରୋଧି ବୈଜ୍ଞାନିକଙ୍କୁ ମଧ୍ୟ କାଠଗଡାର ସାମ୍ନା କରିବାକୁ ପଡିଛି । ଏହାପରେ ଟ୍ରମ୍ପଙ୍କ ଷଡଯନ୍ତ୍ରର ଶିକାର ହୋଇଥିଲେ ଜେମ୍ସ କୋମେ ଏବଂ ଲେଟିଟିଆ ଜେମ୍ସ। ରିପୋର୍ଟ ଅନୁସାରେ, ୬୪ ବର୍ଷୀୟ କୋମେଙ୍କ ବିରୋଧରେ ଗତ ସେପ୍ଟେମ୍ବର ମାସରେ ମାମଲା ଦାଖଲ ହୋଇଥିଲା । ସେ ୟୁଏସ କଂଗ୍ରେସକୁ ମିଛ ବୟାନ ଦେଇଥିବା ଅଭିଯୋଗରେ ଦର୍ଶାଇଯାଇଥିଲା । ସେହିପରି ଲେଟିଟିଆ ଯିଏ କି ଟ୍ରମ୍ପଙ୍କ ବିରୋଧରେ ଏକ ମାମଲା ଲଢୁଥିଲେ ତାଙ୍କ ବିରୋଧରେ ବ୍ୟାଙ୍କରେ ଜାଲିଆତି କରି ନେଣଦେଣ କରିଥିବା ଅଭିଯୋଗ ହୋଇଥିଲା ।
ଏଥିସହ ପଢ଼ନ୍ତୁ: କାମ ଦେଲାନି ଟ୍ରମ୍ପଙ୍କ ପ୍ଲାନ: ୟୁକ୍ରେନ ଉପରେ ରୁଷର ବୋମା ମାଡ, ୫ ଶିଶୁ ସମେତ ଅନେକ ଲୋକଙ୍କ ମୃତ୍ୟୁ
ତେବେ ଉଭୟଙ୍କ ବିରୋଧରେ ଲାଗିଥିବା ମାମଲାକୁ ଫେଡେରାଲ କୋର୍ଟ ଖାରଜ କରିଛନ୍ତି । ବିଚାରପତି କ୍ୟାମେରୁନ୍ କ୍ୟୁରି କହିଛନ୍ତି ଯେ, ମାମଲା ଦାଖଲ କରିଥିବା ବ୍ୟକ୍ତି ବେଆଇନ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଲିଣ୍ଡସେ ହାଲିଗାନ୍ ମାମଲାକୁ କୋର୍ଟ ସମ୍ମୁଖରେ ରଖିଥିଲେ । କିନ୍ତୁ ତାଙ୍କୁ ପୂର୍ବରୁ ହ୍ୱାଇଟ୍ ହାଉସରୁ ସହାୟତା ମିଳୁଥିଲା । ତାଙ୍କ ପାଖରେ ଆଇନଜୀବୀ ହେବା ନେଇ ପୂର୍ବରୁ କୌଣସି ଅଭିଜ୍ଞତା ନାହିଁ । ଫେଡେରାଲ ଆଇନ ବା ୟୁଏସ ସଙ୍ଘୀୟ ନିୟମ ଅନୁସାରେ ବରିଷ୍ଠ ଆଇନଜୀବୀମାନଙ୍କୁ ସିନେଟରୁ ଅନୁମତି ମିଳିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ମଧ୍ୟ ପଢ଼ନ୍ତୁ: ଛାତି ପିଟିଲେ ଟ୍ରମ୍ପ; କହିଲେ- 'ଟାରିଫ୍ ଧମକ ଦେଇ ୮ରୁ ବନ୍ଦ କରିଛି ୫ଟି ଯୁଦ୍ଧ'
ତାଙ୍କୁ କୌଣସି ବିଧିବଦ୍ଧ ଆଇନ ଦ୍ୱାରା ନିଯୁକ୍ତ କରାଯାଇନଥିଲା । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ମାମଲାକୁ ଖାରଜ କରାଯାଇଛି । ଏହାସହ କୋର୍ଟ କୋମେ ଏବଂ ଲେଟିଟିଆଙ୍କୁ ଦୋଷମୁକ୍ତ କରିଥିଲେ । ଅନ୍ୟ ଦିଗରେ କୋମେ ଫେଡେରାଲ ଜଜ୍ଙ୍କ ରାୟକୁ ସ୍ୱାଗତ କରିଛନ୍ତି । ୟୁଏସ ରାଷ୍ଟ୍ରପତି ନିଜ ରାଜନୈତିକ ଶତ୍ରୁଙ୍କୁ ମାତ୍ ଦେବାକୁ ବେଆଇନ କାର୍ଯ୍ୟ କରିପାରିବେ ନାହିଁ ବୋଲି ପ୍ରମାଣିତ ହୋଇଛି । ଅନ୍ୟ ଦିଗରେ ଲେଟିଟିଆ ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ମିଛ ଏବଂ ମନଗଢା ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories