Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଛାତି ପିଟିଲେ ଟ୍ରମ୍ପ; କହିଲେ- 'ଟାରିଫ୍ ଧମକ ଦେଇ ୮ରୁ ବନ୍ଦ କରିଛି ୫ଟି ଯୁଦ୍ଧ'

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଛାତି ପିଟିଲେ ଟ୍ରମ୍ପ; କହିଲେ- 'ଟାରିଫ୍ ଧମକ ଦେଇ ୮ରୁ ବନ୍ଦ କରିଛି ୫ଟି ଯୁଦ୍ଧ'

Key Points

ଛାତି ବାଡ଼େଇ ବାଡ଼େଇ ଟ୍ରମ୍ପ କହିଛନ୍ତି, "ମୁଁ ରୋକିଛି ଯୁଦ୍ଧ ।" ବିଶ୍ଵରେ ଚାଲିଥିବା ୮ରୁ ୫ଟି ଯୁଦ୍ଧକୁ ଟ୍ରମ୍ପ ଟାରିଫ୍ ଭୟ ଦେଖାଇ ବନ୍ଦ କରି ଦେଇଥିବା ଦାବି କରିଛନ୍ତି ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଛନ୍ତି ବଡ଼ ଦାବି । ଛାତି ବାଡ଼େଇ ବାଡ଼େଇ ଟ୍ରମ୍ପ କହିଛନ୍ତି, "ମୁଁ ରୋକିଛି ଯୁଦ୍ଧ ।" ବିଶ୍ଵରେ ଚାଲିଥିବା ୮ରୁ ୫ଟି ଯୁଦ୍ଧକୁ ଟ୍ରମ୍ପ ଟାରିଫ୍ ଭୟ ଦେଖାଇ ବନ୍ଦ କରି ଦେଇଥିବା ଦାବି କରିଛନ୍ତି ।

ଟ୍ରମ୍ପ କହିଛନ୍ତି, "ବିଶ୍ଵବ୍ୟାପୀ ବିଭିନ୍ନ ରାଷ୍ଟ୍ର ଉପରେ ଆମେରିକା ଟାରିଫ୍ ଲଗାଇ ଅରବ ଡଲାର୍ କମାଉଛି । ଯାହା ଫଳରେ ଆର୍ଥିକ ଭାବେ ଲାଭାନ୍ଵିତ ହେଉଛି ଆମେରିକା ।" ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ଏ ସମ୍ପର୍କିତ ଦୀର୍ଘ ପୋଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଏଥିସହ ପଢ଼ନ୍ତୁ: ନମ୍ବର ବିହୀନ ଗାଡ଼ିରେ ଖସି ପଳାଇଥିଲା ସିକନ୍ଦର, ମାଟି ତଳେ ପୋତିଥିଲା ପାସପୋର୍ଟ

ଯେଉଁଠି ଟ୍ରମ୍ପ ଲେଖିଛନ୍ତି, "ଆମେ ବିଦେଶୀଙ୍କ ଉପରେ ଟାରିଫ୍ ଏବଂ ନିବେଶ ଭାବେର ଅରବ ଡଲାର କମାଉଛୁ । ମୁଁ ୮ଟିରୁ ୫ଟି ଯୁଦ୍ଧକୁ ଟାରିଫ୍ ଧମକ ଦେଇ ବନ୍ଦ କରିଛି । ଯଦି ସେମାନେ ଲଢ଼ିବା ବନ୍ଦ ନ କରିବେ ଅଥବା ପୁଣି ଲଢ଼ିବେ ତ ଟାରିଫ୍ ଲଗାଇ ଦେବି ।"

ପୂର୍ବରୁ ଅନେକଥର ଟ୍ରମ୍ପ, ଭାରତ-ପାକିସ୍ତାନ ମଧ୍ୟରେ ସୈନ୍ୟ ତିକ୍ତତା ରୋକିଥିବା ଦାବି କରି ସାରିଛନ୍ତି । ତେବେ ଟ୍ରମ୍ପ କରିଥିବା ଅସ୍ତ୍ରବିରତି ଦାବି ସହ ଭାରତ କେବେ ସହମତ ହୋଇ ନାହିଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଟାକ୍ଷ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ନିଜକୁ ସାବାସୀ ଦେଇ ଟ୍ରମ୍ପ କହିଛନ୍ତି, "ଏବେ ଆମେରିକାରେ ଦରବୃଦ୍ଧି ନାହିଁ । ଯେତେବେଳେ କି ବାଇଡେନ୍ ସମୟରେ ମୁଦ୍ରାସ୍ଫୀତି ଆମେରିକା ଇତିହାସରେ ସବୁଠୁ ଖରାପ ସ୍ତରରେ ଥିଲା । ଷ୍ଟକ୍ ମାର୍କେଟ୍ ୯ ମାସରେ ୪୮ ସ୍ତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଯେଉଁ ଦେଶ ବର୍ଷ ବର୍ଷ ଧରି ଟାରିଫ୍ ଜରିଆରେ ଆମେରିକାକୁ ଲୁଟୁଥିଲେ, ଏବେ ସେମାନଙ୍କୁ ଆମ ବିଚାର ବ୍ୟବସ୍ଥା ଆମେରିକାକୁ ବରବାଦ କରିବାକୁ ଅନୁମତି ଦେବ ନାହିଁ ।"

ଏଥିସହ ପଢ଼ନ୍ତୁ: ମାଆର ମୃତ୍ୟୁ ପରେ ଝିଅ ଭରୁଥିଲା ଋଣ କିସ୍ତି, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ SHG ସଦସ୍ୟା

କାହା ଉପରେ କେତେ ଟାରିଫ୍ ?

ଟ୍ରମ୍ପ ଦୃଢ଼ ଭାବେ କହିଛନ୍ତି, ଆମେରିକାର ଇତିହାସରେ ସବୁଠୁ ଧନୀ, ସବୁଠୁ ମଜଭୁତ ଏବଂ ସବୁଠୁ ସମ୍ମାନିତ ଦେଶ । ଏହା ପଛର କାରଣ ୨୦୨୪ ନଭେମ୍ବର ୫ (ଆମେରିକା ରାଷ୍ଟ୍ରପତି ନିର୍ବାଚନ ତାରିଖ) ଏବଂ ଟାରିଫ୍ । ଦ୍ଵିତୀୟ କାର୍ଯ୍ୟକାଳରେ ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଆର୍ଥିକ ସ୍ଥିତି ଅଧିନିୟମର ଉପଯୋଗ କରି ଟାରିଫ୍ ଲଗାଇଥିଲେ ।

ଯେଉଁଥିରେ ସମସ୍ତ ଆମଦାନୀ ଉପରେ ୧୦ ପ୍ରତିଶତ ବେସଲାଇନ୍ ଟାରିଫ୍ ସାମିଲ୍ । ଯେତେବେଳେ କି ଅଧିକ ବାଣିଜ୍ୟ କରୁଥିବା ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଗାଇଥିଲେ । ଯାହାକି ୧୫ରୁ ନେଇ ୪୧ ପ୍ରତିଶତ ଥିଲା । ଚୀନ ଉପରେ ମୋଟ ୫୪ ପ୍ରତିଶତ, ଭାରତ ଓ ବ୍ରାଜିଲ୍ ଉପରେ ୫୦ ପ୍ରତିଶତ, ୟୁରୋପୀୟ ସଂଘ-ଜାପାନ ଉପରେ ୧୫ ପ୍ରତିଶତ ଓ କାନାଡ଼ା ଉପରେ ୩୫ ପ୍ରତିଶତ ଟାରିଫ୍ ଲାଗିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trump Claims Tariffs Stopped 5 of 8 Global Wars | Argus News | Argus News