Videos
|
International

Bangladesh Resort Fire Today / ସମୁଦ୍ର କୂଳ ରିସୋର୍ଟ୍ ଠାରେ ଅଗ୍ନିକାଣ୍ଡ; ୧୦ ମୃତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସମୁଦ୍ର କୂଳ ରିସୋର୍ଟ୍ ଠାରେ ଅଗ୍ନିକାଣ୍ଡ; ୧୦ ମୃତ
Bangladesh Resort Fire Today

Key Points

ବାଂଲାଦେଶର କୋକ୍ସ ବଜାର ସ୍ଥିତ ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ୍ ରିସୋର୍ଟ ଠାରେ ହୋଇଯାଇଛି ଏକ ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଇନାନି ଅଞ୍ଚଳର ପଟୁଆରଟେକ୍ ବିଚ୍ ନିକଟରେ ଏହି ଘଟଣା ଘଟିଛି।
ଶନିବାର (୧୭ ଅକ୍ଟୋବର) ସକାଳେ ବାଂଲାଦେଶର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କୋକ୍ସ ବଜାର ସ୍ଥିତ ଏକ ସମୁଦ୍ର କୂଳ ରିସୋର୍ଟ ଠାରେ ଘଟିଯାଇଛି ଏକ ଭୟଙ୍କର ଅଗ୍ନିକାଣ୍ଡ। ଏହି ଦୁଃଖଦ ଘଟଣାରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉଖିଆ ପୋଲିସ ଷ୍ଟେସନ ମୁଖ୍ୟ ମହମ୍ମଦ ଅତିକୁର ରହମାନ ମଜୁମଦାରଙ୍କ କହିବା ଅନୁଯାୟୀ, ଇନାନି ଅଞ୍ଚଳର ମେରାଇନ୍ ଡ୍ରାଇଭ ସ୍ଥିତ ପାଟୁଆରଟେକ୍ ବିଚ୍ ନିକଟରେ ଅବସ୍ଥିତ ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ୍ ରିସୋର୍ଟ ଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୬:୩୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ସେବା ମୁଖପାତ୍ର ତଲହା ବିନ୍ ଜାସିମ୍ ଅପରାହ୍ନ ପ୍ରାୟ ୧:୩୦ ସମୟରେ ୧୦ ଜଣଙ୍କ ମୃତ୍ୟୁ ଏବଂ ୯ ଜଣ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି।

ବାଉଁଶ ଏବଂ କାଠରେ ନିର୍ମିତ ହୋଇଥିଲା ଏହି ତିନି ମହଲା ବିଶିଷ୍ଟ ରିସୋର୍ଟ
ତିନି ମହଲା ବିଶିଷ୍ଟ ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ୍ ରିସୋର୍ଟ ମୁଖ୍ୟତଃ ବାଉଁଶ ଏବଂ କାଠରେ ନିର୍ମିତ ହୋଇଥିଲା। ଯାହା କୋଲାତୋଲି ଠାରୁ ପ୍ରାୟ ୨୯ କିଲୋମିଟର ଦୂରରେ ଅବସ୍ଥିତ। ଜ୍ୱଳନଶୀଳ ସାମଗ୍ରୀ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଯାହା ସମଗ୍ର କୋଠାକୁ ଗ୍ରାସ କରି ଯାଇଥିଲା। କୋକ୍ସ ବଜାର ଅଗ୍ନିଶମ ସେବା ଉପ ସହାୟକ ନିର୍ଦ୍ଦେଶକ ସୟଦ ମହମ୍ମଦ ମୋର୍ସେଦ ହୋସେନ କହିଛନ୍ତି ଯେ ଏହି ରିସୋର୍ଟ୍ ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।

ଏହା ସହ ପଢନ୍ତୁ: ପବ୍ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ

ରିସୋର୍ଟ ଠାରେ ଉପସ୍ଥିତ ରହିଥିଲେ ୩୦ ଜଣ ଲୋକ
ଏହି ଦୁର୍ଘଟଣା ଘଟିବା ସମୟରେ, ପ୍ରାୟ ୩୦ ଜଣ ଲୋକ ସେହି ରିସୋର୍ଟ ଠାରେ ଉପସ୍ଥିତ ରହିଥିଲେ। ଯାହା ମଧ୍ୟରୁ କେବଳ ୪-୫ ଜଣ ଲୋକ ନିଜର ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିଲେ। ଦୁର୍ଘଟଣାରେ ଆହତ ୯ ଜଣଙ୍କୁ କକ୍ସ ବଜାର ସଦର ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଆବାସିକ ଚିକିତ୍ସା ଅଧିକାରୀ ସାବୁକତଗିନ୍ ମହମୁଦ ସୋହେଲ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ଯେତେବେଳେ ପୋଡ଼ିଯିବା ପରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି଼ ଦିଆଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜାରି ରହିଛି ତଦନ୍ତ
କୋକ୍ସ ବଜାର ଡେପୁଟି କମିଶନର ଏ.ମନ୍ନାନ କହିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୬ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପୂର୍ବରୁ ଏହାର ପରିଚୟ ନିଶ୍ଚିତ କରିବା ପାଇଁ ଡିଏନଏ ନମୁନା ନିଆଯିବ। ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପ୍ରାଥମିକ ଭାବରେ ରିସୋର୍ଟ ଠାରେ ରୋଷେଇ ଘରୁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ତଥାପି ଅଗ୍ନିଶମ ବିଭାଗ ତଦନ୍ତ ସମାପ୍ତ କରିବା ପରେ ଯାଇ ପ୍ରକୃତ କାରଣ ଜଣାପଡି଼ବ।