Videos
|
International

ସୁନୀତାଙ୍କୁ ଆଣିବାକୁ କ୍ରୁ-୯ ମିଶନ ଲଞ୍ଚ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସୁନୀତାଙ୍କୁ ଆଣିବାକୁ କ୍ରୁ-୯ ମିଶନ ଲଞ୍ଚ

ଅର୍ଗସ ବ୍ୟୁରୋ : ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବବ୍ ୱିଲମୋରଙ୍କୁ ଆଣିବା ଲାଗି କ୍ରୁ-୯ ମିଶନ ଲଞ୍ଚ ହୋଇଛି।  ସ୍ପେସ୍ ଏକ୍ସର ଡ୍ରାଗାନ ସ୍ପେସ କ୍ରାଫ୍ଟକୁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଆଡ଼କୁ ଲଞ୍ଚ କରାଯାଇଛି। ଏବେ କ୍ୟାପସୁଲରେ ସୁନିତା ଓ ବବ୍ ପୃଥୀବିକୁ ଫେରିବେ। ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ମହାକାଶରୁ ଭୂପୃଷ୍ଠକୁ ଫେରିବେ ସୁନିତା ୱିଲିଅମ୍ସ। ଏନେଇ ନାସା ପକ୍ଷରୁ ଦିଆଯାଇଛି ସୂଚନା। ସ୍ପେସ୍ ଏକ୍ସର ସ୍ବତନ୍ତ୍ରକ୍ରୁ କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରିବେ ସୁନିତା। ଜୁନ୍‌ ୬ରେ ମହାକାଶକୁ ଯାତ୍ରା କରିଥିବା ସୁନିତା ଏ ପର୍ଯ୍ୟନ୍ତ ପୃଥିବୀକୁ ଫେରିପାରିନାହାନ୍ତି। ସୁନିତା ଓ ବବ୍‌ ୱିଲମୋରଙ୍କୁ ନେଇ ଯାତ୍ରା କରିଥିବା ବୋଇଂ ଷ୍ଟାରଲାଇନର ଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କୌଣସି ମହାକାଶଚାରୀଙ୍କୁ ନ ଆଣି ପୃଥିବୀକୁ ଫେରିଆସିଥିଲା।

ଅଧିକ ପଢନ୍ତୁ : ମହାକାଶରେ କେମିତି ଜନ୍ମଦିନ ପାଳିଲେ ସୁନିତା ?

କ୍ରୁ-୯ ମିସନରେ ନାସା ହାକାଶଚାରୀ ନିକ୍ ହେଗ୍ ଏବଂ ରୁଷ୍‌ର ମହାକାଶଚାରୀ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ ଆଇଏସ୍‌ଏସ୍‌‌ରେ ପହଞ୍ଚି ସୁନୀତା ଓ ବବ୍ଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ। ଗତକାଲି ଉତ୍‌କ୍ଷେପଣ ହୋଇଥିବା ମହାକାଶ ଯାନରେ  ୪ ଜଣଙ୍କ ପରିବର୍ତ୍ତେ ମାତ୍ର ୨ ଜଣ କ୍ରୁ ମେମ୍ବର ରହିଛନ୍ତି, କାରଣ ଅବଶିଷ୍ଟ ସିଟ୍ ୱିଲିୟମ୍ସ ଏବଂ ୱିଲ୍‌ମୋରଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ସଂରକ୍ଷିତ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Crew-9 launch mission to retrieve Sunita williams | Argus News