Hardik Pandya / ପୁଣି ଥରେ ଗର୍ଜିଲା ପାଣ୍ଡ୍ୟାଙ୍କ ବ୍ୟାଟ୍: ଆଉ ଛକା ଚଉକା ଦେଖି ଫ୍ୟାନ୍ସ ଖୁସି
·4 months ago·2 min read

Key Points
ଲକି ପର୍ସନଙ୍କ ପାଇଁ କମାଲ କରୁଛନ୍ତି ପାଣ୍ଡ୍ୟା
୯ଟି ବିଶାଳ ଛକ୍କା ମାରି ଚର୍ଚ୍ଚାରେ ହାର୍ଦ୍ଦିକ

ପୁଣି ଷ୍ଟାଡିୟମରେ ଶୁଭିଲା ପାଣ୍ଡ୍ୟା ପାଣ୍ଡ୍ୟା। ସମସ୍ତଙ୍କ ମୁହଁରେ ଗୋଟିଏ ନାଁ। ବିଜୟ ହଜାରେ ଟ୍ରଫିରେ ଭାରତୀୟ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି।ବରୋଦା ପକ୍ଷରୁ ମ୍ୟାଚ୍ ଖେଳି ପାଣ୍ଡ୍ୟା ଆଜି ମାତ୍ର ୩୧ ବଲ୍ରେ ୭୫ ରନ୍ର ବିସ୍ଫୋରକ ଇନିଂସ୍ ଖେଳି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି।ଗୁରୁବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମ୍ରେ ଖେଳାଯାଉଥିବା ମ୍ୟାଚ୍ରେ ପାଣ୍ଡ୍ୟା ଚଣ୍ଡିଗଡ଼ ବିପକ୍ଷରେ ୯ଟି ଛକ୍କା ମାରିଛନ୍ତି। ତେବେ ଘରୋଇ ମ୍ୟାଚ୍ରେ ପାଣ୍ଡ୍ୟାଙ୍କ ଜବରଦସ୍ତ ଫର୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଶେଷ ପାଞ୍ଚଟି ଇନିଂସରେ ୪ ଥର ପଚାଶରୁ ଅଧିକ ସ୍କୋର ଏବଂ ଟୁର୍ଣ୍ଣାମେଣ୍ଟରେ ବଡ଼ ବଡ଼ ଛକା ମାରିଛନ୍ତି।
ବିଜୟ ହଜାରେ ଟ୍ରଫିରେ ଏହା ପୂର୍ବରୁ ମଧ୍ୟ ପାଣ୍ଡ୍ୟା ଚମତ୍କାର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ପାଞ୍ଚ ଦିନ ପୂର୍ବରୁ, ପାଣ୍ଡ୍ୟା ବିଦର୍ଭ ବିପକ୍ଷରେ ୬୮ ବଲ୍ରେ ଦ୍ରୁତ ଶତକ ହାସଲ କରିଥିଲେ। ୧୧ ଛକା ଏବଂ ୮ ଚୌକା ସହ ପାଣ୍ଡ୍ୟା ମୋଟ ୧୩୩ ରନର ଏକ ବିଶାଳ ଇନିଂସ ଖେଳିଥିଲେ।ତେବେ ଆରମ୍ଭରୁ ବରୋଦା ଚଣ୍ଡିଗଡ଼ ବୋଲରଙ୍କ ଘାତକ ବୋଲିଂରେ ଚାପରେ ରହିଥିଲା। ୧୧ ରନ୍ ବେଳେ ୨ ୱିକେଟ ହରାଇଥିଲା ଦଳ। ତେବେ ମିଡିଲ ଅର୍ଡରରେ ବ୍ୟାଟରମାନେ ଟିମ୍କୁ ବଳ ଦେଇଥିଲେ। ଫଳରେ ବରୋଦା ଚଣ୍ଡିଗଡ଼ ବିପକ୍ଷରେ ୩୫୦ ରନ୍ର ବିଶାଳ ସ୍କୋର ଛିଡ଼ା କରି ପାରିଥିଲା। ବରୋଦାର ଫାଇନାଲ୍ରେ ଏଲିଟ୍ ଗ୍ରୁପ୍ ବି ମ୍ୟାଚ୍ରେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ପାଣ୍ଡ୍ୟା ଏହି ଦମଦାର ଇନିଂସ ଖେଳିଥିଲେ। ହେଲେ ତା ପୂର୍ବରୁ ବ୍ୟାଟ୍ ସେଟ୍ ହେବା ପାଇଁ କିଛି ସମୟ ନେଇଥିଲେ।
ଏଥିସହ ପଢ଼ନ୍ତୁ: ଭାରତ ପରେ ଆମେରିକାରେ କୁକୁର: ସନ୍ୟାସୀଙ୍କ ପାଖରେ ଶୋଉଛି, କରୁଛି ଏହି କାମ...
୧୯ ବଲ୍ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଇନିଂସରେ ପାଣ୍ଡ୍ୟା ୯ଟି ବଡ଼ ବଡ଼ ଛକ୍କା ଏବଂ ଦୁଇଟି ଚୌକା ମାରିଥିଲେ। ୨୪୦ ଷ୍ଟ୍ରାଇକ୍ ରେଟ୍ ପ୍ରହାର କରିଥିଲେ ପାଣ୍ଡ୍ୟା। ବରୋଦା ଆରମ୍ଭରୁ ୱିକେଟ ହରାଇବା ପରେ ଦୁର୍ବଳ ସ୍ଥିତିକୁ ଚାଲି ଆସିଥିଲା। ଏହାପରେ ପ୍ରିୟାଂଶୁ ମୋଲିଆଙ୍କ ସହ ମିଶି ପାଣ୍ଡ୍ୟା ପଞ୍ଚମ ୱିକେଟ ପାଇଁ ମାତ୍ର ୫୧ ବଲ୍ରେ ୯୦ ରନ୍ ଯୋଡ଼ିଥିଲେ। ଯାହା ବରୋଦ ପାଇଁ ବଡ଼ ଯୋଗଦାନ ଥିଲା। ଚଣ୍ଡିଗଡ଼ ବିପକ୍ଷରେ, ଅନ୍ୟ ବ୍ୟାଟରମାନେ ମଧ୍ୟ ଦୃଢ଼ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ମୋଲିଆ ୧୦୬ ବଲରୁ ୧୦୩ ରନର ଇନିଂସ ଖେଳିଥିଲେ। ସେହିପରି ୱିକେଟକିପର-ବ୍ୟାଟର ଜିତେଶ ଶର୍ମା ମଧ୍ୟ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ପାଣ୍ଡ୍ୟାଙ୍କ ଆଉଟ୍ ହେବା ପରେ ଜିତେଶ ୩୩ ବଲରୁ ୮ ଚୌକା ଏବଂ ୪ ଛକା ସହ ୭୩ ରନ କରିଥିଲେ ଏବଂ ମୋଲିଆଙ୍କ ସହିତ ଷଷ୍ଠ ୱିକେଟ ପାଇଁ ୫୭ ବଲରୁ ୧୦୬ ରନ ଯୋଡିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories