Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?

International

Cuba Blackout Update / ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?

Subhramjit Ray
Browse all articles by Subhramjit Ray
·2 months ago·3 min read
ଅନ୍ଧାରରେ ବୁଡ଼ିଲା କ୍ୟୁବା; କାହିଁକି ଅଚାନକ ହୋଇଗଲା ବ୍ଲାକଆଉଟ୍?
Cuba Blackout

Key Points

ମଧ୍ୟ ପ୍ରାଚ୍ୟ  କାରଣରୁ ବିଶ୍ୱରେ ଏବେ ଶକ୍ତି ସଂକଟ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଠରେ କ୍ୟୁବା ଲାଗି ଚିନ୍ତା ବଢାଇ ଦେଇଛି ଅଘୋଷିତ ବିଦ୍ୟୁତ କାଟ।
why does cuba have blackouts: ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଅନ୍ଧାରରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି କ୍ୟୁବା। ଦେଶରେ ଏବେ ଶକ୍ତି ଏବଂ ଅର୍ଥନୈତିକ ସଙ୍କଟ ଗୁରୁତର ହେବାରେ ଲାଗିଛି। ଅଧିକାରୀଙ୍କ କହିବା ଅନୁଯାୟୀ ୧ କୋଟିରୁ ଅଧିକ ଲୋକ ବସବାସ କରୁଥିବା ଏହି କାରିବୀୟ ଦ୍ୱୀପ ଦେଶରେ ପାୱାର ଗ୍ରୀଡ୍‌ ଖରାପ ହେବା କାରଣରୁ ବିଦ୍ୟୁତ୍ କାଟ ହୋଇଥିଲା।

ଅନ୍ୟପକ୍ଷରେ ଦେଶର ଶକ୍ତି ଏବଂ ଖଣି ମନ୍ତ୍ରଣାଳୟ ସୋମବାର ଦେଶର ହୋଇଥିବା ବିଦ୍ୟୁକ କାଟ ସମ୍ପର୍କରେ ମତ ରଖି କହିଛି ଯେ ଏହାର ତଦନ୍ତ ଚାଲିଛି। ସୋମବାର ବିଳମ୍ବିତ ରାତିରେ ରାଜ୍ୟ ମନ୍ତ୍ରଣାଳୟର ବିଦ୍ୟୁତ୍ ନିର୍ଦ୍ଦେଶକ ଲାଜାରୋ ଗୁଏରା ଗଣମାଧ୍ୟମକୁ କହିଛନ୍ତି ଯେ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ କରିବା ପାଇଁ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ପୁନଃର୍ବାର ଆରମ୍ଭ କରିବା ନେଇ ପ୍ରୟାସ କରାଯାଉଛି। ଏଭଳି ସମସ୍ୟାକୁ ଏଡାଇବା ପାଇଁ ଏହାକୁ ଧିରେ ଧିରେ କରିବାକୁ ହେବ। କାରଣ ଯେତେବେଳେ ବ୍ୟବସ୍ଥା ଅତ୍ୟଧିକ ଦୁର୍ବଳ ଥାଏ, ସେତେବେଳେ ତାହା ବିଫଳ ହେବାର ସମ୍ଭାବନା ଅଧିକ ଥାଏ।

ବିଜୁଳି କାଟ୍ କୁ ନେଇ ଚିନ୍ତାରେ କ୍ୟୁବା ନିବାସୀ
ଦେଶର ହୋଇଥିବା ବିଜୁଳି କାଟ୍ କ୍ୟୁବା ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ଧାର କାରଣରୁ ରାତିରେ କିଛି ଘରେ ମହମବତୀ ଜଳୁଥିବା ବେଳେ ଗୋଟିଏ ଘରେ, ପିଲାମାନେ ସେମାନଙ୍କ ମାଆଙ୍କ ସହିତ ଖେଳିବା ଏବଂ ଗୀତ ଗାଉଥିବାର ଶୁଣିବାକୁ ମିଳୁଥିଲା। ଏହି ସମସ୍ୟା ଉପରେ ମତ ରଖି ଜଣେ କ୍ୟୁବା ବାସିନ୍ଦା ୟୁନେସି ସେସିଲିଆ ରିଭିଅକ୍ସ ଏକ ଘରର ଖୋଲା ଦ୍ୱାରକୁ ଇଙ୍ଗିତ କରି କହିଛନ୍ତି ଆମକୁ ଏଠାରେ ଝିଅଙ୍କ ପାଇଁ ଶେଯ ପ୍ରସ୍ତୁତ କରିବାକୁ ହେବ। ଯାହା ଦ୍ୱାରା ସେମାନେ ଶୋଇପାରିବେ। କାରଣ ଆମ ପାଖରେ କୌଣସି ବିକଳ୍ପ ନାହିଁ।

ବିଗତ ଚାରି ମାସ ମଧ୍ୟରେ କ୍ୟୁବାରେ ଏହା ତୃତୀୟ ବଡ ବିଦ୍ୟୁତ୍ ବିଭ୍ରାଟ ଥିଲା। ରାଜଧାନୀ ହାଭାନା ବାସିନ୍ଦା ୬୧ ବର୍ଷୀୟ ଟୋମାସ୍ ଡେଭିଡ୍ ଭେଲାଜକ୍ୱେଜ୍ ଫେଲିପ୍ କହିଛନ୍ତି ଯେ ସେ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଚିନ୍ତିତ ହୋଇ ପଡ଼ିଥିଲେ। ଏହି ସମସ୍ୟା ପାଇଁ ତାଙ୍କୁ ତାଙ୍କ ଦେଶ ଛାଡି ଚାଲି ଯିବାକୁ ମନ ହେଉଛି। ଆମ ପାଖରେ ଅଳ୍ପ ବହୁତେ ଯାହା ଖାଇବାକୁ ଅଛି ତାହା ନଷ୍ଟ ହେବାରେ ଲାଗିଛି। ଆମର ଲୋକ ଏତେ ବୁଢା ହୋଇଗଲେଣି ଯେ ସେମାନେ ଆଉ କଷ୍ଟ ସହ୍ୟ କରିପାରିବେ ନାହିଁ।"

୫% ଲୋକ ଏବଂ ହସ୍ପିଟାଲକୁ ମିଳିଛି ବିଦ୍ୟୁତ୍
କ୍ୟୁବା ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୋମବାର ରାତି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ରାଜଧାନୀ ହାଭାନାର ୫% ବାସିନ୍ଦା ଏବଂ ସ୍ଥାନୀୟ ଦ୍ୱୀପରେ ରହିଥିବା ଅନେକ ହସ୍ପିଟାଲକୁ ବିଦ୍ୟୁତ୍ ଯୋଗାଇ ଦେଇଥିଲେ। ଅଧିକାରୀ କହିଛନ୍ତି ଯେ ସେମାନେ ଯୋଗାଯୋଗକୁ ପ୍ରାଥମିକତା ଦେବେ। ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏ ପର୍ଯ୍ୟନ୍ତ ପୁନର୍ବାର ସ୍ଥାପିତ ହୋଇଥିବା ଛୋଟ ଛୋଟ ସର୍କିଟ୍ ପୁଣି ଥରେ ବିଫଳ ହୋଇପାରେ।


ଶକ୍ତି ସଂକଟ ପାଇଁ ଆମେରିକାକୁ ଦାୟୀ କଲେ କ୍ୟୁବା ସରକାର
କ୍ୟୁବା ସରକାର ଦେଶରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ସଂକଟ ପାଇଁ ଆମେରିକା ଦ୍ୱାରା ଲଗାଯାଇଥିବା ଶକ୍ତି ପ୍ରତିବନ୍ଧକକୁ ଦାୟୀ କରିଛନ୍ତି। ଗତ ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ ତେଲ ବିକ୍ରୟ କିମ୍ବା ଯୋଗାଣ କରୁଥିବା ଯେକୌଣସି ଦେଶ ଉପରେ ଟାରିଫ ଲଗାଇବାକୁ ଧମକ ଦେଇଥିଲେ। ଏହି ପ୍ରତିବନ୍ଧକ ଉଠାଇବା ପାଇଁ ଟ୍ରମ୍ପ ପ୍ରଶାସନ କ୍ୟୁବା ସରକାରଙ୍କ ପାଖରେ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ଏବଂ ଅର୍ଥନୈତିକ ଉଦାରୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି। ଗତ ସୋମବାର ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ବିଶ୍ୱାସ କରୁଛନ୍ତି ଯେ କ୍ୟୁବାକୁ ଆମେରିକା ଦଖଲ କରିବା ଦ୍ୱାରା ତାଙ୍କୁ ସମ୍ମାନିତ ମିଳିବ। ସେ ଆହୁରି ମଧ୍ୟ କହିଥିଲେ ମୁଁ କ୍ୟୁବାକୁ ମୁକ୍ତ କରେ କି ଦଖଲ କରେ, ମୁଁ ଭାବୁଛି ମୁଁ କ୍ୟୁବା ସହିତ ଯାହା ଚାହିଁବି ତାହା କରିପାରିବି। ସେ କ୍ୟୁବାକୁ ଏକ ଅତ୍ୟନ୍ତ ଦୁର୍ବଳ ରାଷ୍ଟ୍ର ବୋଲି ବର୍ଣ୍ଣନା କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Cuba Plunged Into Darkness – What Caused the Sudden Blackout? | Argus News