Videos
|
International

Dolphin Hits / ୧୭୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍ କରି ବିନାଶ ରଚିଲା ଭୀଷଣ ସାମୁଦ୍ରିକ ଝଡ଼ ‘ଡଲଫିନ୍"

Bikash Mohanty
Browse all articles by Bikash Mohanty
·2 weeks ago·2 min read
୧୭୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍ କରି ବିନାଶ ରଚିଲା ଭୀଷଣ ସାମୁଦ୍ରିକ ଝଡ଼ ‘ଡଲଫିନ୍"
Dolphin

Key Points

 ଚୀନରେ ଡଲଫିନ୍‌ର ଭୟଙ୍କର ପ୍ରଭାବ
୧୭୫ କିଲୋମିଟର ବେଗରେ କଲା ଲ୍ୟାଣ୍ଡଫଲ୍ 
୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
୧୪ଶହ ବିମାନ ବାତିଲ୍

ସାଙ୍ଘାଇ,୧୦/୦୮: ଚୀନର ପୂର୍ବ ଉପକୂଳରେ ଟାଇଫୁନ୍ ଡଲଫିନ୍‌ର ଭୟଙ୍କର ପ୍ରଭାବ ଦେଖାଦେଇଛି। ଝଡ଼ ସ୍ଥଳଭାଗ ଛୁଇଁବା ପରେ ସାଂଘାଇ ସମେତ ପୂର୍ବ ଚୀନର ବିଭିନ୍ନ ଅଞ୍ଚଳରୁ କରାଯାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇପଡ଼ିଥିବା ବେଳେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଡଲଫିନ୍ ପ୍ରଥମେ ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଝେଜିୟାଙ୍ଗ ପ୍ରଦେଶର ୟୁହୁଆନ୍‌ରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରାୟ ଏକ ଘଣ୍ଟା ପରେ ୱେନଝୋଉ ଅଞ୍ଚଳରେ ଦ୍ୱିତୀୟ ଥର ଲ୍ୟାଣ୍ଡଫଲ୍ କରିଥିଲା। ସେତେବେଳେ ଝଡ଼ର ସର୍ବାଧିକ ପବନ ବେଗ ଘଣ୍ଟା ପ୍ରତି ପ୍ରାୟ ୧୫୦ କିଲୋମିଟର ରହିଥିଲା।

୧୪ ଶହ ବିମାନ ବାତିଲ୍

ଟାଇଫୁନ୍‌ର ପ୍ରଭାବରେ ସାଂଘାଇରେ ପ୍ରାୟ ୧୪୦୦ ବିମାନ ବାତିଲ କରାଯାଇଛି। ଏହା ସହିତ ଅନେକ ଟ୍ରେନ୍, ଫେରି ଓ ଅନ୍ୟାନ୍ୟ ପରିବହନ ସେବା ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ସାଂଘାଇ ଡିଜନିଲ୍ୟାଣ୍ଡ ଓ ଲେଗୋଲ୍ୟାଣ୍ଡର କିଛି ଅଂଶ ସମେତ ଅନେକ ପର୍ଯ୍ୟଟନସ୍ଥଳୀ ବନ୍ଦ କରାଯାଇଛି। ସହରର ପ୍ରସିଦ୍ଧ ‘ବୁଣ୍ଡ’ ଅଞ୍ଚଳରେ ଥିବା ଅନେକ ଦର୍ଶନ ପ୍ଲାଟଫର୍ମ ମଧ୍ୟ ବନ୍ଦ ରହିଛି। ଝଡ଼ର ପ୍ରଭାବରେ ସାଂଘାଇର କିଛି ଅଞ୍ଚଳରେ ରାସ୍ତା ଜଳମଗ୍ନ ହୋଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଭିଡିଓରେ ପୂର୍ବତନ ଫ୍ରେଞ୍ଚ କନସେସନ୍ ଅଞ୍ଚଳର ଅନେକ ଭୂମି ମହଲାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ୟାଜଳରେ ବୁଡ଼ିଥିବା ଦେଖାଯାଇଛି। ଲୋକମାନେ ଗୋଡ଼ ପର୍ଯ୍ୟନ୍ତ ପାଣି ମଧ୍ୟରେ ଯାତାୟାତ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:  ଜାପାନ୍ ପରେ ଚୀନ୍ ମୁହାଁ ଟାଇଫୁନ୍ 'ଡଲଫିନ୍'; ବନ୍ଦର ଏବଂ ବିମାନ ଚଳାଚଳ ବନ୍ଦ

୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ଝେଜିୟାଙ୍ଗର ୱେନଝୋଉରେ ପ୍ରାୟ ୯ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୦୦୦ରୁ ଅଧିକ ଜରୁରୀକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି। ତାଇଝୋଉରେ ମଧ୍ୟ ପ୍ରାୟ ୩.୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଫୁଜିଆନ୍ ପ୍ରଦେଶରେ ଅନେକ ଯାତ୍ରୀ ଫେରି ରୁଟ୍ ବନ୍ଦ କରାଯାଇଥିବା ସହ ୧୦୦ରୁ ଅଧିକ ଉପକୂଳ ନିର୍ମାଣ ପ୍ରକଳ୍ପକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି।

ପାଣିପାଗ ବିଭାଗ ବୁଧବାର ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଭୀଷଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଆଶଙ୍କା ପ୍ରକାଶ କରିଛି। ଝେଜିୟାଙ୍ଗର କିଛି ଅଞ୍ଚଳରେ ଆଗାମୀ କିଛି ଦିନରେ ୨୫୦ରୁ ୫୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଏପରି ସମୟରେ ଟାଇଫୁନ୍‌କୁ ନେଇ ଅନଲାଇନ୍‌ରେ ଭୁଲ ଓ ଭ୍ରାମକ ସୂଚନା ମଧ୍ୟ ଦ୍ରୁତ ଗତିରେ ପ୍ରସାରିତ ହୋଇଥିବା ଜଣାପଡ଼ିଛି। ସରକାରୀ ଗଣମାଧ୍ୟମ ଅନୁସାରେ, AI ଦ୍ୱାରା ନକଲି ଭିଡିଓ ତିଆରି କରିବା ସହ ଭ୍ରାମକ ଝଡ଼ ଫୁଟେଜ୍ ପ୍ରସାରଣ ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

ଚୀନରେ ପ୍ରବେଶ କରିବା ପୂର୍ବରୁ ଡଲଫିନ୍ ଫିଲିପାଇନ୍ସ, ଉତ୍ତର ତାଇୱାନର କିଛି ଅଞ୍ଚଳ ଓ ଜାପାନର ଓକିନାୱାରେ ମଧ୍ୟ ପ୍ରବଳ ବର୍ଷା ଆଣିଥିଲା। ଚୀନ୍ କର୍ତ୍ତୃପକ୍ଷ ଏବେ ଝଡ଼ର ଅବଶିଷ୍ଟ ପ୍ରଭାବ ଉପରେ ନଜର ରଖିବା ସହ ଲୋକଙ୍କୁ ବାହାରକୁ ନଯିବା ପାଇଁ ସତର୍କ କରିଛନ୍ତି।
Cyclone Dolphin Hits Land at 175 kmph, Causes Massive Destruction | Argus News