Typhoon Dolphin 2026 Update / ଜାପାନ୍ ପରେ ଚୀନ୍ ମୁହାଁ ଟାଇଫୁନ୍ 'ଡଲଫିନ୍'; ବନ୍ଦର ଏବଂ ବିମାନ ଚଳାଚଳ ବନ୍ଦ
·2 weeks ago·3 min read

Key Points
ଜାପାନର ଓକିନାୱା ଅଞ୍ଚଳରେ ଟାଇଫୁନ୍ "ଡଲଫିନ୍" ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହଜାର ହଜାର ଘରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
Typhoon Dolphin 2026: ପୂର୍ବ ଏସିଆରେ ଗରମ ରେକର୍ଡ଼ ଭାଙ୍ଗିଥିବା ବେଳେ, ଟାଇଫୁନ୍ (ବାତ୍ୟା) "ଡଲଫିନ୍" ଦକ୍ଷିଣ ଜାପାନରେ ତାଣ୍ଡବ ସୃଷ୍ଟି କରିଛି। କାଗୋଶିମା ପ୍ରଦେଶର ଓକିନାୱା ଏବଂ ଆମାମି ଦ୍ୱୀପପୁଞ୍ଜ ଏହା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ଏବଂ ଖରାପ ପାଗ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ଏହା ସହିତ ହଜାର ହଜାର ଘରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ପ୍ରବଳ ପବନ ଯୋଗୁଁ ଓକିନାୱାରେ ଆହତ ହେଲେ ଅନେକ
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଓକିନାୱାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧ ବ୍ୟକ୍ତି ଥିଲେ ଯେଉଁମାନେ ପ୍ରବଳ ପବନ ଯୋଗୁଁ ପଡ଼ି ଯାଇଥିଲେ। ହେଲେ ତଥାପି ସେମାନଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ଥିବା ରିପୋର୍ଟ ହୋଇନାହିଁ। ଝଡ଼ ଯୋଗୁଁ ବହୁ ସଂଖ୍ୟକ ଘର ଏବଂ ବାଣିଜ୍ୟିକ କୋଠାକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ପ୍ରବଳ ପବନ ଏବଂ ଖରାପ ପାଗ କାରଣରୁ ଜାପାନରେ ଅନେକ ବିମାନ ଚଳାଚଳ ବାତିଲ ହୋଇଥିଲା। ଓକିନାୱାକୁ ଯିବା ଏବଂ ଆସିବା କରିବା ପାଇଁ ବ୍ୟବହୃତ ହେଉଥିବା ସେବା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।
ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି "ଡଲଫିନ୍"
ଟାଇଫୁନ୍ "ଡଲଫିନ୍" ଗତ ୨୬ ଜୁଲାଇରେ ଏକ ଉଷ୍ଣକଟିବନ୍ଧୀୟ ଅବପାତରୁ ଆରମ୍ଭ ହୋଇଥିଲା। କିଛି ଦିନ ମଧ୍ୟରେ ଏହା ତୀବ୍ର ହୋଇ ଏକ ଉଷ୍ଣକଟିବନ୍ଧୀୟ ଝଡ଼, ପରେ ଏକ ଭୟଙ୍କର ଉଷ୍ଣକଟିବନ୍ଧୀୟ ଝଡ଼ ଏବଂ ପରେ ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହୋଇଥିଲା। ଶନିବାର (ଅଗଷ୍ଟ ୮) ଏହାର ଅବସ୍ଥିତି ଓକିନାୱାର କୁମେ ଦ୍ୱୀପରୁ ପ୍ରାୟ ୧୬୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା। ଏହାର ସର୍ବାଧିକ ନିରନ୍ତର ପବନ ବେଗ ଘଣ୍ଟା ପ୍ରତି ୧୬୨ କିଲୋମିଟର ରେକର୍ଡ଼ ହୋଇଥିଲା। ପବନ ପ୍ରବାହ ୨୧୬ କିଲୋମିଟର ପ୍ରତି ଘଣ୍ଟାରେ ପହଞ୍ଚିଥିଲା।
ଚୀନରେ ସତର୍କତା, ବନ୍ଦର ଏବଂ ସ୍କୁଲ ବନ୍ଦ
ଏହି ଝଡ଼ ଏବେ ଚୀନ୍ ମୁହାଁ ହେଉଥିବାରୁ, ସରକାର ସତର୍କତା ଜାରି କରିଛନ୍ତି। ଚୀନ୍ ଏକ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଝେଜିୟାଙ୍ଗ ପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବୋଚ୍ଚ ସ୍ତରୀୟ ଚେତାବନୀ ଜାରି କରି ବନ୍ଦର କାର୍ଯ୍ୟକୁ ସ୍ଥଗିତ ରଖିଛି। ନିଙ୍ଗବୋ ସହରରେ ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ଜଳ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ କରାଯାଇଛି। ନିଙ୍ଗବୋ ଲିସେ ଅନ୍ତର୍ଜାତୀୟ ବିମାନବନ୍ଦର ରବିବାର ପାଇଁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରିବାକୁ ଘୋଷଣା କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ପର୍ଯ୍ୟଟନ ସ୍ଥଳକୁ ଅଚାନକ ମାଡ଼ି ଆସିଲା ବନ୍ୟା; ୧୦ ମୃତ, ୨୩ ଆହତ
ସାଂଘାଇ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ପଇଁ ବଢିଲା ବିପଦ
ସାଂଘାଇର ୟାଙ୍ଗସାନ ବନ୍ଦରରୁ ଜାହାଜକୁ ସ୍ଥାନାନ୍ତର କରାଯାଇଛି। ୟାଙ୍ଗତ୍ଜେ ନଦୀ ଡେଲ୍ଟା ଅଞ୍ଚଳରେ କିଛି ରେଳ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗ ସତର୍କ କରିଛି ଯେ ପୂର୍ବ ଚୀନ୍ ରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିପାରେ। କିଛି ଅଞ୍ଚଳରେ ୬୦୦ ମିମି ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏାହା ଦ୍ୱାରା ବନ୍ୟା ଏବଂ ଭୂସ୍ଖଳନ ଆଶଙ୍କା ବୃଦ୍ଧି କରିବ।
ତାଇୱାନରେ ପ୍ରଭାବ
ଟାଇଫୁନର ପ୍ରଭାବ ତାଇୱାନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ମଧ୍ୟ ପ୍ରଭାବିତ କରିଛି। ଡଜନ ଡଜନ ବିମାନ ବାତିଲ କରାଯାଇଛି। ଉତ୍ତର ତାଇୱାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ଯଦିଓ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରାଯାଇ ନାହିଁ।
ଚୀନ୍ ରେ କେବେ ସ୍ଥଳ ଭାଗ ଛୁଇଁବ ଟାଇଫୁନ୍ "ଡଲଫିନ୍"
ଚୀନ୍ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ରବିବାର ବିଳମ୍ବିତ ରାତି ଏବଂ ସୋମବାର ସକାଳ ମଧ୍ୟରେ ଟାଇଫୁନ୍ "ଡଲଫିନ୍" ଚୀନ୍ ର ପୂର୍ବ ଉପକୂଳରେ ପହଞ୍ଚିପାରେ। ଏହା ଝେଜିୟାଙ୍ଗ ପ୍ରଦେଶର ଝୌସାନ ସହର ଏବଂ ଫୁଜିଆନ ପ୍ରଦେଶର ଫୁଡିଂ ସହର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ ରହିବା ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଇଛନ୍ତି।

Related Topics
Explore more stories
Typhoon Dolphin China updateTyphoon Dolphin Japan Okinawa landfallChina typhoon flight cancellations 2026Typhoon Dolphin speed 162 kmphTyphoon Dolphin Shanghai Zhejiang impactChina ports closed typhoon orange alertNingbo Lishe airport flight operations suspendedSevere tropical storm East China SeaShanghai Yangshan port typhoon clearance