Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Fire Accident / 'ଡେ ଅଫ୍ ଦ ଡେଡ୍' ଉତ୍ସବ ପାଳନ ସମୟରେ ଭୟଙ୍କର ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·8 months ago·2 min read
'ଡେ ଅଫ୍ ଦ ଡେଡ୍' ଉତ୍ସବ ପାଳନ ସମୟରେ ଭୟଙ୍କର ଅଗ୍ନିକାଣ୍ଡ

Key Points

ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ।
ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି ।

ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍ ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, 'ଡେ ଅଫ୍ ଦ ଡେଡ୍' ଉତ୍ସବ ପାଳନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଉତ୍ସବରେ ପରିବାରବର୍ଗ ସେମାନଙ୍କ ଦିବଂଗତ ପ୍ରିୟଜନଙ୍କୁ ମନେ ପକାଇଥାନ୍ତି । ଏହି ଦୁର୍ଘଟଣା ଉତ୍ସବକୁ ଦୁଃଖରେ ପରିଣତ କରିଥିଲା । ହର୍ମୋସିଲୋ ସହରର ଡିସକାଉଣ୍ଟ କାଉଣ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧୂଆଁ ବ୍ୟାପିବାରୁ ଅଧିକାଂଶ ଲୋକଙ୍କର ନିଶ୍ବାସ ନେବାରେ ଅସୁବିଧା ହେବା ଯୋଗୁଁ ମୃତ୍ୟୁ ଘଟିଛି ଯାହା ଆଟର୍ଣ୍ଣି ଜେନେରାଲ ଗୁସ୍ତାଭା ସାଲାସ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଆମେରିକାରେ ଭୟଙ୍କର ପରିସ୍ଥିତି, ଚିନ୍ତାରେ ଟ୍ରମ୍ପ
 
ଏହା ବ୍ୟତୀତ ସେ କହିଛନ୍ତି ଯେ, ଫୋରେନସିକ୍ ଟିମ୍ ମୃତଦେହଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି । ବୈଦ୍ୟୁତିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ଏହାରି ମଧ୍ୟରେ ବିସ୍ଫୋରଣ ଘଟିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସହରର ଅଗ୍ନିଶମ ବାହିନୀର ମୁଖ୍ୟ କହିଛନ୍ତି । କିନ୍ତୁ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ହର୍ମୋସିଲୋର ପୌରପାଳିକା ସ୍ପଷ୍ଟ କରିଛନ୍ତି ।


ଏହାରି ମଧ୍ୟରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସାନୋରାର ରାଜ୍ୟପାଳ ଆଲଫୋନ୍ସୋ ଡୁରାଜୋ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସୋସିଆଲ ମିଡିଆରେ ଏକ ଭିଡିଓ କରି ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ରାଜ୍ୟପାଳଙ୍କ ସମେତ ମେକ୍ସିକୋର ରାଷ୍ଟ୍ରପତି Xରେ ପୋଷ୍ଟ କରି ପରିବାର ପ୍ରତି ସେ ମଧ୍ୟ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ୪୦ ଜଣ ଟିମ୍ ସଦସ୍ୟ ଏବଂ ୧୦ ଟି ଆମ୍ବୁଲାନ୍ସ ପହଞ୍ଚିଛି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ଅଗ୍ନିଶମ ବାହିନୀ ଟିମ୍ । କିନ୍ତୁ ମଝିରେ ଫସି ରହିଥିବା ଲୋକଙ୍କ ସନ୍ଧାନ ବର୍ତ୍ତମାନ ସୁଦ୍ଧା ଖୋଜା ଖୋଜି ଜାରି ରହିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire Accident | Massive Fire Breaks Out During Day of the Dead Festival Celebration | Argus News