Hantavirus Scare / ଏହି ଜାହାଜ ଏବେ ୨୩ ଦେଶ ପାଇଁ ମୃତ୍ୟୁ ହୋଇ ଆସୁଛି

Key Points
ସମୁଦ୍ର ମଝିରୁ ମାଡ଼ିଆସୁଛି ମୃତ୍ୟୁ ।
ମୃତ୍ୟୁ ଅପେକ୍ଷାରେ ଏବେ ୨୩ ଦେଶର ଲୋକେ ।
ସମୁଦ୍ର ମଝିରୁ ମାଡ଼ିଆସୁଛି ମୃତ୍ୟୁ ମରି ଯାଉଛନ୍ତି ଲୋକ... ଭୟରେ ୨୩ ଦେଶ । ସମୁଦ୍ର ମଝିରୁ ମାଡ଼ିଆସୁଛି ମୃତ୍ୟୁ । ମୃତ୍ୟୁ ଅପେକ୍ଷାରେ ଏବେ ୨୩ ଦେଶର ଲୋକେ । ଠକ୍ ଠାକ୍ ହୋଇ ମରିଯାଉଛନ୍ତି ଜଣଙ୍କ ପରେ ଜଣେ । ଏକ ଜାହାଜ ଏବେ ୨୩ ଦେଶ ପାଇଁ ମୃତ୍ୟୁ ହୋଇ ଆସୁଛି ।
ସେହି ଜାହାଜରେ ରହିଛି ବିଶ୍ବ ପାଇଁ ଆହୁରି ଗୋଟିଏ ବଡ଼ ବିପଦ । ଏମିତି ମୃତ୍ୟୁ ଯିଏ ବିଶ୍ବରୁ ଅଧା ଲୋକଙ୍କୁ ଖାଲି କରିଦେବ । ଏମିତି ମୃତ୍ୟୁ ଯେଉଁଥିରୁ ବଞ୍ଚିବା ପାଇଁ ଏପର୍ଯ୍ୟନ୍ତ କିଛି ଔଷଧ ବାହାରି ନାହିଁ । ଯେଉଁ ଦେଶରେ ଏହି ଜାହାଜ ଅଟକିବ ସେହି ଦେଶ ପ୍ରଥମେ ବିନାଶ ଦେଖିବ । ୨୩ ଦେଶ ଭିତରେ ଭାରତ ବି ଥାଇପାରେ । ଏହି ଜାହାଜକୁ ଦେଖିଲେ ସବୁ ଦେଶ ଏବେ ଭୟରେ ଥରୁଛନ୍ତି ।
ଡଚ୍ ପତାକାଧାରୀ ଜାହାଜ MV Hondius। ଆର୍ଜେଣ୍ଟିନାର ସହର ଉସୁଆୟାରୁ ଏକ କ୍ରୁଜ ଜାହାଜ ବାହାରିଥିଲା । ଏହି ଜାହାଜରେ ଯାତ୍ରୀ ଏବଂ କ୍ରୁ ମେମ୍ବର ମାନଙ୍କୁ ମିଶାଇ ପାଖାପାଖି ୨୩ ଦେଶର ୧୫୦ ଜଣ ଯାତ୍ରୀ ଥିଲେ । ଏହି ଜାହାଜ ଆଣ୍ଟାର୍କାଟିକା ଏବଂ ଦକ୍ଷିଣ ଆଟଲାଣ୍ଟିକାର ଏକ ଦ୍ବୀପକୁ ବୁଲିବାକୁ ଯାଉଥିଲା । ଆରମ୍ଭରୁ କିଛି ଦିନ ସବୁ ଠିକ୍ରେ ଚାଲିଲା। ଯାତ୍ରୀ ମାନେ ଜାହାଜ ଭିତରେ ମନ ଖୁସିରେ ଉପଭୋଗ କରୁଥିଲେ ।
ନିଜ ନିଜ ଭିତରେ ସମ୍ପର୍କ ବଢ଼ି ଯାଇଥିଲା । ଏମାନଙ୍କ ଭିତରୁ କାହାକୁ ବି ଜଣା ନଥିଲା ଏହି ଯାତ୍ରା ସେମାନଙ୍କ ଜୀବନରେ କାଳ ହୋଇ ଆସିବ । ଯାତ୍ରା ଆରମ୍ଭ ହେବାର ୫ ଦିନ ପରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ହଠାତ ମୁଣ୍ଡ ବିନ୍ଧା ଏବଂ ଜର ହୋଇଯାଏ । ଅଳ୍ପ ଡାଇରିଆର ଲକ୍ଷଣ ବି ଦେଖିବାକୁ ମିଳେ। ସେ ସଙ୍ଗେସଙ୍ଗେ ଡାକ୍ତର ପାଖକୁ ଯାଆନ୍ତି ଆଉ ଔଷଧ ନେଇ ଚାଲି ଆସନ୍ତି । କିନ୍ତୁ ଦୁଇଦିନ ପରେ ତାଙ୍କୁ ନିଶ୍ବାସ ନେବାରେ ବହୁତ ଅସୁବିଧାହେଲା । ଦେଖୁ ଦେଖୁ ତାଙ୍କ ଦେହ ଏତେ ଖରାପ ହୋଇଗଲା କି ତାଙ୍କର ଜାହାଜ ଭିତରେ ହିଁ ୧୧ ଏପ୍ରିଲରେ ମୃତ୍ୟୁ ହୋଇଗଲା ।
ଏଥିସହ ପଢ଼ନ୍ତୁ: ଭାରତକୁ ପ୍ରଶଂସା କଲେ ନେତାନ୍ୟାହୁ; ପାକିସ୍ତାନକୁ କହିଲେ ଖଳନାୟକ
ଯାତ୍ରୀ ମାନେ ଏହି ଘଟଣା ଉପରେ ଏତେ ଧ୍ୟାନ ନଦେଇ ମନୋରଞ୍ଜନ କରିବାକୁ ଲାଗିଲେ । ଏହାପରେ ଅନ୍ୟ ଗୋଟିଏ ଦ୍ବୀପରେ ଅଟକି ମୃତ ବୃଦ୍ଧଙ୍କ ଶବକୁ ତାଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର କରିଦିଆଯାଏ । ତେବେ ଶବ ସତ୍କାର ସାରି ତାଙ୍କ ସ୍ତ୍ରୀ ବିମାନରେ ଯେତେବେଳେ ସେ ନିଜ ଘରକୁ ଯାଉଥିଲେ ସେତେବଳେ ମୃତ ବ୍ୟକ୍ତିଙ୍କର ସ୍ତ୍ରୀଙ୍କର ବି ଅଚାନକ ଦେହ ଏତେ ଖରାପ ହୋଇଗଲା କି ତାଙ୍କୁ ବିମାନକୁ ଓହ୍ଲାଇ ଦିଆଯାଏ । ଆଉ ତାଙ୍କର ବି ଗୋଟିଏ ଦିନ ପରେ ମୃତ୍ୟୁ ହୋଇଯାଏ ।
ଏହି ସମୟ ମଧ୍ୟରେ ଜାହାଜରେ ଥିବା ଯାତ୍ରୀ ମାନେ ବି ଧିରେ ଧିରେ ରୋଗାଗ୍ରସ୍ତ ହେବାକୁ ଲାଗିଲେ । ୨୮ ଏପ୍ରିଲରେ ଜାହାଜ ଭିତରେ ଥିବା ଆଉ ଜଣେ ମହିଳା ଅସୁସ୍ଥ ହୋଇପଡ଼ନ୍ତି । ଏବଂ ମେ ୨ ତାରିଖରେ ତାଙ୍କର ବି ମୃତ୍ୟୁ ହୋଇଯାଏ । କ'ଣ ପାଇଁ ଜାହାଜ ଭିତରେ ଏମିତି ଜଣେ ଜଣେ ଯାତ୍ରୀ ମରୁଛନ୍ତି ତାକୁ ନେଇ WHO ଓ୍ବାର୍ଲଡ ହେଲ୍ଥ ଅର୍ଗାନାଇଜେସନକୁ ସୂଚନା ଦିଆଗଲା ।
ଏହା ପରେ ଜାହାଜ ଭିତରୁ ରକ୍ତ ନମୂନା ନିଆଯାଇ ଯେତେବେଳେ ପରୀକ୍ଷା କରାଗଲା ସେତେବେଳେ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ରିପୋର୍ଟରେ ଆସିଥିଲା ହନ୍ତା ଭାଇରସ୍ । ଯେଉଁ ଭାଇରସ୍ର କିଛି ବି ଭ୍ୟାକ୍ସିନ ତିଆରି ହୋଇ ନାହିଁ । ଏହା ଏତେ ଘାତକ କି ସଂକ୍ରମିତଙ୍କ ମଧ୍ୟରୁ ଅଧାଙ୍କୁ ମାରିଦେବ ।
ଏହି ଭାଇରାସ୍ ଏବେ ସମୁଦ୍ର ମଝିରେ ଥିବା ଜାହାଜରେ ଫସି ରହିଛି । ଏହି ଜାହାଜକୁ କୌଣସି ଦେଶ ନିଜ ଦେଶରେ ଅଟକିବାକୁ ଦେଉ ନାହିଁ । କାରଣ ଯେଉଁ ଦେଶରେ ଏହି ଭାଇରସ୍ ଭର୍ତ୍ତି ଜାହାଜ ଅଟକିବ ସେହି ଦେଶ ବିନାଶର ମହାମାରି ଦେଖିବ ।
ଯଦି ଦେଖିବା ଏହି ଭାଇରସ୍ ବିଷୟରେ ୭୦ ବର୍ଷ ପୂର୍ବରୁ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ । ଏକ ଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା ଏହି ହନ୍ତା ଭାଇରସ୍ । ଯେଉଁ ଯୁଦ୍ଧରେ ହଜାର ହଜାର ସୈନ୍ୟ ସଂକ୍ରମିତ ହୋଇ ମୃତ୍ୟୁର ସାମ୍ନା କଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ମିଳିପାରିଲା ନାହିଁ।
ଏହି ଭାଇରସ୍ ମୂଷା ମାନଙ୍କ ଠାରୁ ବ୍ୟାପିଥାଏ । ଏହି ଭାଇରସ୍ରୁ ମଣିଷ ମାନଙ୍କ ଦେହରେ ଦୁଇ ପ୍ରକାରର ସଂକ୍ରମଣ ହୋଇଥାଏ। ପ୍ରଥମ ହେଉଛି ହେମୋରେଜିକ ଫିବର ଓ୍ବିଥ୍ ରିନାଲ ସିଣ୍ଡ୍ରୋମ HFRS । ଏଥିରେ କିଡନୀ ଫେଲ ହୋଇଯାଏ ଏବଂ ଶରୀରରେ ଇଣ୍ଟରନାଲ ବ୍ଲିଡିଂ ହେବାକୁ ଲାଗେ।
ଦ୍ବିତୀୟଟି ହେଉଛି ହନ୍ତାଭାଇରସ୍ ପଲମୋନାରି ସିଣ୍ଡ୍ରୋମ HPS। ଏଥିରେ ଫୁସ୍ଫୁସ୍ରେ ପାଣି ଭରିଯାଏ। ଲୋକ ମାନଙ୍କୁ ନିଶ୍ବାସ ନେବାରେ ବହୁତ ଅସୁବିଧା ହୁଏ।
ଏହି ଭାଇରାସ୍ ୪ରୁ ୫ ଦିନ ଭିତରେ ସଂକ୍ରମିତ ଲୋକକୁ ମାରିଦିଏ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଭାଇରସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ବାହାରି ନାହାହିଁ। ସେଥିପାଇଁ ଏବେ ବି ଜାହାଜଟି ସମୁଦ୍ର ମଝିରେ ଫସି ରହିଛି। ବୈଜ୍ଞାନିକ ମାନେ ଏହାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି।
📱 Get Argus News App
✨Related Topics
Explore more stories