Netanyahu Targets Pak / ଭାରତକୁ ପ୍ରଶଂସା କଲେ ନେତାନ୍ୟାହୁ; ପାକିସ୍ତାନକୁ କହିଲେ ଖଳନାୟକ
·4 months ago·2 min read

Key Points
ଇସ୍ରାଏଲ ସହିତ ପାକିସ୍ତାନର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରୁହେ
ଏବେ ପାକିସ୍ତାନ ବିରୋଧରେ ବଡ଼ ଅଭିଯୋଗ ଆସିଛି
ମଧ୍ୟସ୍ତି ବଦଳରେ ପାକ୍ ଖଳନାୟକ ସାଜିଥିବା କହିଛନ୍ତି ନେତାନ୍ୟାହୁ
ଏବେ ପାକିସ୍ତାନ ବିରୋଧରେ ବଡ଼ ଅଭିଯୋଗ ଆସିଛି
ମଧ୍ୟସ୍ତି ବଦଳରେ ପାକ୍ ଖଳନାୟକ ସାଜିଥିବା କହିଛନ୍ତି ନେତାନ୍ୟାହୁ
ଆମେରିକା ଓ ଇସ୍ରାଏଲ ମଧ୍ୟରେ ପାକିସ୍ତାନ ଶତ୍ରୁତା ସୃଷ୍ଟି କରିବାକୁ ଚାହୁଁଛି । ଏପରିକି ମିଛ ଖବର ପ୍ରଚାର କରିବାକୁ ପଛାଇନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାକିସ୍ତାନ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ପାକିସ୍ତାନୀ ମିଡିଆ ମିଛ କଥା କହି ଇସ୍ରାଏଲକୁ ବଦନାମ କରୁଛି । ଗୋଟିଏ ପରେ ପାକିସ୍ତାନ ଉପରେ ନେତାନ୍ୟାହୁ ବର୍ଷିଥିବାବେଳେ ଅନ୍ୟପଟେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତରେ ଇସ୍ରାଏଲ ନାଗରିକଙ୍କୁ ବହୁତ ସମ୍ମାନ ମିଳେ । ଏହାସହିତ ସେ ନିଜ ପତ୍ନୀଙ୍କ ସହିତ ଭାରତ ଯାତ୍ରାକୁ କୌଣସି ଉତ୍ସବଠାରୁ କମ ନୁହେଁ ବୋଲି କହିଛନ୍ତି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, "ପାକିସ୍ତାନ ନକଲି ଆକାଉଣ୍ଟ ଖୋଲି ଏପରି ମିଛ ଖବର ପ୍ରସାରିତ କରୁଛି । ଏହାର ଉଦ୍ଦେଶ୍ୟ ହେଉଛି ଆମେରିକା ଓ ଇସ୍ରାଏଲ ମଧ୍ୟରେ ସୁସମ୍ପର୍କକୁ ଦୁର୍ବଳ କରିବା ।" ପାକିସ୍ତାନର ଏହି କାର୍ଯ୍ୟକଳାପକୁ ଦେଶ ବିରୋଧରେ ଏକ ଗୁପ୍ତ ଡିଜିଟାଲ ଯୁଦ୍ଧ ବୋଲି କହିଛନ୍ତି ନେତାନ୍ୟାହୁ । ନେତାନ୍ୟାହୁ ଆହୁରି କହିଛନ୍ତି ଯେ ପାକିସ୍ତାନ ନକଲି ଆକାଉଣ୍ଟ ଜରିଆରେ ଇସ୍ରାଏଲ ବିରୋଧୀ ଅନେକ ମିଛ ଖବର ପ୍ରଚାର କରୁଛି । ଯାହାକୁ ବରଦାସ୍ତ କରାଯିବ ନାହିଁ ।

- ପାକିସ୍ତାନ-ଇସ୍ରାଏଲର ସମ୍ପର୍କ କିପରି ?
- ଭାରତକୁ ପ୍ରଶଂସା କଲେ ନେତାନ୍ୟାହୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...
- ଇରାନ ଉପରେ ଆକ୍ରମଣ ପଛର କାରଣ କହିଲେ
Related Topics
Explore more stories