Venezuela Interim President / ଡେଲ୍ସି ରୋଡ୍ରିଗେଜ୍ ହେଲେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି
·6 months ago·2 min read

Key Points
ଡେଲ୍ସି ରୋଡ୍ରିଗେଜ୍ ହେଲେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି
ଡେଲ୍ସିଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯିବା ପରେ ସୃଷ୍ଟି ହୋଇଛି ରାଜନୈତିକ ଅଚଳାବସ୍ଥା

ଡେଲ୍ସି ରୋଡ୍ରିଗେଜ୍ ହେଲେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି । ଭେନେଜୁଏଲାର ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଉପରାଷ୍ଟ୍ରପତି ଥିବା ଡେଲ୍ସି ରୋଡ୍ରିଗେଜ୍ଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭେନେଜୁଏଲାରେ ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯିବା ପରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ଡେଲ୍ସି ରୋଡ୍ରିଗେଜ୍ ଜଣେ ଆଇନ ବିଶେଷଜ୍ଞ । ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି । ୨୦୧୮ରୁ ଭେନେଜୁଏଲାର ଉପରାଷ୍ଟ୍ରପତି ଅଛନ୍ତି । ଏହା ପୂର୍ବରୁ ସେ ବିଦେଶ ମନ୍ତ୍ରୀ ଓ ସଂଚାର ମନ୍ତ୍ରୀ ଭାବେ କାମ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ୍ ଓ ମାଦୁରୋଙ୍କ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି ।
ସେପଟେ ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକୀ ସୈନିକ ଗିରଫ କରି ଦେଶ ବାହାରକୁ ନେଇଯାଇଛନ୍ତି । ଏହାସହ ସେ ରାଷ୍ଟ୍ରପତିଙ୍କୁ ବନ୍ଦୀ କରାଯାଇଥିବା ଏକ ଫଟୋ ମଧ୍ୟ ଜାରି କରିଛନ୍ତି ।
ସୂଚନା ଅନୁସାରେ, ଭେନେଜୁଏଲାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି ଆମେରିକା ସେନା । ତୁହାକୁ ତୁହା ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ କାରାକାସ୍ ସହର ଓ ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା । ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆମେରିକା ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ କରିବା ସହ ବିଭିନ୍ନ ସାମରିକ ଘାଟି ଓ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସହ ଜଡ଼ିତ କେତେକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଭେନେଜୁଏଲା ବିରୋଧରେ ବଡ଼ ଧରଣର ଆକ୍ରମଣ କରିବା ସହ ଏହାର ନେତା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଛି । ସେମାନଙ୍କୁ ଏକ ଯୁଦ୍ଧଜାହାଜରେ ରଖାଯାଇଛି । ନାର୍କୋ ଆତଙ୍କ ଓ ଅନ୍ୟ ଅପରାଧିକ ମାମଲାରେ ନ୍ୟୁୟର୍କ ଅଦାଲତରେ ବିଚାର ହେବ । ଏହା ସହିତ ଭେନେଜୁଏଲାର ଚୋରା ତୈଳ କାରବାର ଉପରେ ମଧ୍ୟ ଆମେରିକା ଲଗାମ ଦେବ ବୋଲି ଟ୍ରମ୍ପ କହିଛନ୍ତି । ମାଦୁରୋ ଡ୍ରଗ୍ସ ସାମ୍ରାଜ୍ୟ ଚଳାଇଥିଲେ ଏବଂ ଏଥିରେ ସଂପୃକ୍ତ ଆତଙ୍କୀମାନେ ଆମେରିକା ପାଇଁ ବଡ଼ ବିପଦର କାରଣ ହୋଇଥିବାରୁ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ସେ କହିଛନ୍ତି । ଭେନେଜୁଏଲାରେ ଜାତୀୟ ଜାରୁରୀକାଳୀନ ସ୍ଥିତି ଲାଗୁ ।
ସେପଟେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରାଯାଇଥିବା ଆମେରିକା ସ୍ପଷ୍ଟ କରିବା ପରେ କମ୍ପିଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ତୁରନ୍ତ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ମୁକ୍ତ କରିବାକୁ ଦାବି କରିବା ସହ ଏଥିପାଇଁ ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଉନ୍ । ସେପଟେ ବ୍ରାଜିଲ, ଚୀନ୍, ବ୍ରିଟେନ ସମେତ ଜାତିସଂଘ ମଧ୍ୟ ଆମେରିକାର ପଦକ୍ଷେପକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories