Airport Fire / ଢାକା ବିମାନବନ୍ଦରରେ ବଡ଼ ଧରଣର ନିଆଁ, ସମସ୍ତ ବିମାନ ବାତିଲ; ଦେଖନ୍ତୁ ଭିଡିଓ
·9 months ago·2 min read

Key Points
ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ଅପରାହ୍ଣରେ ବଡ଼ ଧରଣର ନିଆଁ ଲାଗିଛି ବିମାନବନ୍ଦରର କାର୍ଗୋ ଅଞ୍ଚଳରେ ।
ଢାକା: ବିମାନବନ୍ଦରରେ ଅଗ୍ନିକାଣ୍ଡ, ବାତିଲ୍ ହେଲା ସମସ୍ତ ବିମାନ । ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ଅପରାହ୍ଣରେ ବଡ଼ ଧରଣର ନିଆଁ ଲାଗିଛି ବିମାନବନ୍ଦରର କାର୍ଗୋ ଅଞ୍ଚଳରେ । ଫଳରେ ସମସ୍ତ ବିମାନକୁ ସାମୟିକ ଭାବେ ବାତିଲ କରି ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: କ୍ରିକେଟରେ ଏଣ୍ଟ୍ରି ହେଲା ନୂଆ ଫର୍ମାଟ, ଜାଣନ୍ତୁ କ'ଣ ଏହି 'ଟେଷ୍ଟ-୨୦'
ମିଳିଥିବା ସୂଚନା ଅନୁସାରେ, ଢାକାର ସ୍ଥାନୀୟ ସମୟ ଅପରାହ୍ଣ ୨ଟା ୧୫ ମିନିଟ୍ ସମୟରେ ଏହି ନିଆଁ ଲାଗିଛି । ଏନେଇ ବିମାନ ବାଂଲାଦେଶ ଏୟାରଲାଇନ୍ସର ମୁଖପାତ୍ର କାୱସର ମହମୁଦ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଅଗ୍ନିକାଣ୍ଡ ପରେ ତତ୍କ୍ଷଣାତ ବିମାନବନ୍ଦର ଅଗ୍ନିଶମ ବାହିନୀ ସହ ବାଂଲାଦେଶ ଏୟାର ଫୋର୍ସ ଫାୟାର୍ ୟୁନିଟ ଏବଂ ଅନ୍ୟ ସହଯୋଗୀ ଏଜେନ୍ସି ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବା ଲାଗି ମିଳିତ ଭାବେ ପ୍ରୟାସ ଜାରି ରହିଛି ।"
ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଏକ ଭିଡିଓ ସେୟାର୍ କରାଯାଇଛି । ଯେଉଁଥିରେ ଦେଖା ଯାଉଛି, ବିମାନବନ୍ଦରରେ ଅଗ୍ନିକାଣ୍ଡ ପରେ ଆକାଶ ଧୂଆଁରେ ଭରି ଯାଇଛି । ଲଗାତାର ଧୂଆଁ ଉପରକୁ ଉଠିବାରେ ଲାଗିଛି । କାର୍ଗୋ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଧୂଆଁରେ ଭରି ଯାଇଛି ।
ଏଥିସହ ପଢ଼ନ୍ତୁ: ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ
ଅଗ୍ନିକାଣ୍ଡ ପରେ କର୍ତ୍ତୃପକ୍ଷ ସମସ୍ତ ବିମାନକୁ ବାତିଲ କରି ଦେଇଛନ୍ତି । ବିମାନବନ୍ଦରର ଟାକ୍ସିୱେର ମୁମ୍ବାଇ ସହ ଅନ୍ୟ କେତେକ ସ୍ଥାନକୁ ଯିବାକୁ ଥିବା ବିମାନ ଅପେକ୍ଷା କରି ରହିଥିବା ଜଣାପଡ଼ିଛି । ଦିଲ୍ଲୀରୁ ଢାକା ଯାଉଥିବା ଇଣ୍ଡିଗୋ ବିମାନକୁ କୋଲକାତାକୁ ଡାଇଭର୍ଟ କରି ଦିଆଯାଇଛି । ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ତତ୍କ୍ଷଣାତ କୌଣସି ସୂଚନା ମିଳି ନାହିଁ ।

VIDEO | Dhaka, Bangladesh: A fire broke out at a section of the Cargo Village of Hazrat Shahjalal International Airport this afternoon. More details awaited.#Dhaka #AirportFire #HazratShahjalal
— Press Trust of India (@PTI_News) October 18, 2025
(Full video available on PTI Videos – https://t.co/n147TvqRQz) pic.twitter.com/flGkHso2xq
ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଏକ ଭିଡିଓ ସେୟାର୍ କରାଯାଇଛି । ଯେଉଁଥିରେ ଦେଖା ଯାଉଛି, ବିମାନବନ୍ଦରରେ ଅଗ୍ନିକାଣ୍ଡ ପରେ ଆକାଶ ଧୂଆଁରେ ଭରି ଯାଇଛି । ଲଗାତାର ଧୂଆଁ ଉପରକୁ ଉଠିବାରେ ଲାଗିଛି । କାର୍ଗୋ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଧୂଆଁରେ ଭରି ଯାଇଛି ।
ଏଥିସହ ପଢ଼ନ୍ତୁ: ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାର ୨୩ ବର୍ଷ ପରେ ଆସିଲା ରାୟ
ଅଗ୍ନିକାଣ୍ଡ ପରେ କର୍ତ୍ତୃପକ୍ଷ ସମସ୍ତ ବିମାନକୁ ବାତିଲ କରି ଦେଇଛନ୍ତି । ବିମାନବନ୍ଦରର ଟାକ୍ସିୱେର ମୁମ୍ବାଇ ସହ ଅନ୍ୟ କେତେକ ସ୍ଥାନକୁ ଯିବାକୁ ଥିବା ବିମାନ ଅପେକ୍ଷା କରି ରହିଥିବା ଜଣାପଡ଼ିଛି । ଦିଲ୍ଲୀରୁ ଢାକା ଯାଉଥିବା ଇଣ୍ଡିଗୋ ବିମାନକୁ କୋଲକାତାକୁ ଡାଇଭର୍ଟ କରି ଦିଆଯାଇଛି । ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ତତ୍କ୍ଷଣାତ କୌଣସି ସୂଚନା ମିଳି ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories