New Format in Cricket / କ୍ରିକେଟରେ ଏଣ୍ଟ୍ରି ହେଲା ନୂଆ ଫର୍ମାଟ, ଜାଣନ୍ତୁ କ'ଣ ଏହି 'ଟେଷ୍ଟ-୨୦'
·9 months ago·2 min read

Key Points
କ୍ରିକେଟରେ ଯୋଡ଼ି ହେଲା ନୂଆ ଫର୍ମାଟ । ଟେଷ୍ଟ, ଦିନିକିଆ ଓ ଟି-୨୦ ପରେ ଆସିଲା ଟେଷ୍ଟ ୨୦ । ଜାଣନ୍ତୁ କ'ଣ ରହିଛି ଏହାର ନିୟମ ?
ଟେଷ୍ଟ, ଦିନିକିଆ ଏବଂ ଟି-୨୦ ପରେ କ୍ରିକେଟ୍ ଜଗତରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ମାଟ । ଏହି ଫର୍ମାଟ୍କୁ 'ଟେଷ୍ଟ ଟ୍ୱେଣ୍ଟି' କୁହାଯାଉଛି । ଟେଷ୍ଟ, ଦିନିକିଆ ଏବଂ ଟି-୨୦ ପରେ ଏହା କ୍ରିକେଟର ଚତୁର୍ଥ ଫର୍ମାଟ୍ ହେବ । ବିଶ୍ବବ୍ୟାପୀ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାକୁ ଏହି ନୂଆ ଫର୍ମାଟକୁ ଅଣାଯାଇଛି । କ୍ରିକେଟର ଏହି ନୂଆ ଫର୍ମାଟ୍ ୧୩ ରୁ ୧୯ ବର୍ଷ ବୟସର ଯୁବ ଖେଳାଳିଙ୍କ ପାଇଁ ଅନୁଷ୍ଠିତ ହେବ ।
ଗତ ଗୁରୁବାର ଦିନ ମାଥ୍ୟୁ ହେଡେନ୍, ହରଭଜନ ସିଂହ, ସାର୍ କ୍ଲାଇଭ୍ ଲଏଡ୍ ଏବଂ ଏବି ଡିଭିଲିୟର୍ସ ଆୟୋଜକ ଗୌରବ ବହିରୱାନିଙ୍କ ସହିତ କ୍ରିକେଟର ଏହି ନୂତନ ଫର୍ମାଟ୍ ଘୋଷଣା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ସିଜିନ୍ ଭାରତରେ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ଜାନୁଆରୀ ମାସରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ । ତେବେ କେବେ ଓ କେଉଁ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।
ଏହି ନୂତନ ଚାମ୍ପିଅନସିପ୍ର ପ୍ରଥମ ସିଜିନ୍ ଜାନୁଆରୀ ୨୦୨୬ରୁ ଆରମ୍ଭ ହେବ । ଆୟୋଜକମାନେ ପ୍ରଥମ କିଛି ବର୍ଷ ପାଇଁ ଏହାକୁ ଭାରତରେ ଆୟୋଜନ କରିବାକୁ ଯୋଜନା କରୁଛନ୍ତି ଏବଂ ପରେ ଏହାକୁ ଏକ ଟୁରିଂ ଲିଗ୍ ଭାବରେ ବିଭିନ୍ନ ଦେଶରେ ବିସ୍ତାର କରିବେ । ଆୟୋଜକମାନେ ଏହା ମଧ୍ୟ କହିଛନ୍ତି ଯେ ୧୩ ରୁ ୧୯ ବର୍ଷ ବୟସର ଯୁବକମାନଙ୍କ ପାଇଁ ମ୍ୟାଚ୍ ଦେଖିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି ।
ମ୍ୟାଚ୍ କେତେ ଓଭରର ହେବ?
ଏହି ନୂତନ ଫର୍ମାଟରେ ପ୍ରତ୍ୟେକ ମ୍ୟାଚ୍ ୮୦ ଓଭର ବିଶିଷ୍ଟ ହେବ । ଉଭୟ ଦଳ ୨୦ ଓଭର ଲେଖାଏଁ ଦୁଇଟି ଇନିଂସ ଖେଳିବେ । ପ୍ରତ୍ୟେକ ଇନିଂସରୁ ସ୍କୋର ମିଶାଇ ଶେଷରେ ଫଳାଫଳ ନିର୍ଣ୍ଣୟ କରାଯିବ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦଳକୁ ବ୍ୟାଟିଂ ପାଇଁ ଦୁଇଟି ସୁଯୋଗ ମିଳିବ ଠିକ୍ ଏକ ଟେଷ୍ଟ ମ୍ୟାଚ୍ ପରି । ଏହି ଫର୍ମାଟରେ ଟେଷ୍ଟ ଏବଂ ଟି-୨୦ କ୍ରିକେଟ୍ ଉଭୟର ନିୟମକୁ ମିଶ୍ରଣ କରାଯାଇଛି ଏବଂ କିଛି ନୂତନ ନିୟମ ମଧ୍ୟ ଯୋଡା ହୋଇଛି ।
ଲଏଡ୍ କ’ଣ କହିଛନ୍ତି
ୱେଷ୍ଟଇଣ୍ଡିଜ୍କୁ ଦୁଇଟି ବିଶ୍ୱକପ୍ ବିଜୟରେ ନେତୃତ୍ୱ ନେଇଥିବା କିମ୍ବଦନ୍ତୀ ଖେଳାଳି କ୍ଲାଇଭ୍ ଲଏଡ୍ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଟେଷ୍ଟ କ୍ରିକେଟକୁ ଅବହେଳା କରାଯାଇଛି । ଭାରତ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ୍ ୨-୦ରେ ହାରିବା ପରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଲଏଡ୍ ଆହୁରି କହିଛନ୍ତି ଯେ କାରିବିଆନ୍ କ୍ରିକେଟ୍ରେ ଟେଷ୍ଟ ଫର୍ମାଟର ବର୍ତ୍ତମାନର ଅବସ୍ଥାକୁ ଦୃଷ୍ଟିରେ ରଖି ସେ ଏହି ନୂତନ ଫର୍ମାଟ୍ ସପକ୍ଷରେ ଅଛନ୍ତି ଏବଂ ଏହାକୁ ଖେଳର ଭବିଷ୍ୟତ ପାଇଁ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଗୋଟିଏ ଫଟୋ ପାଇଁ ନିଜ ଓଜନ କମାଇଲେ ରୋହିତ, ନାୟାର କଲେ ବଡ଼ ଖୁଲାସା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories