Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ପୁଣି ଜଳିଲା ଢାକା

International

Violence in Bangladesh / ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ପୁଣି ଜଳିଲା ଢାକା

Banajyotshna Ray
Browse all articles by Banajyotshna Ray
·4 months ago·2 min read
ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ପୁଣି ଜଳିଲା ଢାକା
Violence in Bangladesh

Key Points

ବାଂଲାଦେଶ ପୁଣି ଅଶାନ୍ତ
ଶରିଫଙ୍କ ମୃତ୍ୟୁ ପରେ ହିଂସା
ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ଜଳିଲା ଢାକା
ପୁଣି ଅଶାନ୍ତ ହେଲା ବାଂଲାଦେଶ । ଡିସେମ୍ବର ୧୨ ତାରିଖରେ ଢାକାର ବିଜୟ ନଗର ଅଞ୍ଚଳରେ ଶରିଫ ନାମକ ଜଣେ ଲିଡରଙ୍କୁ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାରିଥିଲେ । ସେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଢାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏୟାର ଆମ୍ବୁଲାନ୍ସ ଯୋଗେ ସିଙ୍ଗାପୁର ପଠାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା । ଯାହା ପରେ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଥିଲା।ଆଉ ପୁଣି ଥରେ ଜଳିଲା ଭାରତର ପଡୋଶୀ ଦେଶ । ୪ଟି ସହରରେ ଭଙ୍ଗାରୁଜା ଏବଂ ହିଂସାକାଣ୍ଡ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦୀଙ୍କ ମୃତ୍ୟୁ ପରେ ବାଂଲାଦେଶ ଅଶାନ୍ତ ହୋଇଛି ।

ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତ୍ରରେ ଢାକାରେ ନିଆଁ ଜଳିଛି ।ବିଳମ୍ବିତ ରାତିରେ ପ୍ରଦର୍ଶନକାରୀମାନେ ଭାରତୀୟ ହାଇ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ । ଏପରିକି ପଥର ମଧ୍ୟ ଫିଙ୍ଗିଥିଲେ । ଏହାସହ ସେମାନେ ଭାରତ ବିରୋଧୀ ନାରା ଦେଇଥିଲେ । ଜାତୀୟ ଗଣମାଧ୍ୟମ ଅନୁସାରେ, ଅନେକ ସାମ୍ବାଦିକ ଏବଂ କର୍ମଚାରୀ କାର୍ଯ୍ୟାଳୟରେ ଏବେବି ଫସି ରହିଛନ୍ତି । ଏହାପରେ ଉପଦ୍ରବକାରୀମାନେ ଏକ ଖବର କାଗଜ ସଂସ୍ଥା ଉପରେ ଆକ୍ରମଣ କରିଥିଲେ । ସେଠାରେ ମଧ୍ୟ ସେମାନେ ଭଙ୍ଗାରୁଜା କରିଥିଲେ ।

ଏଥିସହ ପଢ଼ନ୍ତୁ: କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ପ୍ରଥମେ ଶରିଫଙ୍କ ସମର୍ଥକମାନେ ଖବର କାଗଜର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଏହାସହ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପାଲଟା ଜବାବ ଦିଆଯାଇଥିଲା। ଗୁରୁବାର ଶରିଫଙ୍କ ମୃତ୍ୟୁ ଖବର ବାଂଲାଦେଶରେ ବ୍ୟାପି ଯାଇଥିଲା । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଶରିଫଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି । କାଗଜପତ୍ର ବାହାର କରି ନିଆଁ ଲଗାଇ ଦେଇଥିଲେ । ଏହାପରେ ଏହି ହିଂସା ବଢ଼ିବାରେ ଲାଗିଥିଲା। ତେବେ ଦେଶରେ ବଢୁଥିବା ହିଂସାକୁ ନେଇ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଢାକାରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Violence in Bangladesh | Dhaka Erupts Again After Death of Anti-Hasina Leader | Argus News | Argus News