Videos
|
International

ଭିନ୍ନ ଭିନ୍ନ ଟ୍ରାଫିକ୍ ନୀୟମ

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ଭିନ୍ନ ଭିନ୍ନ ଟ୍ରାଫିକ୍ ନୀୟମ

ଅର୍ଗସ ବ୍ୟୁରୋ : ଗାଡି ଚଲାଇବା ସମସ୍ତଙ୍କର ସଉକ । ସମସ୍ତେ ଗାଡି ଚଲାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ସେଥିପାଇଁ  ଗାଡି ଚଲାଇଲାବେଳେ ଟ୍ରାଫିକ ନୀୟମ ବିଷୟରେ ଅବଗତ ରହିବା ନିହାତି ଜରୁରୀ। ନଚେତ୍ ଫାଇନ କାଟିବାକୁ ପଡିଥାଏ। ଟ୍ରାଫିକ୍ ନୀୟମକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ। ଯେପରିକି.. ଭାରତରେ,  ରାସ୍ତାରେ ଗାଡି ଚଲାଇବା ବେଳେ ଟ୍ରାଫିକ୍ ନିୟମ ଭାଙ୍ଗିଲେ, ଗାଡିର ଚାଲାଣ କଟିଥାଏ। ଟ୍ରାଫିକ ପୋଲିସ୍ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ପାଳନ ନକରାଗଲେ ଅନେକ ଥର ଗାଡି ଜବତ ମଧ୍ୟ ହୋଇଥାଏ। ସେଥିପାଇଁ ଗାଡିର ସ୍ପିଡ ଉପରେ ବି ଧ୍ୟାନ ଦେବାକୁ ପଡିଥାଏ। କାର ଚଲାଇବା ସମୟରେ ସିଟ୍ ବେଲ୍ଟ ଏବଂ ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବାକୁ ମଧ୍ୟ ପଡେ। କେବଳ ଭାରତ ନାହିଁ ଦୁନିଆରେ ଏପରି ଅନେକ ଅଦ୍ଭୁତ ଟ୍ରାଫିକ ନିୟମ ରହିଛି। 


ଜର୍ମାନୀର ହାଇୱେରେ ଯେତେ ଜୋରରେ ଗାଡି ଚଲାଇଲେ ତାହା ଅପରାଧ ନୁହେଁ କିନ୍ତୁ ଯଦି ଗାଡିର ପେଟ୍ରୋଲ ରାସ୍ତା ମଝିରେ ସରିଯାଏ, ତେବେ ଏହା ଏକ ଅପରାଧ ଭାବରେ ପରିଗଣିତ ହୋଇଥାଏ ଏବଂ ଏଥିପାଇଁ ଦଣ୍ଡ କିମ୍ବା ଜୋରିମାନା ମଧ୍ୟ ଦେବାକୁ ପଡିଥାଏ।


ସେହିପରି ରୁଷିଆର ରାସ୍ତାରେ ଗାଡି ଚଲାଇଲେ ଏବଂ ଗାଡିରେ ଧୂଳି ଲାଗିଥିଲେ ସେଠାରେ ଜୋରିମାନା ଦେବାକୁ ପଡିଥାଏ। ନିୟମ ଅନୁଯାୟୀ, ପୋଲିସକୁ ଗାଡିର ନମ୍ବର ସ୍ପଷ୍ଟ ଭାବରେ ଦେଖାଯିବା ବାଧ୍ୟତାମୂଳକ ଅଟେ। 
ଜାପାନରେ ମଧ୍ୟ ବର୍ଷାରେ ଗାଡି ଚଲାଇବାବେଳେ, ବିଶେଷ ଧ୍ୟାନ ଦେବାକୁ ପଡିବ । କାରଣ ବର୍ଷାରେ ଗାଡି ଚଲାଇବାବେଳେ ଯେମିତି କାହା ଉପରେ ପାଣି ଛିଟା ନପଡେ। ଯଦି ପଡେ ତେବେ ଏହା ନିୟମ ବିରୋଧି ହୋଇଥାଏ। 
 

ଅଧିକ ପଢନ୍ତୁ ବିଦେଶ ଖବର..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Different traffic rules | Argus News