Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାକିସ୍ତାନରେ ନିର୍ବାଚନକୁ ନେଇ ଅସନ୍ତୋଷ, ପୁଣି ଥରେ ହୋଇପାରେ ଭୋଟିଂ

International

ପାକିସ୍ତାନରେ ନିର୍ବାଚନକୁ ନେଇ ଅସନ୍ତୋଷ, ପୁଣି ଥରେ ହୋଇପାରେ ଭୋଟିଂ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପାକିସ୍ତାନରେ ନିର୍ବାଚନକୁ ନେଇ ଅସନ୍ତୋଷ, ପୁଣି ଥରେ ହୋଇପାରେ ଭୋଟିଂ

ଅର୍ଗସ ବ୍ୟୁରୋ : ପାକିସ୍ତାନରେ କିଏ ଗଢିବ ସରକାର । ନିର୍ବାଚନରେ ବ୍ୟାପକ ଅନିୟମିତତାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ୩ ଥର ପ୍ରଧାନମନ୍ତ୍ରୀ ଥିବା ମିଆଁ ନୱାଜ ସରିଫଙ୍କ ପିଏମଏଲ-ଏନ ପାର୍ଟି ପ୍ରାର୍ଥୀମାନେ ୭୫ଟି ଆସନରେ ବିଜୟୀ ହୋଇଥିବା ବେଳେ ସଂସଦରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପ୍ୟୁପିଲସ ପାର୍ଟିକୁ ୫୪ଟି ଆସନ ମିଳିଛି। ସେହିପରି ମୁତ୍ତାହିଦା କୌମୀ ମୁଭମେଣ୍ଟ ପାକିସ୍ତାନକୁ ୧୭ଟି ଆସନ ମିଳିଛି।

ଅଧିକ ପଢନ୍ତୁ : ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ

୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ କାହାକୁ ମିଳିନି ବହୁମତ । ତେବେ ଉଭୟ ସରିଫ୍ ଓ ବିଲାୱଲ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ଜନମତ ଚୋରି ଆରୋପରେ ହରତାଳ ପାଇଁ ଇମ୍ରାନଙ୍କ ଆହ୍ବାନ । ତେବେ ବ୍ୟାପକ ପ୍ରତିବାଦ ଏବଂ ଅଭିଯୋଗ ପରେ କେତେକ ବୁଥରେ ପୁଣି ଥରେ ଭୋଟିଂ କରାଯିବା ନେଇ ସମ୍ଭାବନା ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Dissatisfaction with the election in Pakistan, voting will be happening again | Argus News