Peace Dog / ଭାରତ ପରେ ଆମେରିକାରେ କୁକୁର: ସନ୍ୟାସୀଙ୍କ ପାଖରେ ଶୋଉଛି, କରୁଛି ଏହି କାମ...
·4 months ago·2 min read

Key Points
ଭାରତ ପରେ ଆମେରିକାରେ କୁକୁର
କରୁଛି ପଦଯାତ୍ରା, ବାଣ୍ଟୁଛି ଶାନ୍ତିର ବାର୍ତ୍ତା

ଆପଣ ଅନେକ କୁକୁର ଦେଖିଥିବେ ଯେଉଁମାନଙ୍କୁ ପୋଷା ରଖାଯାଇଥାଏ। ସେମାନେ ଘରେ ରୁହନ୍ତି ସୁରକ୍ଷା ଦେବା ପାଇଁ । କିନ୍ତୁ ଆପଣ କେବେ ଦେଖିଛନ୍ତି କି କୁକୁର କରୁଛି ପଦଯାତ୍ରା। ଭାରତ ପରେ ଆମେରିକାରେ କୁକୁର କରୁଛି ପଦଯାତ୍ରା। କୁକୁରର ନାଁ ହେଉଛି ଅଲୋକା। ଟେକ୍ସାସରୁ ୱାଶିଂଟନ୍ ଡିସିକୁ ୩,୭୦୧ କି.ମି ଦୂର ଯାତ୍ରା କରିଛି । ଆପଣ ଭାବୁଥିବେ କୁକୁର ହୋଇ କରୁଛି ପଦଯାତ୍ରା, କିନ୍ତୁ କାହିଁକି ? ଅକ୍ଟୋବର ୨୬, ୨୦୨୫ରେ ଟେକ୍ସାସରୁ ବୌଦ୍ଧ ସନ୍ୟାସୀ ଓ ଅଲୋକା ଶାନ୍ତିର ବାର୍ତ୍ତା ସହିତ ୧୧୦ ଦିନର ପଦଯାତ୍ରା ଆରମ୍ଭ କରିଥିଲେ । ଏହା ପୂର୍ବରୁ ବୌଦ୍ଧ ସନ୍ୟାସୀମାନେ ଭାରତରେ ୧୧୨ ଦିନର ଶାନ୍ତି ଯାତ୍ରା କରୁଥିଲେ । ଏହି ସମୟରେ ବେସାହାରା ଅଲୋକା ସହ ସେମାନଙ୍କର ଭେଟ ହେଲା । ଏହା ପରେ ଅଲୋକା ସେମାନଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଲା ।
ଦୟା ଓ ଏକତାର ଏକ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି । ଧୋକା, ପ୍ରତାରଣାଭରା ଏ ବିଶ୍ୱରେ ଅଲୋକା ନାମକ ଏକ ଅଲୋଡ଼ା ବୁଲା କୁକୁର ଶାନ୍ତିର ବାର୍ତ୍ତାବହ ହୋଇଛି । ୧୧୨ ଦିନ ଧରି ବୌଦ୍ଧ ସନ୍ୟାସୀଙ୍କ ସହିତ ସମଗ୍ର ଭାରତରେ ସେ ପଦଯାତ୍ରା କରିଛି । ପଦଯାତ୍ରାର ତମାମ ବିପରୀତ ପରିସ୍ଥିତିକୁ ବି ଧୈର୍ଯ୍ୟ ଓ ଶାନ୍ତିର ସହ ସହ୍ୟ କରିଛି । ଅଲୋକା ବର୍ତ୍ତମାନ ଆମେରିକାରେ ପଦଯାତ୍ରା କରୁଛି । ଯାତ୍ରାବେଳେ ବୌଦ୍ଧ ଭିକ୍ଷୁମାନେ ଯେଉଁଠି ଶୋଉଥିଲେ, ଅଲୋକା ସେଇଠି ଶୋଉଥିଲା । ସେମାନେ ଯେତେବେଳେ ବିଛଣା ଛାଡୁଥିଲେ, ସେ ବି ଉଠୁଥିଲା । ସେମାନେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସମସ୍ୟା ସେ ମଧ୍ୟ ସାମ୍ନା କରୁଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସ କୁକୁରର ପ୍ରଶଂସା କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତ ଭୟରେ ଆମେରିକାର ଗୋଡ଼ ଧରି ୪୫ କୋଟିର ଲୋଭ ଦେଲା ପାକିସ୍ତାନ
ଅଲୋକାର ଭାରତ ଅଭିଯାନ ପରେ, ସେ ଗତ ବର୍ଷ ଅକ୍ଟୋବରରେ ଫୋର୍ଟ ୱର୍ଥରୁ ଶାନ୍ତି ପଦଯାତ୍ରା ପାଇଁ 19 ଜଣ ସନ୍ୟାସୀଙ୍କ ଏକ ଗୋଷ୍ଠୀରେ ଯୋଗ ଦେଇଥିଲେ। 110 ଦିନ ଧରି 10ଟି ରାଜ୍ୟରେ ବ୍ୟାପୀ ଏହି ଯାତ୍ରା ଫେବୃଆରୀରେ ୱାଶିଂଟନ ଡିସିରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଅଲୋକାର ନିଜସ୍ୱ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ମଧ୍ୟ ଅଛି, ଯେଉଁଠାରେ ତାଙ୍କର 1.5 ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ଘନ କୁହୁଡ଼ି ସାଙ୍ଗକୁ ସକାଳୁ ସକାଳୁ ଅଲୋକାର ପଦଯାତ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଜ କୋଟ୍ ପିନ୍ଧି ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲା ଅଲୋକା। କୁହୁଡ଼ି ମଧ୍ୟରେ ପୂଜ୍ୟ ସନ୍ୟାସୀଙ୍କୁ ନେତୃତ୍ୱ ଦେଇ, ଅଲୋକା ଥିଲେ ଏକ ଉତ୍ତମ ମାର୍ଗଦର୍ଶକ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories