Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Tariff / ୧୦୦ ପ୍ରତିଶତ ଟାରିଫ୍ ଲଗାଇବାର ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ

Banajyotshna Ray
Browse all articles by Banajyotshna Ray
·9 months ago·2 min read
୧୦୦ ପ୍ରତିଶତ ଟାରିଫ୍ ଲଗାଇବାର ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ

Key Points

ବ୍ରିକ୍ସ ଦେଶ ସମୂହକୁ ଟ୍ରମ୍ପଙ୍କ ଟାର୍ଗେଟ
୧୦୦ ପ୍ରତିଶତ ଟାରିଫ୍ ଲଗାଇବାର ଦେଲେ ଧମକ
ବ୍ରିକ୍ସ ଦେଶମାନେ ଡଲାର୍ କୁ ହାନି ପହଞ୍ଚାଉଛନ୍ତି ଅଭିଯୋଗ କଲେ ଟ୍ରମ୍ପ

ପୁଣି ଥରେ ଟ୍ରମ୍ପଙ୍କ ଟାରିଫ୍ ଧମକ । ଏଥର ବ୍ରିକ୍ସ ଦେଶ ସମୂହ କୁ ଟ୍ରମ୍ପଙ୍କ ଟାର୍ଗେଟ । ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର୍ ମିଲେଇଙ୍କ ସହ ହ୍ୱାଇଟ୍ ହାଉସ୍‌ରେ ହୋଇଥିବା ଏକ ବୈଠକରେ ବ୍ରିକ୍ସ ଦେଶମାନେ ଡଲାର୍ କୁ ହାନି ପହଂଚାଇବା ପାଇଁ ସଂଗଠିତ ହେଉଛନ୍ତି। ତେଣୁ ସେମାନଙ୍କ ଉପରେ ବଡ ଟାରିଫ୍ ଲଗାଇବା ନେଇ ଧମକ ଦେଇଛନ୍ତି ଟ୍ରମ୍ପ । ଏହା ସହିତ ଯେଉଁ ଦେଶମାନେ ବ୍ରିକ୍ସରେ ଯୋଗ ଦେବାକୁ ଚାହାଁନ୍ତି। ସେମାନଙ୍କ ଉପରେ ମଧ୍ୟ ଟାରିଫ୍ ଲଗାଜିବା ବୋଲି ଟ୍ରମ୍ପ କହିଛନ୍ତି ।୨୦୨୪ ନଭେମ୍ବରରେ ନିର୍ବାଚନ ପରେ ବ୍ରିକ୍ସ ଦେଶମାନେ ଯଦି ଡଲାରକୁ ରିଜର୍ଭ ମୁଦ୍ରା ଭାବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ବୋଲି ଟ୍ରମ୍ପ କହିଥିଲେ।


ବର୍ତ୍ତମାନ ସେ ଏହି ଟାରିଫ୍ ଲଗାଇବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି । ଏହା ବ୍ରାଜିଲ୍, ଚୀନ୍ ଓ ଭାରତ ଭଳି ଦେଶମାନଙ୍କୁ ସିଧାସଳଖ ପ୍ରଭାବିତ କରିବ, ଏବଂ ଚୀନ୍‌କୁ ସବୁଠାରୁ ଅଧିକ କ୍ଷତି ହେବାର ସମ୍ଭାବନା। ତେବେ ଭାରତ ଡଲାର କୁ କୌଣସି ପ୍ରକାରରେ ହାନି ପହଞ୍ଚାଇବାରେ ରୁଚି ନାହିଁ। ଭାରତ, ବ୍ରିକ୍ସର ମୂଳ ସଦସ୍ୟ ରହିଥିବା ସତ୍ବେ ଆମେରିକା ସହ ବାଣିଜ୍ୟ ସମ୍ପର୍କକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରୁଛି ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।


ଏଥିସହ ପଢ଼ନ୍ତୁ: ଏବେ ପୁଣି କେଉଁ ଯୁଦ୍ଧ ରୋକିବେ ଡୋନାଲ୍ଡ ଟ୍ରମ୍ପ ? କଲେ ବଡ଼ ଖୁଲାସା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଶୁଳ୍କ ବୋମା ପକାଇଛନ୍ତି। ଏଥର ସେ ମଧ୍ୟମ ଏବଂ ଭାରୀ ଟ୍ରକ କ୍ଷେତ୍ରକୁ ଟାର୍ଗେଟ୍ କରିଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ନୂତନ ଶୁଳ୍କ ନଭେମ୍ୱର ୧ ତାରିଖରୁ ସାରା ବିଶ୍ୱରେ ଲାଗୁ ହେବ। ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେରିକା ସମସ୍ତ ଆମଦାନୀ ହେଉଥିବା ମଧ୍ୟମ ଓ ଭାରୀ ଟ୍ରକ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବ। ରିପବ୍ଲିକାନ୍ ରାଷ୍ଟ୍ରପତି ସତ୍ୟ ସୋସିଆଲରେ ଲେଖିଛନ୍ତି ଯେ, “ନଭେମ୍ବର ୧, ୨୦୨୫ ଠାରୁ, ଅନ୍ୟ ଦେଶରୁ ଆମେରିକାକୁ ଆସୁଥିବା ସମସ୍ତ ମଧ୍ୟମ ଏବଂ ଭାରୀ ଟ୍ରକ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହି ବିଷୟ ପ୍ରତି ଆପଣଙ୍କ ଧ୍ୟାନ ପାଇଁ ଧନ୍ୟବାଦ।” ତେବେ ଆଗକୁ ପରିସ୍ଥିତି କଣ ହେବ ତାହା ତ ସମୟ କହିବ। ହେଲେ ଆମେରିକା ରାଷ୍ଟ୍ରପତି ନିଜର ପ୍ରକୃତି କେବେ ବି ଛାଡିବେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

Sponsored
Tariff | Donald Trump Threatens to Impose 100% Tariffs | Argus News | Argus News