Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଏବେ ପୁଣି କେଉଁ ଯୁଦ୍ଧ ରୋକିବେ ଡୋନାଲ୍ଡ ଟ୍ରମ୍ପ ? କଲେ ବଡ଼ ଖୁଲାସା...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଏବେ ପୁଣି କେଉଁ ଯୁଦ୍ଧ ରୋକିବେ ଡୋନାଲ୍ଡ ଟ୍ରମ୍ପ ? କଲେ ବଡ଼ ଖୁଲାସା...

Key Points

ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା କଥା ଦୋହରାଇଲେ ଟ୍ରମ୍ପ । କହିଲେ, ଟାରିଫ୍ ପାଇଁ ଅନେକ ଯୁଦ୍ଧ ବନ୍ଦ କରିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତ ପାଇଁ ଯିବା ପୂର୍ବରୁ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଟ୍ରମ୍ପଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ ହୋଇଛି କି ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ନିଶ୍ଚିତ ଭାବେ ଯୁଦ୍ଧ ଶେଷ ହୋଇଛି । ଆଉ ମୁଁ ନିଶ୍ଚିତ ଯେ ଯୁଦ୍ଧ ବିରତି ଚୁକ୍ତି ବଜାୟ ରହିବ । ଏହା ସେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମେତ ଆଠଟି ଯୁଦ୍ଧ ସମାପ୍ତ କରିଥିବା ମଧ୍ୟ ଦାବି ଦୋହରାଇଥିଲେ ।

ଅଧିକ ପଢ଼ନ୍ତୁ: ମିଳିଲାନି ନୋବେଲ ପୁରଷ୍କାର, ଟ୍ରମ୍ପ କହିଲେ ଯୁଦ୍ଧ କର...

ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, "ଏହା ମୁଁ ସମାଧାନ କରିଥିବା ଅଷ୍ଟମ ଯୁଦ୍ଧ। ମୁଁ ଶୁଣିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ସଂଘର୍ଷ ଜାରି ରହିଛି । ମୁଁ ମଧ୍ୟପ୍ରାଚ୍ୟରୁ ଫେରିବା ପରେ ଏହାର ମଧ୍ୟ ସମାଧାନ କରିବି । ଟ୍ରମ୍ପ ଆହୁରି କହିଥିଲେ, ମୁଁ ଯୁଦ୍ଧ ରୋକିବାର ବିଶେଷଜ୍ଞ । ମୁଁ ଆଶା କରୁଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ବିବାଦ ମଧ୍ୟ ସମାଧାନ ହେବ ।

ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧବିରତି ଉପରେ ପୁଣି ଥରେ କହିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ, ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଦାବି କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ବିବାଦ ଆର୍ଥିକ ଚାପ ମାଧ୍ୟମରେ ସମାଧାନ ହୋଇଥିଲା। ସେ କହିଲେ, "ମୁଁ କହିଥିଲି, 'ଯଦି ତୁମେମାନେ ଯୁଦ୍ଧ କରିବାକୁ ଚାହୁଁଛ, ତେବେ ମୁଁ ତୁମ ଉଭୟଙ୍କ ଉପରେ ୧୦୦, ୧୫୦ ଓ ୨୦୦ ପ୍ରତିଶତ ଟାରିଫ୍ ଲାଗୁ କରିବି । ଆଉ ଏହାର ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହୋଇଯାଇଥିଲା । ଟାରିଫ୍ ବିନା ଏହି ଯୁଦ୍ଧ କେବେ ବି ବନ୍ଦ ହୋଇନଥାନ୍ତା । ତେବେ ଭାରତ ନିରନ୍ତର ଭାବେ କହି ଆସୁଛି ଯେ ଅପରେସନ ସିନ୍ଦୁର ଏବଂ ପରବର୍ତ୍ତୀ ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ନୋବେଲ ଶାନ୍ତି ପୁରସ୍କାର ଜିତିବା ନୁହେଁ। ସେ କହିଛନ୍ତି, "ଏହା କରିବା ମୋ ପାଇଁ ସମ୍ମାନର ବିଷୟ। କିଛି ଲୋକ କୁହନ୍ତି ଯେ ୨୦୨୫ରେ ବହୁତ ଗୁରୁତ୍ୱପୂର୍ଣ୍ଣ କାମ କରାଯାଇଛି, କିନ୍ତୁ ମୁଁ ନୋବେଲ ପାଇଁ ଏହା କରିନାହିଁ, ମୁଁ ଜୀବନ ବଞ୍ଚାଇବା ପାଇଁ ଏହା କରିଛି।"

Related Topics

Explore more stories

Sponsored
Trump Claims to End Eight Wars, Including India-Pakistan Conflict | Argus News