Trump Third Presidential Term / ତୃତୀୟ ଥର ରାଷ୍ଟ୍ରପତି ଦୌଡ଼ରେ ଟ୍ରମ୍ପ ? ‘TRUMP 2028’ ପୋଷ୍ଟରୁ ମିଳିଲା ବଡ଼ ସଙ୍କେତ
·1 hour ago·2 min read

Key Points
ଟ୍ରମ୍ପଙ୍କ ନୂଆ ପୋଷ୍ଟରେ ବଡ଼ ସଙ୍କେତ !
୨୦୨୮ରେ ପୁଣି ନିର୍ବାଚନ ଲଢ଼ିବେ କି?
‘TRUMP 2028’କୁ ନେଇ ହଇଚଇ
୨୦୨୮ରେ ପୁଣି ନିର୍ବାଚନ ଲଢ଼ିବେ କି?
‘TRUMP 2028’କୁ ନେଇ ହଇଚଇ
ଆମେରିକା ରାଜନୀତିରେ ପୁଣି ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପ । ମୁଣ୍ଡରେ ‘TRUMP 2028’ ଲେଖା କ୍ୟାପ୍, ଆଉ କ୍ୟାପ୍ସନ୍ରେ—‘ଆମେ ଜିତିବାକୁ ଯାଉଛୁ’ । ଟ୍ରମ୍ପଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଏବେ ଗୋଟିଏ ବଡ଼ ପ୍ରଶ୍ନ ଉଠିଛି—ସତରେ କ’ଣ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଟ୍ରମ୍ପ ପ୍ରସ୍ତୁତ ହେଉଛନ୍ତି ? ଆମେରିକୀୟ ସମ୍ବିଧାନରେ ରହିଛି ଦୁଇ ଥରର ସୀମା, ତଥାପି ଟ୍ରମ୍ପଙ୍କ ଏହି ସଙ୍କେତ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ତାଙ୍କ ତୃତୀୟ କାର୍ଯ୍ୟକାଳକୁ ନେଇ ନୂଆ ଆଲୋଚନା ଆରମ୍ଭ କରିଛି । ଟ୍ରମ୍ପ ‘TRUMP 2028’ ଲେଖା ଏକ କ୍ୟାପ୍ ପିନ୍ଧିଥିବା ଫଟୋ ପୋଷ୍ଟ କରିବା ସହ ‘ଆମେ ଜିତିବାକୁ ଯାଉଛୁ’ ବୋଲି କ୍ୟାପ୍ସନ୍ ଦେଇଛନ୍ତି। ଏହା ପରେ ୨୦୨୮ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ରମ୍ପଙ୍କ ଆଗାମୀ ଯୋଜନା କ’ଣ, ସେନେଇ ପ୍ରଶ୍ନ ଉଠିଛି ।
ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକାଧିକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ‘ବାଇଡେନ୍’ ଲେଖା ସହ ଜଣେ ଆମେରିକୀୟ ନାଗରିକଙ୍କୁ ଜେଲ୍ର ଲୁହାବାର୍ ପଛରେ ଦେଖାଯାଇଛି । ଅନ୍ୟ ଏକ ଫଟୋରେ ‘ପ୍ରେସିଡେଣ୍ଟ ଟ୍ରମ୍ପ’ ଲେଖା ସହ ଆମେରିକୀୟ ପତାକା ଧରିଥିବା ଲୋକଙ୍କୁ ବିମାନରୁ ଫେରୁଥିବା ଦେଖାଯାଇଛି ।
ଏହି ଫଟୋଗୁଡ଼ିକ ମାଧ୍ୟମରେ ଟ୍ରମ୍ପ ନିଜ ଓ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ମଧ୍ୟରେ ତୁଳନା କରିଥିବା ଦେଖାଯାଉଛି । ବାଇଡେନଙ୍କ କାର୍ଯ୍ୟକାଳରେ କିଛି ଆମେରିକୀୟ ରୁଷିଆରେ ବନ୍ଦୀ ରହିଥିବା ବେଳେ, ଟ୍ରମ୍ପଙ୍କ କାର୍ଯ୍ୟକାଳରେ ସେମାନଙ୍କୁ ଆମେରିକାକୁ ଫେରାଇ ଅଣାଯାଉଛି ବୋଲି ବାର୍ତ୍ତା ଦେବାକୁ ସେ ଚେଷ୍ଟା କରିଥିବା ଜଣାପଡ଼ୁଛି ।
ତେବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ‘TRUMP 2028’ ଲେଖା କ୍ୟାପ୍କୁ ନେଇ । ଟ୍ରମ୍ପଙ୍କ ଏହି ପୋଷ୍ଟ ତାଙ୍କ ସମର୍ଥକଙ୍କ ମଧ୍ୟରେ ୨୦୨୮ରେ ପୁଣି ନିର୍ବାଚନ ଲଢ଼ିବା ନେଇ ଆଶା ବଢ଼ାଇଥିବା ବେଳେ, ଆଇନଗତ ଭାବେ ଏହା କେତେ ସମ୍ଭବ, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
ଆମେରିକାର ସମ୍ବିଧାନର ୨୨ତମ ସଂଶୋଧନ ଅନୁଯାୟୀ, ଜଣେ ବ୍ୟକ୍ତି ସର୍ବାଧିକ ଦୁଇ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ । ଡୋନାଲ୍ଡ ଟ୍ରମ୍ପ ୨୦୧୬ ଓ ୨୦୨୪ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ୨୦୨୮ରେ ତୃତୀୟ ଥର ନିର୍ବାଚନ ଲଢ଼ିବା ସମ୍ବିଧାନର ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ହୋଇପାରିବ ନାହିଁ ।
ଏବେ ‘TRUMP 2028’ ଲେଖା କ୍ୟାପ୍ ସହ ତାଙ୍କର ନୂଆ ପୋଷ୍ଟ ସେହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି । ତେବେ ଏହା କେବଳ ରାଜନୈତିକ ବାର୍ତ୍ତା ନା ଭବିଷ୍ୟତର କୌଣସି ବଡ଼ ଯୋଜନାର ସଙ୍କେତ—ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories