Gunfire at Trump Event / ଡୋନାଲ୍ଡ ଟ୍ରମ୍ପଙ୍କ ଡିନର୍ ପାର୍ଟିରେ ଗୁଳିମାଡ଼; ମୋର୍ଚ୍ଚା ସମ୍ଭାଳିଲା ସିକ୍ରେଟ୍ ସର୍ଭିସ୍
·4 days ago·2 min read

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଗୁଳିମାଡ଼ କରିଛନ୍ତି ଆତତାୟୀ । ୱାଶିଂଟନ୍ ଡିସିର ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଡିନର ବେଳେ ଗୁଳି ଫୁଟିଛି ।
ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଗୁଳିମାଡ଼ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଗୁଳିମାଡ଼ କରିଛନ୍ତି ଆତତାୟୀ । ୱାଶିଂଟନ୍ ଡିସିର ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଡିନର ବେଳେ ଗୁଳି ଫୁଟିଛି ।
ଯାହାପରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ସେଠାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୁରନ୍ତ ଷ୍ଟେଜରୁ ସୁରକ୍ଷିତ ନେଇ ଯାଇଥିଲା । ସେଠାରେ ଉପସ୍ଥିତ ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ଓ ଟ୍ରମ୍ପଙ୍କ କ୍ୟାବିନେଟ୍ ସଦସ୍ୟ ମଧ୍ୟ ସୁରକ୍ଷିତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଦ୍ୱିତୀୟ ଅସ୍ତ୍ରବିରତି କେତେ ଦିନ ପାଇଁ ରହିବ ତାହା ଟ୍ରମ୍ପ କାହିଁକି ସ୍ପଷ୍ଟ କରିନାହାନ୍ତି? ଯୋଜନା ଏବଂ ବାଧ୍ୟବାଧକତା କଣ ଜାଣନ୍ତୁ…
ସିଏନଏନ୍ ରିପୋର୍ଟ ଅନୁସାରେ, ସୁରକ୍ଷିତ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ଵାଇଟ୍ ହାଉସ୍ର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, କ୍ୟାବିନେଟ୍ ସଦସ୍ୟ ଠିକ୍ ଅଛନ୍ତି । ତେବେ ଗୁଳିମାଡ଼ କାହିଁକି ଓ କିଏ କଲା ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଗୁଳିମାଡ଼ କରିଥିବା ସୁଟର୍କୁ ଗିରଫ କରାଯାଇଥିବା ଆମେରିକା ମିଡିଆରେ ଦାବି କରାଯାଉଛି ।
ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଆସୋସିଏନ୍ ଡିନର୍ ପାର୍ଟି ଚାଲିଥିଲା । ସେହି ସମୟରେ ଗୁଳିମାଡ଼ ନେଇ ଚିତ୍କାର କରିଥିଲେ ସିକ୍ରେଟ୍ ସର୍ଭିସ୍ର ଏଜେଣ୍ଟ । ହୋଟେଲରେ ୪ରୁ ୬ ରାଉଣ୍ଡ ଗୁଳିମଡ଼ ହୋଇଥିବା କୁହାଯାଉଛି । ଗୁଳିମାଡ଼ ପରେ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି ।
ଗୁଳିମାଡ଼ ପୂର୍ବରୁ କ'ଣ ହୋଇଥିଲା ?
ଟ୍ରମ୍ପଙ୍କ ହ୍ଵାଇଟ୍ ହାଉସ୍ ରୋସ୍ପଣ୍ଡେଣ୍ଟ୍ସ ଡିନର୍ ପାର୍ଟିର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଓ ଜେଫରି ଏପଷ୍ଟିନ୍ ଫାଇଲ୍ର ଫଟୋ ଓ କ୍ଲିପ୍କୁ ପ୍ରୋଜେକ୍ଟରର ହିଲ୍ଟନ ହୋଟେଲ୍ ପ୍ରାଚୀରରେ ପ୍ରଦର୍ଶନ କରାଯାଇଥିଲା । ତେବେ ଏହା କିଏ କରିଥିଲା ତାହା ଜଣାପଡ଼ିନି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..
ଟ୍ରମ୍ପଙ୍କ ପ୍ରତିକ୍ରିୟା
ଗୁଳିମାଡ଼ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଟ୍ରମ୍ପ ଲେଖିଛନ୍ତି, "ଡିସିରେ ଆଜି ସନ୍ଧ୍ୟା ଟିକିଏ ଅଶାନ୍ତ ତିଲା । ସିକ୍ରେଟ୍ ସର୍ଭିସ୍ ଓ ସୁରକ୍ଷା ଏଜେନ୍ସି ଚମତ୍କାର ଭାବେ ସେମାନଙ୍କ କାମ କରିଛନ୍ତି । ସେମାନେ ସୁଟର୍କୁ ଧରି ନେଇଛନ୍ତି ।"
ଟ୍ରମ୍ପ ଆହୁରି ଲେଖିଛନ୍ତି, "ଆମକୁ କାର୍ଯ୍ୟକ୍ରମ ଜାରି ରଖିବା ଦରକାର ବୋଲି ମୁଁ ସୁପାରିସ୍ କରିଥିଲି । କିନ୍ତୁ ଆଶା ଅନୁସାରେ, ହୋଇପାରି ନଥିଲା । ଆମେ ପୁଣି ଥରେ ଏହି କାର୍ଯ୍ୟକ୍ରମ କରିବୁ ।"

#WATCH | US President Donald Trump and First Lady Melania Trump rushed out of the White House Correspondents' Dinner after shots were reportedly fired at the event.
— ANI (@ANI) April 26, 2026
(Source: Unrestricted Pool via Reuters) pic.twitter.com/Ulm93FCTM1
ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଆସୋସିଏନ୍ ଡିନର୍ ପାର୍ଟି ଚାଲିଥିଲା । ସେହି ସମୟରେ ଗୁଳିମାଡ଼ ନେଇ ଚିତ୍କାର କରିଥିଲେ ସିକ୍ରେଟ୍ ସର୍ଭିସ୍ର ଏଜେଣ୍ଟ । ହୋଟେଲରେ ୪ରୁ ୬ ରାଉଣ୍ଡ ଗୁଳିମଡ଼ ହୋଇଥିବା କୁହାଯାଉଛି । ଗୁଳିମାଡ଼ ପରେ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି ।
ଗୁଳିମାଡ଼ ପୂର୍ବରୁ କ'ଣ ହୋଇଥିଲା ?
ଟ୍ରମ୍ପଙ୍କ ହ୍ଵାଇଟ୍ ହାଉସ୍ ରୋସ୍ପଣ୍ଡେଣ୍ଟ୍ସ ଡିନର୍ ପାର୍ଟିର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଓ ଜେଫରି ଏପଷ୍ଟିନ୍ ଫାଇଲ୍ର ଫଟୋ ଓ କ୍ଲିପ୍କୁ ପ୍ରୋଜେକ୍ଟରର ହିଲ୍ଟନ ହୋଟେଲ୍ ପ୍ରାଚୀରରେ ପ୍ରଦର୍ଶନ କରାଯାଇଥିଲା । ତେବେ ଏହା କିଏ କରିଥିଲା ତାହା ଜଣାପଡ଼ିନି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..
ଟ୍ରମ୍ପଙ୍କ ପ୍ରତିକ୍ରିୟା
ଗୁଳିମାଡ଼ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଟ୍ରମ୍ପ ଲେଖିଛନ୍ତି, "ଡିସିରେ ଆଜି ସନ୍ଧ୍ୟା ଟିକିଏ ଅଶାନ୍ତ ତିଲା । ସିକ୍ରେଟ୍ ସର୍ଭିସ୍ ଓ ସୁରକ୍ଷା ଏଜେନ୍ସି ଚମତ୍କାର ଭାବେ ସେମାନଙ୍କ କାମ କରିଛନ୍ତି । ସେମାନେ ସୁଟର୍କୁ ଧରି ନେଇଛନ୍ତି ।"
ଟ୍ରମ୍ପ ଆହୁରି ଲେଖିଛନ୍ତି, "ଆମକୁ କାର୍ଯ୍ୟକ୍ରମ ଜାରି ରଖିବା ଦରକାର ବୋଲି ମୁଁ ସୁପାରିସ୍ କରିଥିଲି । କିନ୍ତୁ ଆଶା ଅନୁସାରେ, ହୋଇପାରି ନଥିଲା । ଆମେ ପୁଣି ଥରେ ଏହି କାର୍ଯ୍ୟକ୍ରମ କରିବୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories