Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump New Threat / ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..
Trump New Threat

Key Points

ଅନିଶ୍ଚିତତା ଭିତରେ ଇରାନ ଓ ଆମେରିକା ଯୁଦ୍ଧ
ଶାନ୍ତି ବୈଠକରେ ସାମିଲ ହେବାକୁ ଅମଙ୍ଗ ଇରାନ
ଟ୍ରମ୍ପ ଦେଲେ ଧମକ, ହସରେ ଉଡ଼ାଇଲା ଇରାନ
ଇରାନ ଓ ଆମେରିକା ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ ଅନିଶ୍ଚିତତା ଭିତରେ ଅଛି, ଯାହାକି ଚଳିତ ସପ୍ତାହରେ ପାକିସ୍ତାନରେ ହେବାର ଯୋଜନା ଥିଲା । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ସତ୍ତ୍ଵେ ଟ୍ରମ୍ପ ହର୍ମୁଜ ନିକଟରେ ଇରାନ ପତାକା ଥିବା ଏକ ଜାହାଜକୁ ଜବତ କରିବା ପରେ ଶାନ୍ତି ବାର୍ତ୍ତାରେ ଯୋଗ ନଦେବାକୁ ଇରାନ ଧମକ ଦେଇଥିଲା । ଏବେ ଆସନ୍ତା ବୁଧବାର ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବିରତି ସମୟ ସୀମା ଶେଷ ହେବାକୁ ଯାଉଛି । ଗୋଟିଏ ପଟେ ଏହି ଯୁଦ୍ଧ ଆଗକୁ ଆଉ ହେବନାହିଁ ବୋଲି ଟ୍ରମ୍ପ କହୁଥିବାବେଳେ ଏପଟେ କିନ୍ତୁ ସ୍ଥିତି ଭିନ୍ନ କଥା କହୁଛି ।

  • ଯୁଦ୍ଧ ପାଇଁ ଇରାନ ପାଖରେ 'ନୂଆ କାର୍ଡ'
ଇରାନର କହିବା କଥା ହେଉଛି ଯୁଦ୍ଧ ବିରତି ମଧ୍ୟରେ ଇରାନର ଜାହାଜକୁ ଜବତ କରି ଆମେରିକା ଏହାର ଉଲ୍ଲଙ୍ଘନ କରିଛି । ଏହାପରେ ବି ଯଦି ଇରାନ ଯାଇ ଶାନ୍ତି ବୈଠକର ଟେବୁଲ ନିକଟରେ ବସୁଛି, ଏହାର ଅର୍ଥ ଆମେରିକା ନିକଟରେ ଆତ୍ମସମର୍ପଣ କରିବା । ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC)ର ସଚିବ ମହମ୍ମଦ ବାଘର ଘାଲିବଫ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଆମେ ଧମକର ଛାୟା ତଳେ ବୁଝାମଣା କରିବାକୁ ଆଗ୍ରହୀ ନୁହେଁ । ଗତ ଦୁଇ ସପ୍ତାହ ଧରି ଆମେ ଯୁଦ୍ଧକ୍ଷେତ୍ରରେ ନୂଆ କାର୍ଡ ସହ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛୁ ।" ମହମ୍ମଦ ବାଘର କହିଛନ୍ତି ଯେ ଯଦି ଆମେରିକା ଓ ଇସ୍ରାଏଲ ପୁଣି ଥରେ ଯୁଦ୍ଧ ଆରମ୍ଭ କରନ୍ତି, ତେବେ ସେମାନଙ୍କୁ ଜବାବ ଦେବା ଲାଗି ଇରାନ ନିକଟରେ ନୂଆ କାର୍ଡ ବା ରଣନୀତି ଅଛି ।

  • ହର୍ମୁଜ୍ ପାଖରେ ଅଟକିଛି କଣ୍ଟା
ପାଖାପାଖି ୨ ମାସ ପର୍ଯ୍ୟନ୍ତ ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଉଭୟ ଦେଶ ଶେଷ କରିବାକୁ ଚାହୁଁଛନ୍ତି । ମାତ୍ର ପ୍ରକୃତ କଥା ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ନିକଟରେ ଅଛି । ଆମେରିକା ଓ ଇରାନ ହର୍ମୁଜ ନିକଟରେ ନିଜର ସାମରିକ ଗତିରୋଧକୁ ବୃଦ୍ଧି କରାଉଛନ୍ତି । ଶାନ୍ତି ବୈଠକରେ ମଧ୍ୟ ସମାନ ପ୍ରସଙ୍ଗ ହର୍ମୁଜ୍ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ପାକିସ୍ତାନରେ ଚଳିତ ସପ୍ତାହରେ ହେବାକୁ ଥିବା ଶାନ୍ତି ବୈଠକରେ ଆମେରିକାରୁ ଏକ ପ୍ରତିନିଧି ଦଳ ଯିବେ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଥିଲେ । ଏହି ବୈଠକ ମଙ୍ଗଳବାର ହେବାର ଥିଲା, ମାତ୍ର ଇରାନ ନ ଆସିବାରୁ ଏହି ବୈଠକ ହୋଇପାରିନାହିଁ ।

ପଢନ୍ତୁ ଏହି ଖବର: ରିପୋର୍ଟରେ ବଡ଼ ଖୁଲାସା; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭରସା କରୁନି ସେନା

  • 'ଶାନ୍ତି ବୈଠକ ନହେଲେ ବୋମା ଫୁଟିବ'
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୈଠକକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟ୍ରମ୍ପ ନୂଆ ଧମକ ଦେଇଛନ୍ତି । ଯେତେବେଳେ ଟ୍ରମ୍ପଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯେ 'ଯୁଦ୍ଧ ବିରତି ଶେଷ ହେବା ପରେ କଣ ହେବ ?' ଏହାର ଉତ୍ତରେ କହିଥିଲେ ଯେ 'ତା ପରେ ବହୁ ପରିମାଣରେ ବୋମା ଫିଙ୍ଗାଯିବ ।' ଅନ୍ୟପଟେ ଇରାନର ଜଣେ ଅଧିକାରୀ ନିଜର ନାମ ଗୋପନ ରଖିବାକୁ କହି ପ୍ରତିକ୍ରିୟା ରଖିଛନ୍ତି ଯେ ଟ୍ରମ୍ପଙ୍କ ସାର୍ବଜନୀନ ବିବୃତ୍ତି ଓ ଆମେରିକାର ଜାରି ରହିଥିବା ଅବରୋଧ, ସମ୍ପୂର୍ଣ୍ଣ ଭାବେ ଦୁଇଟି ପ୍ରସଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US-Iran Tensions Rise as Trump Threatens Massive Bombing Without Deal | Argus News