Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump Mocks UK PM / ବ୍ରିଟେନ୍‌କୁ ଟ୍ରମ୍ପଙ୍କ କଟାକ୍ଷ, ଆମେ ଯୁଦ୍ଧ ଜିତି ସାରିଲୁଣି...ଆମକୁ ଏବେ ସାହାଯ୍ୟ ଦରକାର ନାହିଁ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ବ୍ରିଟେନ୍‌କୁ ଟ୍ରମ୍ପଙ୍କ କଟାକ୍ଷ, ଆମେ ଯୁଦ୍ଧ ଜିତି ସାରିଲୁଣି...ଆମକୁ ଏବେ ସାହାଯ୍ୟ ଦରକାର ନାହିଁ
Donald Trump

Key Points

‘ଆମକୁ ଆଉ ସାହାଯ୍ୟ ଦରକାର ନାହିଁ’
ବ୍ରିଟେନ୍‌କୁ ଟ୍ରମ୍ପଙ୍କ କଟାକ୍ଷ
ଆମେ ଯୁଦ୍ଧ ଜିତିସାରିଲୁଣି
ଇରାନ ସହ ଯୁଦ୍ଧ ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଆମେରିକା ଡୋନାଲ୍ଡ ଟ୍ରମ୍ପ । ଯୁଦ୍ଧ ଜିତିଲା ପରେ ଯୋଗ ଦେଉଥିବା ଲୋକ ଆମକୁ ଦରକାର ନାହିଁ ବୋଲି କହି ୟୁକେ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ କଟାକ୍ଷ କରିଛନ୍ତି ଟ୍ରମ୍ପ । ସେ ମଧ୍ୟପ୍ରାଚ୍ୟକୁ ଦୁଇଟି ବିମାନ ବାହକ ପଠାଉଥିବା ରିପୋର୍ଟକୁ ପରିହାସ କରି କହିଛନ୍ତି ଯେ ଏଗୁଡ଼ିକର ଆଉ ଆବଶ୍ୟକତା ନାହିଁ ।

ଟ୍ରମ୍ପ ବ୍ରିଟିଶ ସରକାରଙ୍କ ବିଳମ୍ବକୁ ସମାଲୋଚନା କରି କହିଛନ୍ତି ଯେ ଯେତେବେଳେ ଆମେରିକା ଯୁଦ୍ଧ ଜିତିସାରିଛି ସେତେବେଳେ ସାହାଯ୍ୟ ପ୍ରଦାନ ଅର୍ଥହୀନ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ସହିତ ଏକ ଯୁଦ୍ଧରେ ଲିପ୍ତ ଅଛନ୍ତି ଏବଂ ତିନୋଟି ଦେଶ ମଧ୍ୟରେ ବୋମାମାଡ଼ ଏବଂ ଡ୍ରୋନ ଆକ୍ରମଣ ଜାରି ରହିଛି ।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ସମାଲୋଚନା କରି ଲେଖିଛନ୍ତି, "ୟୁକେ, ଆମର ପୂର୍ବତନ ମହାନ ସହଯୋଗୀ । ଶେଷରେ ମଧ୍ୟପ୍ରାଚ୍ୟକୁ ଦୁଇଟି ବିମାନ ବାହକ ପଠାଇବାକୁ ଗମ୍ଭୀରତାର ସହିତ ବିଚାର କରୁଛି ।"
ସେହପରି ସେ ଆହୁରି ଲେଖିଛନ୍ତି, ଇରାନ ସହ ସଂଘର୍ଷ ସମୟରେ ବ୍ରିଟେନର ସହଯୋଗ ମିଳିନଥିବା କଥା ସେ ମନେ ରଖିବେ । ଆମକୁ ଏପରି ଲୋକଙ୍କର ଆବଶ୍ୟକତା ନାହିଁ ଯେଉଁମାନେ ଯୁଦ୍ଧ ଜିତିବା ପରେ ଯୁଦ୍ଧରେ ସାମିଲ ହୁଅନ୍ତି ।

ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ କିଛି ସମୟ ପାଇଁ ତିକ୍ତ ହୋଇଛି । ଗତ ଶନିବାର ଇରାନ ଉପରେ ଆକ୍ରମଣ ଆରମ୍ଭ ହେବା ପରେ ଷ୍ଟାରମର ପ୍ରଥମେ ଆମେରିକାର ବିମାନକୁ ବ୍ରିଟିଶ ଘାଟି ବ୍ୟବହାର କରିବାରୁ ବାରଣ କରିଥିଲେ । ପରେ ଷ୍ଟାରମର ହାର ମାନି ଆମେରିକାକୁ ଇଂଲଣ୍ଡ ଏବଂ ଭାରତ ମହାସାଗରରେ ଥିବା ଡିଏଗୋ ଗାର୍ସିଆ ଘାଟି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump Mocks UK PM Keir Starmer Amid Iran War Tensions | Argus News