Videos
|
International

Modi Trump Meeting / PM ମୋଦିଙ୍କୁ ଖୋଲାଖୋଲି ପ୍ରଶଂସା କଲେ ଟ୍ରମ୍ପ, କହିଲେ- ମୋଦି ବହୁତ ଶକ୍ତିଶାଳୀ

Santosh Kumar Sahoo
Browse all articles by Santosh Kumar Sahoo
·53 mins ago·2 min read
PM ମୋଦିଙ୍କୁ ଖୋଲାଖୋଲି ପ୍ରଶଂସା କଲେ ଟ୍ରମ୍ପ, କହିଲେ- ମୋଦି ବହୁତ ଶକ୍ତିଶାଳୀ
Donald Trump

Key Points

କ୍ୱାଡ୍ ମଞ୍ଚରୁ ଟ୍ରମ୍ପଙ୍କ ବଡ଼ ବୟାନ
ମୋଦିଙ୍କ ପ୍ରଶଂସାରେ ଶତମୁଖ ଟ୍ରମ୍ପ
କହିଲେ- ସେ ଜଣେ ଦୃଢ଼ ନେତା
ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଫିଲିପାଇନ୍ସର ମାନିଲାଠାରେ ଆୟୋଜିତ କ୍ୱାଡ୍ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଶୀର୍ଷ ନେତୃବୃନ୍ଦଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଶକ୍ତିଶାଳୀ ନେତା ବୋଲି କହିବା ସହ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଏହା ସହିତ କ୍ୱାଡ୍‌ର ଅନ୍ୟ ନେତାମାନେ ମଧ୍ୟ ତାଙ୍କର ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି । ଏହି ଅବସରରେ ସେ ଇରାନକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ମୋଦି ଜଣେ ବହୁତ ଶକ୍ତିଶାଳୀ ନେତା: ଟ୍ରମ୍ପ

କ୍ୱାଡ୍ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ବହୁତ କଠୋର ଓ ଶକ୍ତିଶାଳୀ ବ୍ୟକ୍ତି । ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚି ହୁଏତ ମୋଦିଙ୍କଠାରୁ ମଧ୍ୟ ଅଧିକ କଠୋର । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଏବଂ ମୁଁ ମଧ୍ୟ ଠିକ୍ ଅଛୁ ବୋଲି ସେ ମଜାଳିଆ ଢଙ୍ଗରେ କହିଥିଲେ ।
ଟ୍ରମ୍ପ ଆହୁରି କହିଥିଲେ, ମୋଦିଙ୍କ ସହ ଆମେରିକାର ସମ୍ପର୍କ ବହୁତ ଭଲ । ସେ ମୋର ଜଣେ ଭଲ ବନ୍ଧୁ ଏବଂ ଜଣେ ଶକ୍ତିଶାଳୀ ନେତା । ଟ୍ରମ୍ପଙ୍କ ଏହି ବୟାନ ଅନ୍ତର୍ଜାତୀୟ କୂଟନୀତିକ ମହଲରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

ଚୀନ୍ ଓ ରୁଷିଆକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା

ଏହି ସାକ୍ଷାତର କୂଟନୈତିକ ଗୁରୁତ୍ୱ ମଧ୍ୟ ଅଧିକ ରହିଛି । କାରଣ ନଭେମ୍ବର ୧୯ ତାରିଖରେ ଟ୍ରମ୍ପ ଚୀନ୍‌ର ଶେନଝେନ୍ ସହରରେ ହେବାକୁ ଥିବା APEC ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ତ୍ରିପାକ୍ଷିକ ବୈଠକ କରିବାକୁ ଯାଉଥିବା ଖବର ଆସିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଭାରତୀୟ ଓ ଜାପାନୀ କୂଟନୀତିଜ୍ଞଙ୍କ ସୂଚନା ଆଧାରରେ ଏହି ବୈଠକରେ ଆର୍ଥିକ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ବିଶେଷ କରି ନୂତନ ଓ ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ (Critical Minerals), ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବ୍ୟବସ୍ଥା ଏବଂ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଚୀନ୍‌କୁ ମାନିଲାରୁ କୂଟନୈତିକ ବାର୍ତ୍ତା !

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାମୁଦ୍ରିକ ସୀମା ବିବାଦକୁ ନେଇ ଗତ କିଛି ବର୍ଷ ଧରି ଫିଲିପାଇନ୍ସ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏଭଳି ସମୟରେ ମାନିଲାରେ କ୍ୱାଡ୍ ନେତାଙ୍କ ବୈଠକ ଆୟୋଜନ ହେବାକୁ ଏକ ବଡ଼ କୂଟନୈତିକ ବାର୍ତ୍ତା ଭାବେ ଦେଖାଯାଉଛି । ଏହି ସମ୍ମିଳନୀର ମୁଖ୍ୟ ଏଜେଣ୍ଡାରେ ବାଣିଜ୍ୟିକ ଜାହାଜ ଚଳାଚଳର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଏବଂ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ସ୍ଥିତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମିଲ ରହିଛି ।