Videos
|
International

ଆମେରିକାରେ ଭାରତୀୟଙ୍କୁ ହତ୍ୟା: ମୁହଁ ଖୋଲିଲେ ଟ୍ରମ୍ପ,କହିଲେ, ଆକ୍ରମଣକୁ କରାଯିବନି ବରଦାସ୍ତ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
ଆମେରିକାରେ ଭାରତୀୟଙ୍କୁ ହତ୍ୟା: ମୁହଁ ଖୋଲିଲେ ଟ୍ରମ୍ପ,କହିଲେ, ଆକ୍ରମଣକୁ କରାଯିବନି ବରଦାସ୍ତ

Key Points

ଆମେରିକାରେ ଭାରତୀୟଙ୍କୁ ହତ୍ୟା ଘଟଣାରେ କଡା ପ୍ରତିକ୍ରିୟା ରଖିଲେ ରାଷ୍ଟ୍ରପତି ଟ୍ରମ୍ପ। କହିଲେ ଏଭଳି ବର୍ବରୋଚିତ ଆକ୍ରମଣକୁ କରାଯିବନି ବରଦାସ୍ତ । ଆଇନ ଅନୁଯାୟୀ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।

ସେପ୍ଟେମ୍ବର ୧୦ ତାରିଖରେ ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ ମିଡିଆରେ କହିଛନ୍ତି, ଚନ୍ଦ୍ର ନାଗାମଲାଇୟାଙ୍କ ଯନ୍ତ୍ରଣାଦାୟକ ହତ୍ୟାର ରିପୋର୍ଟ ବିଷୟରେ ମୁଁ ଅବଗତ । ସେ ଟେକ୍ସାସର ଡାଲାସର ଜଣେ ସମ୍ମାନିତ ବ୍ୟକ୍ତି ଥିଲେ । ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।


ଟ୍ରମ୍ପ କହିଛନ୍ତି, ଏଭଳି ବର୍ବରୋଚିତ ଆକ୍ରମଣକୁ ବରଦାସ୍ତ କରାଯିବନି । ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଟ୍ରମ୍ପ ପ୍ରଶାସନ ବେଆଇନ ଶରଣାର୍ଥୀଙ୍କୁ କୌଣସି ପରିସ୍ଥିତିରେ ପ୍ରଶୟ ଦେବ ନାହିଁ । ଆମ ସରକାର ଦେଶକୁ ପୁଣି ସୁରକ୍ଷିତ କରିବା ପାଇଁ ଏକ ମହାନ କାମ କରୁଛି ।


ଏଥିସହ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନକୁ ମଧ୍ୟ ଟ୍ରମ୍ପ ଟାର୍ଗେଟ କରିଛନ୍ତି । ହତ୍ୟା ଅଭିଯୁକ୍ତ କ୍ୟୁବାର ନାଗରିକ ଜଣଙ୍କ ପୂର୍ବରୁ ଶିଶୁ ଯୌନ ନିର୍ଯାତନା, ଅଟୋ ଠକେଇ ଭଳି ଅନେକ ଅପରାଧରେ ସାମିଲ ଥିଲା । କିନ୍ତୁ ବାଇଡେନ୍ ସରକାର ମୁକ୍ତ କରି ଦେଇଥିଲେ । ଆମେରିକାକୁ ପୁଣି ଅପରାଧ ମୁକ୍ତ କରାଯିବ ବୋଲି ଟ୍ରମ୍ପ ଦୃଢୋକ୍ତି କରିଛନ୍ତି ।


ପୋଲିସ ଅନୁଯାୟୀ, ଡଲାସରେ ମୋଟେଲ ପରିଚାଳକ ଚନ୍ଦ୍ର ମୌଲି ନାଗାମଲ୍ଲାୟା ଏବଂ କର୍ମଚାରୀ ୟୋର୍ଡାନିସ୍ ମଧ୍ୟରେ ଏକ ତ୍ରୁଟିପୂର୍ଣ୍ଣ ୱାସିଂ ମେସିନ୍ ପାଇଁ ବିବାଦ ଆରମ୍ଭ ହୋଇଥିଲା। ମ୍ୟାନେଜର ନାଗାମଲ୍ଲାୟା କର୍ମଚାରୀ ୟୋର୍ଡାନିସ୍‌ଙ୍କୁ ଭଙ୍ଗା ୱାସିଂ ମେସିନ୍ ବ୍ୟବହାର ନକରିବାକୁ କହିଥିଲେ। ୟୋର୍ଡାନିସ୍ ରାଗିଗଲେ ଯେ ମ୍ୟାନେଜର ସିଧାସଳଖ କହିବା ପରିବର୍ତ୍ତେ ଅନ୍ୟ ଜଣେ କର୍ମଚାରୀଙ୍କୁ ଏହା କହିବାକୁ କାହିଁକି ବାଧ୍ୟ କଲେ।
ଏହା ପରେ, ସେ ନାଗାମଲ୍ଲାୟାଙ୍କୁ କୁରାଢ଼ିରେ ଅନେକ ଥର ଆକ୍ରମଣ କଲେ। ନାଗାମଲ୍ଲାୟା ପାର୍କିଂ ସ୍ଥାନ ଦେଇ ଅଫିସ୍ ଆଡ଼କୁ ଦୌଡ଼ିବାକୁ ଚେଷ୍ଟା କଲେ, ତାଙ୍କ ସ୍ତ୍ରୀ ଏବଂ ପୁଅ ମଧ୍ୟ ୟୋର୍ଡାନିସ୍‌ଙ୍କୁ ଅଟକାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ନାଗାମଲ୍ଲାୟାଙ୍କ ଗଳାକାଟି ହତ୍ୟା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: