Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ଫଙ୍କ ଅଜବ ଇଚ୍ଛା, ପ୍ରଥମେ ନୋବେଲ...ଆଉ ଏବେ ସ୍ବର୍ଗକୁ ଯିବାକୁ ବଳାଇଛନ୍ତି ମନ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
ଟ୍ରମ୍ଫଙ୍କ ଅଜବ ଇଚ୍ଛା, ପ୍ରଥମେ ନୋବେଲ...ଆଉ ଏବେ ସ୍ବର୍ଗକୁ ଯିବାକୁ ବଳାଇଛନ୍ତି ମନ

Key Points

ଯୁଦ୍ଧ ବନ୍ଦ କରିବେ, ସ୍ବର୍ଗକୁ ଯିବେ

ଟ୍ରମ୍ଫଙ୍କ ଅଜବ ଇଚ୍ଛା

ପ୍ରଥମେ ନୋବେଲ ପୁରସ୍କାର

ଆଉ ଏବେ ସ୍ବର୍ଗକୁ ଯିବାକୁ ବଳାଇଛନ୍ତି ମନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସବୁବେଳେ ଭଲ ପାଅନ୍ତ ଚର୍ଚ୍ଚା ଭିତରେ ରହିବାକୁ । ବେଳେ ବେଳେ ଏମିତି କିଛି ମନ୍ତବ୍ୟ ରଖନ୍ତି ଯାହା ତାଙ୍କୁ ଆପେ ଆପେ ବିବାଦୀୟ ଓ ଚର୍ଚ୍ଚା ପରିସରକୁ ଟାଣି ଆଣେ । ଏସବୁ ଭିତରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଟ୍ରମ୍ଫ । ଟ୍ରମ୍ପ ମଜାଳିଆ ଅନ୍ଦାଜରେ କହିଥିଲେ ଯେ ଯଦି ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତି କରିବାରେ ସଫଳ ହୁଅନ୍ତି, ତେବେ ହୁଏତ ତାଙ୍କର ସ୍ୱର୍ଗ ଯିବାର ସମ୍ଭାବନା ବଢ଼ିଯିବ ।


ମଙ୍ଗଳବାର ଏକ ଆମେରିକୀୟ ଟିଭି ଚ୍ୟାନେଲ ସହିତ ଆଲୋଚନା ସମୟରେ ସେ କହିଥିଲେ, 'ମୁଁ ସ୍ୱର୍ଗ ଯିବାକୁ ଚେଷ୍ଟା କରୁଛି। ମୁଁ ଶୁଣିଛି ଯେ ମୋର ଅବସ୍ଥା ଭଲ ନାହିଁ, ମୁଁ ସବୁଠୁ ନିମ୍ନସ୍ତରରେ ଅଛି । ଯଦି ମୁଁ ପ୍ରତି ସପ୍ତାହରେ ୭ ହଜାର ଲୋକଙ୍କୁ ହତ୍ୟା ହେବାରୁ ରକ୍ଷା କରିପାରିବି, ତେବେ ମୁଁ ଭାବୁଛି ତାହା ଏକ ବହୁତ ବଡ଼ କଥା ହେବ । ଯଦି ମୁଁ ଏହି କାମ କରିପାରିବି, ତେବେ ହୁଏତ ଏହା ହିଁ କାରଣ ହେବ ଯେ ମୁଁ ସ୍ୱର୍ଗକୁ ଯିବାର ପଥ ପାଇପାରିବି'।


ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମଧ୍ୟ କହିଛନ୍ତି ଯେ, ସେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ । ସେ ବିଶ୍ୱାସ କରନ୍ତି ଯେ ଶାନ୍ତି ଚୁକ୍ତିର ପଦକ୍ଷେପ କେବଳ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ ବରଂ ତାଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନରେ ଏକ ଐତିହାସିକ ପଦକ୍ଷେପ ମଧ୍ୟ ପ୍ରମାଣିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଟ୍ରମ୍ଫ ପୁଣି ଥରେ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ବିବାଦକୁ ରୋକିବାରେ ତାଙ୍କର ଭୂମିକାକୁ ନେଇ ପୁଣି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ମୁଁ ଭାବୁଛି ମୁଁ ଭାରତ ଏବଂ ପାକିସ୍ତାନରେ ଅନେକ ଜୀବନ ବଞ୍ଚାଇଛି । ଉଭୟ ଦେଶ ଜୋରଦାର ଆକ୍ରମଣ କରୁଥିଲେ। ମଝି ଆକାଶରେ ଯୁଦ୍ଧ ବିମାନକୁ ଖସାଇ ଦିଆଯାଉଥିଲା। ଯଦି ମୁଁ ଏହାକୁ ଛାଡି ଦେଇଥାନ୍ତି, ତେବେ ଏହା ସମ୍ଭବତଃ ଏକ ପରମାଣୁ ଯୁଦ୍ଧ ହୋଇଥାନ୍ତା । କିନ୍ତୁ ମୁଁ ଏହି ସଂଘର୍ଷକୁ ବାଣିଜ୍ୟ ମାଧ୍ୟମରେ ସମାଧାନ କରିଥିଲି'।


ଗତବର୍ଷ ଏକ ହତ୍ୟା ଉଦ୍ୟମରୁ ବଞ୍ଚିଯିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଧାର୍ମିକ ଆଗ୍ରହ ବଢିଯାଇଛି । ଏପରିକି ସେ ତାଙ୍କ ଧାର୍ମିକ ଭାବନାକୁ ବଢାଇବା ପାଇଁ ଆଧ୍ୟାତ୍ମିକ ପରାମର୍ଶଦାତା ପାଉଲା ହ୍ୱାଇଟ୍‌ଙ୍କୁ ହ୍ବାଇଟ ହାଉସରେ ନିଯୁକ୍ତ ଦେଇଛନ୍ତି । ଜାନୁଆରୀରେ ସେ ଯେତେବେଳେ ଶପଥ ନେଇଥିଲେ ସେ କହିଥିଲେ, 'ଭଗବାନ ମୋତେ ରକ୍ଷା କରିଛନ୍ତି, ଯେଉଁଥିପାଇଁ ମୁଁ ଆମେରିକାକୁ ଆଉ ଥରେ ମହାନ କରିପାରିବି।'

Sponsored
Donald Trump’s Bold Statement on Russia-Ukraine Peace and His Path to Heaven | Argus News