Videos
|
International

Trump on China: ଟ୍ରମ୍ପ ଦେଲେ ଧମକ...କହିଲେ, ମୁଁ କାର୍ଡ ଖେଳିଲେ, ବର୍ବାଦ ହୋଇଯିବ ଚୀନ୍

santosh Kumar Sahoo
Browse all articles by santosh Kumar Sahoo
·11 months ago·2 min read
Trump on China: ଟ୍ରମ୍ପ ଦେଲେ ଧମକ...କହିଲେ, ମୁଁ କାର୍ଡ ଖେଳିଲେ, ବର୍ବାଦ ହୋଇଯିବ ଚୀନ୍

Key Points

ଭାରତ ପରେ ଏବେ ଚୀନ୍ ପାଳି । ଧମକ ଦେଲେ ଆମେରିକା ରାଷ୍ଟ୍ରପତି । କହିଲେ, ମୋ ପାଖରେ ଏମିତି କାର୍ଡ ଅଛି, ବର୍ବାଦ ହୋଇଯିବ ଚୀନ୍ । 


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅଗଷ୍ଟ ୨୭ରୁ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହା ଲାଗୁ ହେବା ପୂର୍ବରୁ ଆଉ ଏକ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥର କିନ୍ତୁ ଭାରତକୁ ନୁହେଁ, ଟ୍ରମ୍ପ ଚୀନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ପାଖରେ କିଛି କାର୍ଡ ଅଛି ଯାହା ସେମାନେ ଖେଳିବାକୁ ଚାହାଁନ୍ତି ନାହିଁ । ଏହା କହିବା ସମୟରେ ସେ ଆହୁରି କହିଛନ୍ତି ଯେ, ଚୀନ ଏବଂ ଆମେରିକା ଏକ ଭଲ ବନ୍ଧୁତା ଆଡକୁ ଗତି କରୁଛନ୍ତି । ଆଜିକାଲି ଭାରତ ଏବଂ ଚୀନ ମଧ୍ୟ ନିକଟତର ହୋଇଛନ୍ତି। ଏହି କଥାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି ।


ୱାଶିଂଟନ ଡିସିରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି, "ଆମର ଚୀନ ସହିତ ଭଲ ସମ୍ପର୍କ ରହିବ । ସେମାନଙ୍କର କିଛି ଭଲ କାର୍ଡ ଅଛି, କିନ୍ତୁ ଆମର ଅବିଶ୍ୱସନୀୟ କାର୍ଡ ଅଛି। ତଥାପି, ମୁଁ ସେହି କାର୍ଡ ଖେଳିବାକୁ ଚାହୁଁନାହିଁ। ଯଦି ମୁଁ ସେହି କାର୍ଡ ଖେଳେ, ତେବେ ଚୀନ ବର୍ବାଦ ହୋଇଯିବ । କିନ୍ତୁ ମୁଁ ସେହି କାର୍ଡ ଖେଳିବି ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକାର ଟାରିଫ୍ ଓ୍ବାର ପରେ ଭାରତ ଏବଂ ଚୀନ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି। ଚୀନ, ଭାରତ ପ୍ରତି ବନ୍ଧୁତାର ହାତ ବଢ଼ାଇଛି । ଚୀନ୍, ଭାରତକୁ ସାହାଯ୍ୟ କରିବ ବୋଲି କହିଛି । ଏମିତିକି ଚୀନ୍ ଭାରତକୁ ବିରଳ ଆର୍ଥ ସାମଗ୍ରୀ ଏବଂ ସୁଡ଼ଙ୍ଗ ଖୋଳିବା ମେସିନ୍ ଦେବା ବୋଲି ଆଶ୍ୱାସନା ମଧ୍ୟ ଦେଇଛି । ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ଟ୍ରମ୍ପ ଚିନ୍ତିତ ଥିବା କୁହାଯାଉଛି । ସେ ଚୀନ୍ ଉପରେ ଅଧିକ ଟାରିଫ୍ ଲଗାଇବାକୁ ଧମକ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


ସୂଚନା ଅନୁସାରେ, ଭାରତ ଋଷରୁ ତେଲ କିଣିବା ନେଇ ଟ୍ରମ୍ପଙ୍କର ସମସ୍ୟା ଅଛି। ଏହି କାରଣରୁ ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିଲା। ଏହା ପରେ, ଏହାକୁ ଆହୁରି ୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ତଥାପି, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚୀନ୍ ବି ଋଷରୁ ତେଲ କିଣୁଛି, କିନ୍ତୁ ଚୀନ୍ ପ୍ରତି ନରମ ମନୋଭାବ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।