ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା, କିଏ ଗୁଳିମାଡ଼ କଲା ଅସ୍ପଷ୍ଟ

Key Points
ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ୟୁଟା ଭ୍ୟାଲି ୟୁନିଭର୍ସିଟି ପରିସରରେ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେବାବେଳେ ଦୁର୍ବୃତ୍ତର ଗୁଳିମାଡ଼।
ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ୟୁଟା ଭ୍ୟାଲି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ସେହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ତେବେ କିଏ ଗୁଳିମାଡ଼ କଲା ଅସ୍ପଷ୍ଟ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଚାର୍ଲି କିର୍କ ୟୁଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବିତର୍କରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଭାଷଣ ଦେବା ସମୟରେ ହଠାତ୍ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ । ଗୁଳିଟି କିର୍କଙ୍କ ବେକରେ ବାଜିଥିଲା । ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡ଼ିଗଲେ ଏବଂ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର କିର୍କଙ୍କୁ ମୃତ ଘୋଷଣା କରିଥିଲେ।
📱 Get Argus News App
✨US President Donald Trump posts, "The Great, and even Legendary, Charlie Kirk, is dead. No one understood or had the heart of the youth in the United States of America better than Charlie. He was loved and admired by ALL, especially me, and now, he is no longer with us. Melania… pic.twitter.com/nrGUL5l1gq
— ANI (@ANI) September 10, 2025
ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ମହାନ ଚାର୍ଲି କିର୍କ ଆଉ ଏହି ଦୁନିଆରେ ନାହାନ୍ତି । ଆମେରିକୀୟ ଯୁବକମାନଙ୍କୁ ତାଙ୍କଠାରୁ ଭଲ ଭାବରେ କେହି ବୁଝି ନଥିଲେ । ସମସ୍ତେ ତାଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି । ମେଲାନିଆ ଏବଂ ମୁଁ ତାଙ୍କ ପତ୍ନୀ ଏରିକା ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ।''
US President Donald Trump posts, "In honour of Charlie Kirk, a truly Great American Patriot, I am ordering all American flags throughout the United States lowered to half mast until Sunday evening at 6 P.M." https://t.co/nL2iQNRts3 pic.twitter.com/U4oSyAuY8E
— ANI (@ANI) September 10, 2025
ସେହିପରି ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, "ଚାର୍ଲି କିର୍କ ଜଣେ ପ୍ରକୃତ ମହାନ ଆମେରିକୀୟ ଦେଶଭକ୍ତ ଥିଲେ । ତାଙ୍କ ସମ୍ମାନାର୍ଥେ, ମୁଁ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମେରିକାର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନିମିତ ରଖିବାକୁ ନିର୍ଦ୍ଦେଶ ଦେଉଛି।"