Videos
|
International

Earthquake / ଡ୍ରେକ୍ ପାସେଜ୍‌ରେ ଭୂକମ୍ପ, ତୀବ୍ରତା ୭.୧ ରିକ୍ଟର ସ୍କେଲରେ

Rashmita Mishra
Browse all articles by Rashmita Mishra
·11 months ago·2 min read
ଡ୍ରେକ୍ ପାସେଜ୍‌ରେ ଭୂକମ୍ପ, ତୀବ୍ରତା ୭.୧ ରିକ୍ଟର ସ୍କେଲରେ

Key Points

ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କି.ମି. ଗଭୀରେ ।

ଡ୍ରେକ୍ ପାସେଜ୍‌ରେ ଭୂକମ୍ପ, ତୀବ୍ରତା ୭.୧ ରିକ୍ଟର ସ୍କେଲରେ

ସୁନାମି ସତର୍କତା ଜାରି, ପରେ ଚିନ୍ତାର କାରଣ ନାହିଁ ।


ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ୍ ପାସେଜ୍‌ରେ ଭୂକମ୍ପ। ଶନିବାର ସକାଳେ ଭୂକମ୍ପ ହୋଇଥିବ‌ା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା ବୋଲି କୁହାଯାଉଛି। ଭୂମିକମ୍ପଟି ଭାରତୀୟ ସମୟ ରାତି ୧:୫୯ ରେ ଅନୁଭୂତ ହୋଇଥିଲା।


ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା। ରବ୍ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ୬୦.୧୮° ଦକ୍ଷିଣ ଅକ୍ଷାଂଶ ଏବଂ ୬୧.୮୫° ପଶ୍ଚିମ ଦ୍ରାଘିମାରେ ଅବସ୍ଥିତ। ଏହି ଅଞ୍ଚଳ ଦକ୍ଷିଣ ଆମେରିକୀୟ ଏବଂ ଆଣ୍ଟାର୍କଟିକା ଟେକ୍ଟୋନିକ୍ ପ୍ଲେଟ୍‌ର ସଂଯୋଗସ୍ଥଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ।


ଅଧିକ ପଢ଼ନ୍ତୁ: ନୋବେଲ ନ ମିଳିବା ପରେ ମୁହଁ ଖୋଲିଲେ ଟ୍ରମ୍ପ; କହିଲେ, ମୁଁ ହିଁ ଅସଲୀ ହକ୍‌ଦାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, ଭୂମିକମ୍ପର ଗଭୀରତା ପ୍ରାୟ ୧୦ କିଲୋମିଟର ଥିଲା। ଭୂକମ୍ପ ପରେ ସୁନାମି ପାଇଁ ଲୋକଙ୍କୁ ସତର୍କ କରାଯାଇଥିଲେ ବି ପରେ ଚିନ୍ତାର କୌଣସି କ‌ାରଣ ନଥିବା ଜଣାଇଥିଲେ ସାମୁଦ୍ରିକ କର୍ତ୍ତୃପକ୍ଷ।


ଏହା ପୂର୍ବରୁ ଶୁକ୍ରବାର ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାକୁ ନଜରରେ ରଖି କର୍ତ୍ତୃପକ୍ଷ ସୁନାମି ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏବଂ ପୁଣି ଥରେ ଭୂକମ୍ପ ହୋଇପାରେ ବୋଲି ସତର୍କ କରାଇଥିଲେ। ୟୁରୋପିଆନ୍ ମେଡିଟେରାନିଆନ୍ ସେସ୍‌ମୋଲୋଜିକାଲସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ ଏବଂ ନାଗରିକମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା।


ଅହୁରି ପଢ଼ନ୍ତୁ: ନ୍ୟୁଜିଲ୍ୟାଣ୍ଡ ସଂସଦରେ ମାଓରୀ ହାକା ନୃତ୍ୟର ଉତ୍ସାହ! ସ୍ପିକର ଅସନ୍ତୁଷ୍ଟ


ଏହା ପୂର୍ବରୁ ଅକ୍ଟୋବର ୧ରେ ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ମୃତ୍ୟୁସଂଖ୍ୟା ୬୦ରୁ ଅଧିକ ଥିଲା। କେନ୍ଦ୍ରୀୟ ଫିଲିପାଇନ୍ସରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିବା କୁହାଯାଇଥିଲା।