Cuttack Corruption / ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି, କଟକ ମହାନଗରରେ ଭୟଙ୍କର ଦୁର୍ନୀତି
·8 months ago·2 min read

Key Points
ଗୋଟିଏ ରାସ୍ତା ନିର୍ମାଣ ପାଇଁ 15 ଫାଇଲ
୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି ଟଙ୍କା
କଟକ ମହାନଗରରେ ଭୟଙ୍କର ଦୁର୍ନୀତି
ମିଳିମିଶି ଖାଉଥିଲେ କୋଟି କୋଟି ଟଙ୍କା!
ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏମିତି ରାସ୍ତା ଯେଉଁ ରାସ୍ତାରୁ ଚୋପା ଛାଡ଼ି ଗଲାଣି। ଆଉ ଏହି ସବୁ ରାସ୍ତାର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି କଟକ ମହାନଗର ନିଗମ। ଏକଥା ଆମେ କହୁନୁ ବରଂ ସରକାରୀ ଦସ୍ତାବିଜ ଏକଥା ସ୍ପଷ୍ଟ କରୁଛି। ସବୁଠୁ ଚିନ୍ତାଜନକ କଥା ହେଉଛି ମରାମତି ପରେ ବି ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ। କଟକ ମହାନଗର ନିଗମ ଅଧୀନରେ ଥିବା ସମୁଦାୟ ୫୯ ଟି ୱାର୍ଡରୁ ପ୍ରାୟ ୯୫ ପ୍ରତିଶତରୁ ଅଧିକ ୱାର୍ଡ଼ରେ ଗୋଟିଏ ଗୋଟିଏ ରାସ୍ତା ନିର୍ମାଣ କରିବା ପାଇଁ ତିଆରି ହୋଇଛି ୧୫ ଟି ଫାଇଲ। ୯ ମାସରେ ଖର୍ଚ୍ଚ ହୋଇଛି ୧୫୭ କୋଟି ଟଙ୍କା। ଗୋଟିଏ ଫାଇଲ ପିଛା ଖର୍ଚ୍ଚ ପାଖାପାଖି ୨ ଲକ୍ଷ ଟଙ୍କା। ହେଲେ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ରହିଛି। ଯାହାକୁ ନେଇ ରିଆଲିଟି ଚେକ୍ କରାଯାଇଥିଲା।
କେବଳ ଏହି ୮ ନମ୍ବର ୱାର୍ଡ଼ରେ ୧୩ ଟି ରାସ୍ତା କାମ ପାଇଁ ୧୩ ଟି ଫାଇଲ କରାଯାଇଛି। ସେହିପରି ୨ ନମ୍ବର ୱାର୍ଡ ପାଇଁ ୧୮, ୩ ନମ୍ବର ୱାର୍ଡ ପାଇଁ ୧୬, ୭ ନମ୍ବର ୱାର୍ଡର ୨୨ ଟି ରାସ୍ତା ପାଇଁ ତିଆରି ହୋଇଛି ୨୨ ଟି ଫାଇଲ। ଏଭଳି ସ୍ଥିତି ୦୧ ରୁ ୫୯ ଟି ୱାର୍ଡ ମଧ୍ୟରୁ କାଁଭା କିଛି ୱାର୍ଡ ଛାଡ଼ିଲେ ବାକି ସବୁ ୱାର୍ଡ଼ରେ ଏହି ସମାନ ଅବସ୍ଥା। ୨ ଲକ୍ଷ ଟଙ୍କାରୁ ଅଧିକ କାମ ହେଲେ ଟେଣ୍ଡର ଡାକି କାମ କରିବାର ନିୟମ ରହିଛି। ଯାହାକୁ ବାଇପାସ୍ କରିବାକୁ ସବୁ କାମକୁ ଛୋଟ ଛୋଟ ଫାଇଲ କରି ୨ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଥିବା ଅଭିଯୋଗ ହୋଇଛି। ଏ ସବୁ କାମ ଚଳିତ ବର୍ଷ ଜାନୁଆରୀ ୦୧ରୁ ସେପ୍ଟେମ୍ୱର ୩୦ ମଧ୍ୟରେ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦେଇଛନ୍ତି ବିଭିନ୍ନ ୱାର୍ଡ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ।
ଏଥିସହ ପଢ଼ନ୍ତୁ: ବିବାହ ଭାଙ୍ଗିବା ପରେ ପଡ଼ିଆକୁ ଓହ୍ଲାଇ ବିଶ୍ୱ ରେକର୍ଡ କଲେ ସ୍ମୃତି, ଫ୍ୟାନ୍ସ କହିଲେ...
ତେବେ କାମ ନହୋଇ ଯଦି କିଛି ଅନିୟମିତତା ହୋଇଥିବ ତା ହେଲେ ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ସିଏମସି କମିଶନର ଓ ପୂର୍ତ୍ତ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ। ଅନ୍ୟପଟେ ଏସବୁ କାର୍ଯ୍ୟକୁ ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କରିବା ପାଇଁ ଆଢଭୋକେଟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯାଞ୍ଚ ଶେଷ ହେବା ପରେ ସେ ସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଜନତାଙ୍କ ପଇସା ହରିଲୁଟ ହୋଇଥିଲେ ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି କହିଛନ୍ତି ଆଡଭୋକେଟ କମିଟି ସଦସ୍ୟ। ଯେଉଁ ସବୁ ରାସ୍ତା ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଦାବି ହୋଇଥିଲା ସେହି ସବୁ ରାସ୍ତାର ସ୍ଥିତି କଣ ତାହା ଆପଣଙ୍କ ସାମ୍ନାରେ। ଏମିତିରେ ଆଗକୁ ତଦନ୍ତରେ କଣ ତଥ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories