Videos
|
International

Dubai tour package discount / ପର୍ଯ୍ୟଟକ ନେଇ ଦୁବାଇ ଆସ; ଆଉ ୮୦ ହଜାର ରିହାତି ପାଅ! ୟୁଏଇ ଦେଲା ଜବରଦସ୍ତ ଅଫର

Subhramjit Ray
Browse all articles by Subhramjit Ray
·1 hour ago·2 min read
ପର୍ଯ୍ୟଟକ ନେଇ ଦୁବାଇ ଆସ; ଆଉ ୮୦ ହଜାର ରିହାତି ପାଅ! ୟୁଏଇ ଦେଲା ଜବରଦସ୍ତ ଅଫର
Dubai tour package discount

Key Points

ଦୁବାଇରେ ରହୁଥିବା ଲୋକେ ୱେବସାଇଟରେ ନିମନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ନାମ ପଞ୍ଜିକରଣ କରିପାରିବେ।
Dubai tour offer UAE: ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଏହାର ସବୁଠାରୁ ବଡ଼ ସହର ଦୁବାଇ ବାସିନ୍ଦାଙ୍କୁ ୩୦୦୦ ଦିରହମ ଠାରୁ ଅଧିକ ମୂଲ୍ୟର ରିହାତି ଏବଂ ସ୍ୱତନ୍ତ୍ର ଅଫର୍ ପ୍ରଦାନ କରୁଛି। ଏଥିପାଇଁ ଏକମାତ୍ର ସର୍ତ୍ତ ହେଉଛି ସେମାନେ ସେମାନଙ୍କର ବନ୍ଧୁ ଏବଂ ପରିବାରକୁ ଦୁବାଇ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିବେ। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ ୮୦ ହଜାର ଟଙ୍କା। ରିପୋର୍ଟ ଅନୁଯାୟୀ, ଦୁବାଇ ମିଡିଆ ଅଫିସ ବୁଧବାର (୨୨ ଜୁଲାଇ) ଏ ସମ୍ପର୍କରେ ଘୋଷଣା କରିଛି।

ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ମାସ ମାସ ଧରି ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଦୁବାଇରେ ପର୍ଯ୍ୟଟନ ବ୍ୟବସାୟକୁ ଯଥେଷ୍ଟ କ୍ଷତି ସହିବାକୁ ପଡିଛି। ଦୁବାଇ ମିଡିଆ ଅଫିସ ଏକ X ପୋଷ୍ଟ ସେୟାର କରି କହିଛି, ଦୁବାଇ ଅର୍ଥନୀତି ଏବଂ ପର୍ଯ୍ୟଟନ ବିଭାଗ "ଏ ଦୁବାଇ ଇନଭାଇଟ୍" (A Dubai Invite) ନାମକ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଅଧିନରେ, ସହର ବାସିନ୍ଦା ସେମାନଙ୍କ ବନ୍ଧୁ ଏବଂ ପରିବାରକୁ ଦୁବାଇକୁ ନିମନ୍ତ୍ରଣ କରି ସହରର ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ।

କିପରି-କ'ଣ କରିବେ?
ଏହି ଅଫର୍ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଚାଲିବ। ଏହା ଉଲ୍ଲେଖନୀୟ ଯେ ୟୁଏଇ ଭଳି ଦେଶରେ ଗ୍ରୀଷ୍ମ ଋତୁରେ ସାଧାରଣତଃ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥାଏ। କାରଣ ଏହା ଏକ ମୁଖ୍ୟତଃ ମରୁଭୂମି ଦେଶ, ଯେଉଁଠାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ବ୍ୟତୀତ ଯୁଦ୍ଧ ମଧ୍ୟ ପର୍ଯ୍ୟଟକଙ୍କୁ ଦୁବାଇ ଗସ୍ତରେ ଆସିବା ଲାଗି ନିରୁତ୍ସାହିତ କରୁଛି। ଏହାର ମୁକାବିଲା କରିବାକୁ ଯାଇ, ଦୁବାଇ ସରକାର ଏହି ଅଫର ଆରମ୍ଭ କରିଛି। ସରକାରୀ ୱେବସାଇଟ୍ ଅନୁଯାୟୀ, ଯେଉଁମାନେ ୨୦ ଜୁଲାଇରୁ ୩୧ ଅକ୍ଟୋବର ମଧ୍ୟରେ ବନ୍ଧୁ କିମ୍ବା ପରିବାରକୁ ଦୁବାଇକୁ ନିମନ୍ତ୍ରଣ କରିବେ ସେମାନଙ୍କୁ ୩୦୦୦ ଦିରହମ ଠାରୁ ଅଧିକ ମୂଲ୍ୟର ଲାଭ ମିଳିବ। ଏଥିରେ ହୋଟେଲ ରହଣି, ରେସ୍ତୁରାଁ ଖାଇବା ଅଫର, ଦର୍ଶନୀୟ ସ୍ଥାନ ଟିକେଟ୍ ଏବଂ ଅନ୍ୟାନ୍ୟ ଅନେକ ସୁବିଧା ଅନ୍ତର୍ଭୂକ୍ତ ରହିଛି।

ପ୍ରତିବର୍ଷ ପ୍ରାୟ ୧.୯୫ କୋଟି ପର୍ଯ୍ୟଟକ ଦୁବାଇ ପରିଦର୍ଶନରେ ଆସିଥାନ୍ତି। ଯାହା ଏହାକୁ ପଶ୍ଚିମ ଏସିଆର ସବୁଠାରୁ ବଡ଼ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଥାଏ। ଦୁବାଇ ଦୀର୍ଘ ସମୟ ଧରି ବିଶ୍ୱର ଧନୀ ଏବଂ ପ୍ରସିଦ୍ଧ ଲୋକଙ୍କ ପାଇଁ ଏକ ପ୍ରିୟ ସ୍ଥାନ ହୋଇଆସିଛି। ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ଯୁଦ୍ଧରେ, ୟୁଇଏ (UAE) ଏପର୍ଯ୍ୟନ୍ତ ଆକ୍ରମଣର ଶିକାର ହୋଇନାହିଁ।

ହେଲେ ଗତ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ସମଗ୍ର ଉପସାଗରୀୟ ଅଞ୍ଚଳର ଏକ ନିରାପଦ ସ୍ୱର୍ଗ ଭାବରେ ପ୍ରତିଛବିକୁ କ୍ଷତି ପହଞ୍ଚାଇଛି। ପୂର୍ବରୁ ଇରାନ, ୟୁଏଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପାମ୍ ଆଇଲ୍ୟାଣ୍ଡ ଅଞ୍ଚଳରେ ଅବସ୍ଥିତ ହୋଟେଲ, ପ୍ରସିଦ୍ଧ ବୁର୍ଜ ଅଲ୍ ଆରବ ରିସର୍ଟ ଏବଂ ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ କରିଥିଲା। ଯାହାର ଫଳସ୍ୱରୂପ, ଶୀତକାଳୀନ ପର୍ଯ୍ୟଟନ ଋତୁରେ ଅନେକ ପର୍ଯ୍ୟଟକ ସେଠାରୁ ଚାଲିଯାଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored