Videos
|
International

Deadliest Virus / ୩୦୦୦ ମୁଣ୍ଡ ନେଲାଣି ଇବୋଲା; ଏମିତି ବ୍ୟାପେ ଏହି ଘାତକ ଭାଇରସ୍, ଜାଣନ୍ତୁ କିପରି ସୁରକ୍ଷିତ ରହିବେ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
୩୦୦୦ ମୁଣ୍ଡ ନେଲାଣି ଇବୋଲା; ଏମିତି ବ୍ୟାପେ ଏହି ଘାତକ ଭାଇରସ୍, ଜାଣନ୍ତୁ କିପରି ସୁରକ୍ଷିତ ରହିବେ
Ebola Outbreak in Congo

Key Points

ଇବୋଲାର ଭୟଙ୍କର ତାଣ୍ଡବ
୩୦୦୦ ଜୀବନ ଗଲାଣି
କେମିତି ବ୍ୟାପୁଛି ଏହି ମାରାତ୍ମକ ଭାଇରସ୍ ?
ମଧ୍ୟ ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଭୟାବହ ହେଲାଣି ଇବୋଲା । ଏବେ ଏହି ମାରାତ୍ମକ ଭାଇରସ, ନିୟନ୍ତ୍ରଣ ବାହାରକୁ ଯାଉଥିବା ପରି ମନେ ହେଉଛି । ମେ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଇବୋଲା ସଂକ୍ରମଣରେ ଏଯାବତ ୬୨୫୦ ମାମଲା ରିପୋର୍ଟ ହୋଇଥିବାବେଳେ ୩୦୩୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ଦୁର୍ବଳ ସ୍ଵାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ରୋଗ ନିରାକରଣ ଏବଂ ଚିକିତ୍ସାରେ ବାଧା ଉପୁଜୁଛି । 

ଏହାପୂର୍ବରୁ କଙ୍ଗୋରେ ମଧ୍ୟ ଇବୋଲା ଭାଇରସ୍ ବ୍ୟାପିଥିଲା । ୨୦୨୪ରୁ ୨୦୧୬ ମସିହା ମଧ୍ୟରେ ଇବୋଲା ଅନେକଙ୍କ ଜୀବନ ନେଇଥିଲା । ହେଲେ ବର୍ତ୍ତମାନ ଇବୋଲା ଆହୁରି ଘାତକ ହୋଇଛି । ପୂର୍ବ ଲହର ଅପେକ୍ଷା କଙ୍ଗୋରେ ଏଥର ୬ ଗୁଣା ଅଧିକ ମାମଲା ଏବଂ ୫ ଗୁଣା ଅଧିକ ମୃତ୍ୟୁ ରେକର୍ଡ ହୋଇଛି । ଇତିହାସରେ ଏହା ସବୁଠାରୁ ଦ୍ରୁତ ଗତିରେ ବ୍ୟାପୁଥିବା ଭୂତାଣୁ ବୋଲି କହିଛି ଆମେରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) । ଏପରି ସ୍ଥିତିରେ ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହି ଭାଇରସରୁ ରକ୍ଷା ପାଇବା ପାଇଁ ପିଲାଠୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଇବୋଲା ସଂକ୍ରମଣର ଲକ୍ଷଣ, ଏହା କିପରି ବ୍ୟାପିଥାଏ ଏବଂ ଆପଣ ନିଜକୁ କିପରି ସୁରକ୍ଷିତ ରଖିପାରିବେ ।

  • ଇବୋଲାର ଲକ୍ଷଣଗୁଡ଼ିକ କଣ ?
ଇବୋଲା ଲକ୍ଷଣଗୁଡ଼ିକ ସାଧାରଣତଃ ସଂକ୍ରମଣର ୨ରୁ ୨୧ ଦିନ ମଧ୍ୟରେ ଦେଖାଯାଏ । ଅଧିକାଂଶ ରୋଗୀ ସାଧାରଣତଃ ୮ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଅନୁଭବ କରନ୍ତି । ପ୍ରଥମେ ସଂକ୍ରମିତ ବ୍ୟକ୍ତି ଜଣକ ଜ୍ୱର, ଶରୀରରେ ଯନ୍ତ୍ରଣା, ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ସହିତ ଥକ୍କାପଣ ଅନୁଭବ କରନ୍ତି । ରୋଗ ବଢ଼ିବା ସହିତ ଲକ୍ଷଣଗୁଡ଼ିକ ଅଧିକ ଗୁରୁତର ହୁଏ, ଯେଉଁଥିରେ ଝାଡ଼ା, ବାନ୍ତି ଏବଂ ଶରୀର ଭିତରେ ରକ୍ତସ୍ରାବ ହୁଏ ।

  • କିପରି ବ୍ୟାପିଥାଏ ଇବୋଲା ?
ଇବୋଲା ଭାଇରସ୍ ବାୟୁ ମାଧ୍ୟମରେ ବ୍ୟାପେ ନାହିଁ । ଏଣୁ ଯଦି ଆପଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଆପଣ ଅସୁସ୍ଥ ହେବେ ନାହିଁ । ଏହା କେବଳ ଜଣେ ଅସୁସ୍ଥ କିମ୍ବା ମୃତ ବ୍ୟକ୍ତିଙ୍କ ଶରୀରର ତରଳ ପଦାର୍ଥ ଲାଳ, ମୂତ୍ର, କଫ ସହିତ ସିଧାସଳଖ ସମ୍ପର୍କ ଦ୍ୱାରା ବ୍ୟାପିଥାଏ । ଏଣୁ ଜଣେ ବ୍ୟକ୍ତିଙ୍କଠାରେ ଏପରି ଲକ୍ଷଣ ଦେଖାଯିବା ମାତ୍ରେ ଆପଣ ଦୂରେଇ ରୁହନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭାରତରେ ଇବୋଲା ଭାଇରସ୍ ଲକ୍ଷଣ! ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍!

  • ଇବୋଲାକୁ କିପରି ରୋକାଯାଇପାରିବ ?
ଏହି ରୋଗକୁ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ସଂକ୍ରମିତ ବ୍ୟକ୍ତିଙ୍କ ପରିସ୍ରା, ମଳ, ଲାଳ, ଝାଳ, ବାନ୍ତି, ମାଆ କ୍ଷୀର ଭଳି ତରଳ ପଦାର୍ଥ ସହିତ ସଂସ୍ପର୍ଶକୁ ଏଡ଼ାନ୍ତୁ । ଏହା ସହିତ ଇବୋଲାରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶୁକ୍ରାଣୁ ସହିତ ସଂସ୍ପର୍ଶରେ ଆସିବାରୁ ମଧ୍ୟ ବଞ୍ଚନ୍ତୁ । ରୋଗୀଙ୍କ ପୋଷାକ, ବିଛଣା ଏବଂ ଶରୀରର ତରଳ ପଦାର୍ଥକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ମଣିଷ ବ୍ୟତୀତ ସଂକ୍ରମଣ ବ୍ୟାପିଥିବା ଅଞ୍ଚଳର ବାଦୁଡ଼ି, ବନ୍ୟ ପ୍ରାଣୀ, ମାଙ୍କଡ଼ ଏବଂ ସିମ୍ପାଞ୍ଜି ପରି ପ୍ରାଣୀଙ୍କ ସଂସ୍ପର୍ଶରୁ ମଧ୍ୟ ଦୂରେଇ ରୁହନ୍ତୁ ।