Journalist Death Sentence / ସାମ୍ବାଦିକାଙ୍କ ସମେତ ୧୨ ଜଣଙ୍କୁ ମିଳିଲା ମୃତ୍ୟୁଦଣ୍ଡ, ଜାଣନ୍ତୁ କାହିଁଙ୍କି?
·39 mins ago·3 min read

Key Points
ସାମ୍ବାଦିକାଙ୍କୁ ମୃତ୍ୟୁ ଦଣ୍ହାଦେଶ
ତାହାପୁଣି ଡ୍ରଗ୍ସ ମାମଲାରେ
ଇଜିପ୍ଟର ସାମ୍ବାଦିକା ସାରା ଖଲିଫାଙ୍କୁ ଫାଶୀ ଦଣ୍ଡ

ଇଜିପ୍ଟ,୦୬/୦୯: ସାମ୍ବାଦିକାଙ୍କୁ ମୃତ୍ୟୁ ଦଣ୍ହାଦେଶ। ତାହାପୁଣି ଡ୍ରଗ୍ସ ମାମଲାରେ। ଏହି ଘଟଣା ଘଟିଛି ଇଜିପ୍ଟରେ । ଡ୍ରଗ୍ସ ସମ୍ପର୍କିତ ଏକ ଗୁରୁତର ମାମଲାରେ ଇଜିପ୍ଟର ସାମ୍ବାଦିକା ସାରା ଖଲିଫାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। ତାଙ୍କ ସହ ଏହି ମାମଲାରେ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଡ୍ରଗ୍ସ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଆମଦାନୀ କରିବା, ନିଶାଦ୍ରବ୍ୟ ପ୍ରସ୍ତୁତ କରିବା ଓ ବିକ୍ରି କରିବା ପାଇଁ ଏକ ଅପରାଧୀ ଗ୍ୟାଙ୍ଗ ସହ ଜଡ଼ିତ ଥିବା ଅଭିଯୋଗରେ ଏହି ଦଣ୍ଡାଦେଶ ହୋଇଛି।
ଅଲ୍-ଆହରାମର ରିପୋର୍ଟ ଅନୁସାରେ, ସାରା ଖଲିଫା ଏବଂ ତାଙ୍କ ସହଯୋଗୀମାନେ ଏକ ସଂଗଠିତ ଅପରାଧୀ ଗୋଷ୍ଠୀର ଅଂଶ ଥିଲେ। ଏହି ଗ୍ୟାଙ୍ଗ ନିଶାଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ବିଦେଶରୁ ଆମଦାନୀ କରୁଥିବା ଏବଂ ପରେ ତାହାକୁ ବ୍ୟବହାର କରି ଡ୍ରଗ୍ସ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ବେଆଇନ ବନ୍ଧୁକ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ଜବତ ହୋଇଥିବା କୁହାଯାଇଛି।
କିଏ ଏହି ସାରା ଖଲିଫା?
୩୯ ବର୍ଷୀୟ ସାରା ଖଲିଫା ଇଜିପ୍ଟର ଜଣେ ପରିଚିତ ସାମ୍ବାଦିକା ଅପରାଧ ଓ ରହସ୍ୟମୟ ଘଟଣାକୁ ନେଇ ପ୍ରସ୍ତୁତ ତାଙ୍କ ଟିଭି କାର୍ଯ୍ୟକ୍ରମ ‘ମିଶନ ଇମ୍ପସିବଲ୍’ ପାଇଁ ସେ ଚର୍ଚ୍ଚିତ ଥିଲେ। ତେବେ ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଆସିବା ପରେ ଏହା ତାଙ୍କ କ୍ୟାରିୟରକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖଲିଫା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଲଗାତାର ଅସ୍ୱୀକାର କରିଛନ୍ତି। ଗତ ବର୍ଷ ସେ କୋର୍ଟରେ ହାଜର ହୋଇଥିବା ସମୟରେ ତାଙ୍କୁ ତାଙ୍କ କଥିତ ଭୂମିକା ବିଷୟରେ ପଚରାଯାଇଥିଲା। ସରକାରୀ ଖବରକାଗଜ ‘ଆଖବର ଅଲ-ୟୁମ୍’ ଅନୁସାରେ, ଖଲିଫା କହିଥିଲେ ଯେ ନିଶା ନିବାରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଫଟୋ ଉଠାଇବା ସମୟ ପର୍ଯ୍ୟନ୍ତ ସେ କେବେ ଡ୍ରଗ୍ସ ଦେଖିନଥିଲେ।
ପଢନ୍ତୁ ଏହି ଖବର: ଏଠାରେ ସରକାରୀ ସ୍କୁଲଗୁଡ଼ିକରେ ନିଷେଧ ହେଲେ ai
୭୫୦ କିଲୋରୁ ଅଧିକ ଡ୍ରଗ୍ସ ଜବତ
ମାମଲାର ଶୁଣାଣି ସମୟରେ ଅଭିଯୋଗପକ୍ଷ ପକ୍ଷରୁ କୋର୍ଟରେ ବିଭିନ୍ନ ପ୍ରମାଣ ଉପସ୍ଥାପନ କରାଯାଇଥିଲା। କର୍ତ୍ତୃପକ୍ଷ ୭୫୦ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଏବଂ ଡ୍ରଗ୍ସ ତିଆରି ପାଇଁ ଆମଦାନୀ ହୋଇଥିବା କଞ୍ଚାମାଲ ଜବତ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ଏହା ସହ ମାମଲାରେ ବହୁ ପରିମାଣର ଇଲେକ୍ଟ୍ରୋନିକ୍ ପ୍ରମାଣ ମଧ୍ୟ ଦାଖଲ ହୋଇଥିଲା।
ରିପୋର୍ଟ ଅନୁସାରେ, ପ୍ରାୟ ୨୦ ଜଣ ସାକ୍ଷୀ ଅଭିଯୋଗପକ୍ଷଙ୍କ ନିକଟରେ ବୟାନ ଦେଇଥିଲେ। ଏହାବ୍ୟତୀତ ଅଭିଯୁକ୍ତମାନଙ୍କ କଥାବାର୍ତ୍ତା ଏବଂ ଭିଡିଓ କ୍ଲିପ୍ ସମେତ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ କୋର୍ଟରେ ଉପସ୍ଥାପିତ ହୋଇଥିଲା।
୯ ଜଣଙ୍କୁ ଆଜୀବନ

ଏହି ମାମଲାରେ କେବଳ ସାରା ଖଲିଫାଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ହୋଇନାହିଁ। ଅନ୍ୟ ୯ ଜଣ ସହଯୋଗୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ସେହିପରି ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଖଲିଫାଙ୍କ ଓକିଲ କହିଛନ୍ତି ଯେ ଏହି ଦଣ୍ଡାଦେଶ ବିରୋଧରେ ସେମାନେ ଆଇନଗତ ଭାବେ ଆବେଦନ କରିବେ। ଅର୍ଥାତ୍ ଏହି ରାୟ ବିରୋଧରେ ଆଗକୁ ଆଇନଗତ ଲଢ଼େଇ ଜାରି ରହିବ।
ମୃତ୍ୟୁଦଣ୍ଡ ନେଇ ଇଜିପ୍ଟ ଉପରେ ପ୍ରଶ୍ନ
ଇଜିପ୍ଟରେ ମୃତ୍ୟୁଦଣ୍ଡ ନେଇ ମାନବାଧିକାର ସଂଗଠନଗୁଡ଼ିକ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକାଶ କରିଆସିଛନ୍ତି। ୨୦୨୫ ମସିହାର ଆମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ, ଇଜିପ୍ଟରେ ସେହି ବର୍ଷ ୪୯୨ଟି ମୃତ୍ୟୁଦଣ୍ଡ ରାୟ ଦିଆଯାଇଥିବା ବେଳେ ୨୩ଟି ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରାଯାଇଥିଲା। ଏହି ମାମଲାରେ ଆଉ ଏକ ଆଇନଗତ ପ୍ରକ୍ରିୟା ମଧ୍ୟ ଚର୍ଚ୍ଚାରେ ରହିଛି। ମୃତ୍ୟୁଦଣ୍ଡ ସମ୍ପର୍କିତ ମାମଲାରେ ଇଜିପ୍ଟର ଗ୍ରାଣ୍ଡ ମୁଫ୍ତିଙ୍କ ଧାର୍ମିକ ମତାମତ ନେବା ଏକ ଆବଶ୍ୟକ ପ୍ରକ୍ରିୟା। ଗତ ମାସରେ ପ୍ରାଥମିକ ଭାବେ ରାୟ ପ୍ରକାଶ ପାଇଥିବା ବେଳେ ଗ୍ରାଣ୍ଡ ମୁଫ୍ତିଙ୍କ ମତାମତ ମିଳିବା ପରେ କୋର୍ଟ ଏହି ଦଣ୍ଡାଦେଶକୁ ନିଶ୍ଚିତ କରିଛନ୍ତି।
ଆମନେଷ୍ଟି ଇଣ୍ଟରନ୍ୟାସନାଲ ମୃତ୍ୟୁଦଣ୍ଡର ବ୍ୟବହାର ନେଇ ଆପତ୍ତି ଉଠାଇଛି। ସଂଗଠନର ଯୁକ୍ତି ହେଉଛି, ଡ୍ରଗ୍ସ ଚାଲାଣ ଓ ବଳାତ୍କାର ଭଳି ଅପରାଧ ‘ଇଚ୍ଛାକୃତ ହତ୍ୟା’ ଶ୍ରେଣୀରେ ପଡ଼େ ନାହିଁ, ଯେଉଁ ଅପରାଧ ପାଇଁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ମୃତ୍ୟୁଦଣ୍ଡକୁ ସୀମିତ କରିବାକୁ କୁହାଯାଇଛି।
ଏବେ ସାରା ଖଲିଫାଙ୍କ ମାମଲାରେ ଆଗାମୀ ଆଇନଗତ ପଦକ୍ଷେପ କଣ ହେବ ଏବଂ ତାଙ୍କ ମୃତ୍ୟୁଦଣ୍ଡ ଉପରେ ଅପିଲ୍ କୋର୍ଟର ନିଷ୍ପତ୍ତି କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Topics
Explore more stories