SpaceX / SpaceXର ଗୋଟିଏ ଲେଖାଏଁ ସେୟାର ମାଗଣାରେ ଦେବେ ଏଲନ୍ ମସ୍କ, ଟ୍ରମ୍ପ କହିଲେ 'Thank You'
·2 hours ago·2 min read

Key Points
SpaceXର ଗୋଟିଏ ସେୟାର ଦେବାକୁ ମସ୍କଙ୍କ ପ୍ରତିଶ୍ରୁତି
ଏହି ଉପହାରର ଆନୁମାନିକ ମୂଲ୍ୟ ୧୦.୬୬ ବିଲିୟନ ଡଲାର
ମସ୍କଙ୍କୁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ବଡ଼ ଘୋଷଣା । ମାଗଣାରେ ଦେବେ SpaceXର ସେୟାର୍ । ଆମେରିକାର ପିଲାମାନଙ୍କ ଭବିଷ୍ୟତ ପାଇଁ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଆସନ୍ତା ବର୍ଷ ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜ କମ୍ପାନୀ SpaceXର ଗୋଟିଏ ଲେଖାଏଁ ସେୟାର ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ମସ୍କଙ୍କ ଏଭଳି ଘୋଷଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ ଏହାକୁ ଆମେରିକାର ପିଲାମାନଙ୍କ ଭବିଷ୍ୟତରେ ନିବେଶ କରିବାର ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ।
କେତେ ଟଙ୍କାର ହୋଇପାରେ ଉପହାର ?
ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପ୍ରାୟ ୭.୩ କୋଟି ପିଲା ଅଛନ୍ତି । ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ସେୟାର ଦିଆଗଲେ, ବର୍ତ୍ତମାନର ସେୟାର ମୂଲ୍ୟ ଆଧାରରେ ଏହି ଉପହାରର ମୋଟ ମୂଲ୍ୟ ପ୍ରାୟ ୧୦.୬୬ ବିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧,୦୦,୦୦୦ କୋଟି ଟଙ୍କା ହୋଇପାରେ । ଏହା ଏକ ଆନୁମାନିକ ହିସାବ; ସେୟାରର ମୂଲ୍ୟ ବଦଳିଲେ ଏହାର ମୋଟ ମୂଲ୍ୟ ମଧ୍ୟ ବଦଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ମସ୍କ ଏହି ସେୟାର କେଉଁ ପ୍ରକ୍ରିୟାରେ ପିଲାମାନଙ୍କୁ ଦେବେ, କେଉଁମାନେ ଏଥିପାଇଁ ଯୋଗ୍ୟ ହେବେ ଏବଂ କେବେ ସେୟାର ହସ୍ତାନ୍ତର ହେବ, ସେନେଇ ଏଯାଏଁ ସବିଶେଷ ସୂଚନା ଦିଆଯାଇନାହିଁ । ତେଣୁ ଏହାକୁ ଏବେ ଏକ ଘୋଷଣା ଓ ପ୍ରତିଶ୍ରୁତି ଭାବେ ଦେଖାଯାଉଛି ।
ଏଥିସହ ପଢ଼ନ୍ତୁ: ଫ୍ୟାକ୍ଟ୍ରିରେ ଶ୍ରମିକଙ୍କ ମୃ*ତ୍ୟୁ ପାଇଁ ମାଲିକ ଦାୟୀ, ବ୍ୟାଟେରୀ କମ୍ପାନୀ CEOଙ୍କୁ ୪ ବର୍ଷ ଜେଲ୍
ଟ୍ରମ୍ପ ଆକାଉଣ୍ଟସ୍ କ’ଣ ?
ଆମେରିକାରେ ପିଲାମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ଜମା ଓ ନିବେଶ କରିବା ଉଦ୍ଦେଶ୍ୟରେ ‘ଟ୍ରମ୍ପ ଆକାଉଣ୍ଟସ୍’ ନାମରେ ନିବେଶ ଖାତା ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପିଲାମାନଙ୍କ ନାମରେ ଦୀର୍ଘ କାଳୀନ ନିବେଶ କରାଯାଇପାରିବ ।
ଯୋଗ୍ୟତା ପୂରଣ କରୁଥିବା ୨୦୨୫ରୁ ୨୦୨୮ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କ ଖାତାରେ ସରକାରଙ୍କ ପକ୍ଷରୁ ୧,୦୦୦ ଡଲାରର ପ୍ରାରମ୍ଭିକ ଅର୍ଥ ରାଶି ଦେବାର ବ୍ୟବସ୍ଥା ରହିଛି । ମସ୍କଙ୍କ ସେୟାର ଦାନ ପ୍ରସ୍ତାବ ଏହି ନିବେଶ ବ୍ୟବସ୍ଥା ସହ ଜଡ଼ିତ ହୋଇପାରେ । ତେବେ ସେୟାର ବଣ୍ଟନର ନିୟମ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଟ୍ରମ୍ପ ଓ ମସ୍କଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ

ଟ୍ରମ୍ପ ଓ ମସ୍କଙ୍କ ସମ୍ପର୍କରେ ପୂର୍ବରୁ ମତଭେଦ ଦେଖା ଦେଇଥିଲା । ମସ୍କ ଟ୍ରମ୍ପ ପ୍ରଶାସନର ସରକାରୀ ଦକ୍ଷତା ବିଭାଗରେ କାମ କରିବା ପରେ ୨୦୨୫ ମେ’ରେ ସେଥିରୁ ଅଲଗା ହୋଇଥିଲେ । ପରେ ଟ୍ରମ୍ପଙ୍କ କିଛି ନୀତିକୁ ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ । ଏବେ ପିଲାମାନଙ୍କ ପାଇଁ SpaceX ସେୟାର ଦେବା ପ୍ରସ୍ତାବକୁ ନେଇ ଟ୍ରମ୍ପଙ୍କ ପ୍ରଶଂସା ଉଭୟଙ୍କ ସମ୍ପର୍କକୁ ପୁଣି ଚର୍ଚ୍ଚାକୁ ଆଣିଛି ।
Related Topics
Explore more stories