Work Place Safety / ଫ୍ୟାକ୍ଟ୍ରିରେ ଶ୍ରମିକଙ୍କ ମୃ*ତ୍ୟୁ ପାଇଁ ମାଲିକ ଦାୟୀ, ବ୍ୟାଟେରୀ କମ୍ପାନୀ CEOଙ୍କୁ ୪ ବର୍ଷ ଜେଲ୍
·58 mins ago·2 min read

Key Points
ବ୍ୟାଟେରୀ କାରଖାନା ଅଗ୍ନିକାଣ୍ଡରେ ୨୩ ଶ୍ରମିକଙ୍କ ମୃତ୍ୟୁ
ଦକ୍ଷିଣ କୋରିଆର Aricell କମ୍ପାନୀ CEOଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ
CEOଙ୍କ ପୁଅଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ, କମ୍ପାନୀ ଉପରେ ଜରିମାନା

ସିଓଲ୍: କୌଣସି କାରଖାନାରେ ଶ୍ରମିକଙ୍କ ସୁରକ୍ଷାକୁ ଅଣଦେଖା କଲେ ଏହାର ପରିଣାମ କେତେ ଗମ୍ଭୀର ହୋଇପାରେ, ତାହା ଦକ୍ଷିଣ କୋରିଆର ଏକ ମାମଲାରୁ ସ୍ପଷ୍ଟ ହୋଇଛି । କାରଖାନାରେ ଅଗ୍ନିକାଣ୍ଡରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ବ୍ୟାଟେରୀ ନିର୍ମାତା କମ୍ପାନୀ Aricellର CEO ପାର୍କ ସୁନ୍-କ୍ୱାନଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।
ଅକ୍ଟୋବର ୨୦ରେ ଦକ୍ଷିଣ କୋରିଆର ସୁପ୍ରିମକୋର୍ଟ ଏହି ଦଣ୍ଡକୁ କାଏମ ରଖିଛନ୍ତି । କମ୍ପାନୀର କାରଖାନାରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ୨୩ ଜଣଙ୍କ ମୃତ୍ୟୁ ସହ ୯ ଜଣ ଆହତ ହୋଇଥିଲେ । ଏହି ମାମଲାରେ ପୂର୍ବରୁ ଜିଲ୍ଲା କୋର୍ଟ CEOଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । କିନ୍ତୁ ଅପିଲ୍ କୋର୍ଟ ଏହାକୁ କମାଇ ୪ ବର୍ଷ କରିଥିଲେ । ଏବେ ସୁପ୍ରିମକୋର୍ଟ ମଧ୍ୟ ସେହି ରାୟକୁ ବଜାୟ ରଖିଛନ୍ତି ।
କେମିତି ଘଟିଥିଲା ଏତେ ବଡ଼ ଦୁର୍ଘଟଣା ?
୨୦୨୪ ଜୁନ୍ ୨୪ ତାରିଖରେ ଦକ୍ଷିଣ କୋରିଆର ହ୍ଵାସେଓଙ୍ଗ ସହରରେ ଥିବା Aricell କମ୍ପାନୀର ଲିଥିୟମ୍ ବ୍ୟାଟେରୀ କାରଖାନାରେ ବିସ୍ଫୋରଣ ଘଟିଥିଲା । କାରଖାନାର ଦ୍ଵିତୀୟ ମହଲାରେ ବ୍ୟାଟେରୀ ଯାଞ୍ଚ ଓ ପ୍ୟାକିଂ କାମ ଚାଲିଥିବା ବେଳେ ଅନେକ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ଏହା ପରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅଗ୍ନିକାଣ୍ଡରେ ୨୩ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ୧୭ ଜଣ ଚୀନ୍ ନାଗରିକ, ଜଣେ ଲାଓସ୍ ନାଗରିକ ଏବଂ ୫ ଜଣ ଦକ୍ଷିଣ କୋରିଆର ନାଗରିକ ଥିଲେ । ଅନ୍ୟ ୯ ଜଣ ଆହତ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଭାରତରେ Tesla Roadster ବୁକିଂ ଆରମ୍ଭ, ଗୋଟିଏ କାର୍ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା…
କାହିଁକି ମିଳିଲା CEOଙ୍କୁ ଜେଲ୍ ଦଣ୍ଡ ?
କୋର୍ଟଙ୍କ ଅନୁସାରେ, କମ୍ପାନୀ ପକ୍ଷରୁ କାରଖାନାରେ ଥିବା ବିପଦକୁ ଠିକ୍ ଭାବେ ଚିହ୍ନଟ କରାଯାଇନଥିଲା । ଲିଥିୟମ ବ୍ୟାଟେରୀ ତିଆରି ସମୟରେ ବିସ୍ଫୋରଣର ଆଶଙ୍କା ଥିବା ସତ୍ତ୍ଵେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଦୁର୍ଘଟଣା ମୁକାବିଲା ପାଇଁ ଉପଯୁକ୍ତ ଯୋଜନା ନଥିଲା । ଏଥିପାଇଁ କମ୍ପାନୀର ମୁଖ୍ୟଙ୍କୁ କୋର୍ଟ ଦାୟୀ କରିଛନ୍ତି ।
ପ୍ରଥମେ ଜିଲ୍ଲା କୋର୍ଟ CEO ପାର୍କ ସୁନ୍-କ୍ୱାନଙ୍କୁ ୧୫ ବର୍ଷ ଏବଂ ତାଙ୍କ ପୁଅଙ୍କୁ ମଧ୍ୟ ୧୫ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । ପରେ ଅପିଲ୍ କୋର୍ଟ CEOଙ୍କ ଦଣ୍ଡକୁ ୪ ବର୍ଷ ଏବଂ ପୁଅଙ୍କ ଦଣ୍ଡକୁ ୭ ବର୍ଷକୁ କମାଇଥିଲେ ।
ମୃତକଙ୍କ ପରିବାର ସହ କମ୍ପାନୀର କ୍ଷତିପୂରଣ ବୁଝାମଣାକୁ ମଧ୍ୟ ଦଣ୍ଡ କମାଇବାର ଏକ କାରଣ ଭାବେ ବିଚାର କରାଯାଇଥିଲା । ଏହା ସହ କମ୍ପାନୀ ଉପରେ ୮୦ କୋଟି କୋରିଆନ୍ ୱନ୍ ଜରିମାନା ମଧ୍ୟ କାଏମ ରହିଛି ।

ଦକ୍ଷିଣ କୋରିଆରେ କଡ଼ା ଆଇନ୍
ଦକ୍ଷିଣ କୋରିଆରେ ୨୦୨୨ ମସିହାରୁ Serious Accidents Punishment Act ଲାଗୁ ହୋଇଛି । ଏହି ଆଇନ୍ ଅନୁସାରେ, କାରଖାନା କିମ୍ବା କାର୍ଯ୍ୟସ୍ଥଳରେ ଗୁରୁତର ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ହେଲେ ଏବଂ ସୁରକ୍ଷା ଦାୟିତ୍ୱରେ ଅବହେଳା ପ୍ରମାଣିତ ହେଲେ କମ୍ପାନୀ ମାଲିକ କିମ୍ବା CEOଙ୍କୁ ଅତି କମ୍ରେ ଏକ ବର୍ଷ ଜେଲ୍ ଦଣ୍ଡ ମିଳିପାରେ । ଏହା ସହ ସର୍ବାଧିକ ୧ ବିଲିୟନ୍ ୱନ୍ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ କମ୍ପାନୀର CEOଙ୍କୁ ୪ ବର୍ଷ ଓ ତାଙ୍କ ପୁଅଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି ।

Related Topics
Explore more stories