Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Starlink / ଲୋକଙ୍କ ପାଇଁ ଆଗେଇ ଆସିଲେ ଏଲନ୍ ମସ୍କ;ମାଗଣାରେ ଇଣ୍ଟରନେଟ୍ ଯୋଗାଇବ Starlink

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଲୋକଙ୍କ ପାଇଁ ଆଗେଇ ଆସିଲେ ଏଲନ୍ ମସ୍କ;ମାଗଣାରେ ଇଣ୍ଟରନେଟ୍ ଯୋଗାଇବ Starlink
Elon Musk Announces Free Starlink Internet Service for Venezuela

Key Points

ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ଭେନେଜୁଏଲା ପାଇଁ ବଡ଼ ଘୋଷଣା କରିଛି । ଭେନେଜୁଏଲାରେ ଷ୍ଟାରଲିଙ୍କ୍ ମାଗଣାରେ ଇଣ୍ଟରନେଟ୍ ସର୍ଭିସ୍ ଯୋଗାଇବ ।
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଧନୀ ଏଲନ୍ ମସ୍କଙ୍କ ବଡ଼ ଘୋଷଣା । ମାଗଣାରେ ଯୋଗାଇବେ ଇଣ୍ଟରନେଟ୍ । ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ଭେନେଜୁଏଲା ପାଇଁ ବଡ଼ ଘୋଷଣା କରିଛି । ଭେନେଜୁଏଲାରେ ଷ୍ଟାରଲିଙ୍କ୍ ମାଗଣାରେ ଇଣ୍ଟରନେଟ୍ ସର୍ଭିସ୍ ଯୋଗାଇବ ।

ଏଲନ୍ ମସ୍କଙ୍କ କମ୍ପାନୀ କହିଛି, ଭେନେଜୁଏଲାର ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଦେବ । ଶନିବାର ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀକୁ ହେପାଜତକୁ ନେଇଛି ।

ଏଥିସହ ପଢ଼ନ୍ତୁ: ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍

ଷ୍ଟାରଲିଙ୍କ୍ ହେଉଛି ଏକ ସାଟେଲାଇଟ୍ ବେସ୍‌ଡ ଇଣ୍ଚରନେଟ୍ ସେବା ପ୍ରଦାନକାରୀ ସଂସ୍ଥା । ଦୁର୍ଗମ ଅଞ୍ଚଳ ସହ ମୋବାଇଲ୍ ଟାୱାର ନଥିବା ଅଞ୍ଚଳରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇ ପାରିବ । ବିଶ୍ଵବ୍ୟାପୀ ଅନେକ ଦେଶକୁ ସେବା ଯୋଗାଣ କରୁଛି ଷ୍ଟାରଲିଙ୍କ୍ । ଭାରତରେ ଷ୍ଟାରଲିଙ୍କ୍ ଖୁବଶୀଘ୍ର ସେବା ଆରମ୍ଭ କରିବାକୁ ଯାଉଛି ।

ଭେନେଜୁଏଲା ଲୋକଙ୍କୁ ସମର୍ଥନ କରି ଏଲନ୍ ମସ୍କ ରବିବାର ଏକ ପୋଷ୍ଟ ସେୟାର୍ କରିଛନ୍ତି । ଯେଉଁଥିରେ ଷ୍ଟାରଲିଙ୍କ୍ କହିଛି, "ଭେନେଜୁଏଲା ଲୋକଙ୍କୁ ମାଗଣା ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇ ପାରିବ । ଫେବ୍ରୁଆରୀ ୩ ପର୍ଯ୍ୟନ୍ତ ମାଗଣାରେ ନିରନ୍ତର ସେବା ମିଳିବ ।"

ଷ୍ଟାରଲିଙ୍କ୍ କୌଣସି ଟାୱାର କିମ୍ବା ଫାଇବର ବଦଳରେ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରିଥିବା କ୍ଷୁଦ୍ର ସାଟେଲାଇଟ୍ ମାଧ୍ୟମରେ ଏକ ନେଟୱର୍କ ତିଆରି କରିଛି । ଯାହାଦ୍ଵାରା ୟୁଜର ଟର୍ମିନାଲ୍ ବ୍ୟବହାର କରି ଇଣ୍ଟରନେଟ୍ ବ୍ୟବହାର କରାଯାଏ ।

ଏଥିପାଇଁ ବ୍ୟବହାରକାରୀଙ୍କୁ ଘର କିମ୍ବ ଅଫିସ୍‌ରେ ଏହି ଟର୍ମିନାଲକୁ ଲଗାଇବାକୁ ପଡ଼ିବ । ଏହି ଟର୍ମିନାଲ୍ ଆକାଶରେ ଘୁରୁଥିବା ସାଟେଲାଇଟ୍‌ ଠାରୁ ସିଗନାଲ୍ ଗ୍ରହଣ କରିବା ସହ ପ୍ରେରଣ କରିବ । ଏସବୁ ସାଟେଲାଇଟ୍ ପୃଥିବୀ ପୃଷ୍ଠରୁ ପ୍ରାୟ ୫୫୦ କିଲୋମିଟର ଦୂରରେ ରହିଛି ।

ଆମେରିକା କାହିଁକି କଲା ଆକ୍ରମଣ ?

କୁହାଯାଉଛି, ଭେନେଜୁଏଲା ଉପରେ ଆମେରିକା ହଠାତ୍ ଆକ୍ରମଣ କରି ନାହିଁ । ଭେନେଜୁଏଲା ନିକଟ ଅତୀତରେ ନେଇଥିବା ଅନେକ ନିଷ୍ପତ୍ତିକୁ ନେଇ ଆମେରିକା ସୈନ୍ୟବଳ ପ୍ରୟୋଗ କରିଛି । ବିଗତ ବର୍ଷକରେ ଭେନେଜୁଏଲାର ପ୍ରତ୍ୟେକଟି ନିଷ୍ପତ୍ତି ଆମେରିକା ରଣନୀତି ବିପକ୍ଷରେ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'

ଗତ ନଭେମ୍ବର ୨୦୨୫ରୁ ଆରମ୍ଭ ହୋଇଥିବା ଅପରେସନ୍ ସଦର୍ଣ୍ଣ ସ୍ପିୟରର ଉଦ୍ଦେଶ୍ୟ ଥିଲା ମାଦୁରୋଙ୍କୁ ଶାସନ ଗାଦିରୁ ହଟାଇବା । ଆମେରିକା ପକ୍ଷରୁ ସମୁଦ୍ର ମଝିରେ ଭେନେଜୁଏଲାର ତୈଳ ଟ୍ୟାଙ୍କର ଜବତ କରାଯିବା ସହ ବାରମ୍ବାର ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯାହା ଶେଷରେ ଆଜି କାରକାସ ଉପରେ ଏହି ବଡ଼ ଆକ୍ରମଣ ଏବଂ ମାଦୁରୋଙ୍କ ଗିରଫଦାରୀରେ ପହଞ୍ଚିଛି ।

ଏହି ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଭେନେଜୁଏଲା ନୁହେଁ ବରଂ ସମଗ୍ର ଲାଟିନ୍ ଆମେରିକାରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଋଷ ଏବଂ ଇରାନ ଭଳି ମାଦୁରୋଙ୍କ ବନ୍ଧୁ ଦେଶମାନେ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏବେ ସାରା ବିଶ୍ୱର ନଜର ଟ୍ରମ୍ପଙ୍କ ସେହି ପ୍ରେସ କନଫରେନ୍ସ ଉପରେ, ଯେଉଁଠି ସେ ମାଦୁରୋଙ୍କ ଗିରଫଦାରୀ ସମ୍ପର୍କିତ ବଡ଼ ପ୍ରମାଣ ଦେଇପାରନ୍ତି । ତେବେ ଏହା ଶାସନ ପରିବର୍ତ୍ତନର ଆରମ୍ଭ କି ଏକ ଭୟଙ୍କର ରକ୍ତପାତର ସୂଚନା ତାହା ସମୟ କହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Elon Musk Offers Free Starlink Internet to Venezuela | Argus News | Argus News