|
logo
Live
Argus News App
GET APP

Argus News - ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍

International

Attack On Venezuela / ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍
US Captures Venezuela President

Key Points

ରାଷ୍ଟ୍ରପତିଙ୍କୁ ସ୍ପେଶାଲ ଫୋର୍ସ ଉଠାଇ ନେବା ପରେ ସାମ୍ନାକୁ ଆସିଛି ପ୍ରଥମ ଫଟୋ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ପୋଷ୍ଟ କରିଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ଫଟୋ ।
ନୂଆଦିଲ୍ଲୀ: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ । ରାଷ୍ଟ୍ରପତିଙ୍କୁ ସ୍ପେଶାଲ ଫୋର୍ସ ଉଠାଇ ନେବା ପରେ ସାମ୍ନାକୁ ଆସିଛି ପ୍ରଥମ ଫଟୋ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ପୋଷ୍ଟ କରିଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ଫଟୋ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ଫୋର୍ସ ଭେନେଜୁଏଲାରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭେନେଜୁଏଲାର ରାଜଧାନୀର କାରାକାସରେ ପଶି ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ଅଣାଯାଉଛି ।

ଏଥିସହ ପଢ଼ନ୍ତୁ: ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ଆମେରିକାର ଯୁଦ୍ଧଜାହାଜ lwo Jima ଜରିଆରେ ନ୍ୟୁୟର୍କ ଅଣାଯାଉଛି । ଏକଥା ଖୋଦ୍ ଟ୍ରମ୍ପ ସ୍ଵୀକାର କରିଛନ୍ତି । ନ୍ୟୁୟର୍କରେ ମାଦୁରୋଙ୍କ ବିରୋଧରେ ମକଦ୍ଦମା ଚାଲିବ । ଯୁଦ୍ଧପୋତରେ ମାଦୁରୋଙ୍କୁ ଅଣାଯାଉଥିବା ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଭେନେଜୁଏଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପ କହିଛନ୍ତି, "ଆମେରିକୀୟ ସୈନ୍ୟ ବାହାଦୂରୀ ସହ ଆକ୍ରମଣ କରିଛନ୍ତି ।" ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏହା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ସେବେଠୁ ଏଭଳି କାର୍ଯ୍ୟାନୁଷ୍ଠାନ ଲୋକେ ଦେଖି ନଥିବା କହିଛନ୍ତି ଟ୍ରମ୍ପ ।

ଭେନେଜୁଏଲା ଉପରେ ଆମେରିକା ଆକ୍ରମଣକୁ ନେଇ ଋଷ ମନ୍ତବ୍ୟ ରଖିଛି । ଋଷ କହିଛି, "ଆମେ ଭେନେଜୁଏଲା ସହ ଅଛୁ ।" ଋଷର ଏଭଳି ପ୍ରତିକ୍ରିୟା ଆମେରିକା ପାଇଁ ଏକ ପ୍ରକାର ସଂକେତ ବୋଲି କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ଭେନେଜୁଏଲା ଉପରେ କାହିଁକି ଏତେ ବଡ଼ ଆକ୍ରମଣ କଲା ଆମେରିକା ?

ଭେନେଜୁଏଲା ଉପରେ ଆମେରିକାର ଆଭିମୁଖ୍ୟ ଆକ୍ରମଣାତ୍ମକ ହୋଇଥିବା ବେଳେ ଋଷ ସପକ୍ଷରେ ବାହାରିବା ଅନ୍ତର୍ଜାତୀୟ ସ୍ତରରେ ନୂଆ ଉତ୍ତେଜନାକୁ ପ୍ରୋତ୍ସାହନ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆମେରିକା କାହିଁକି କଲା ଆକ୍ରମଣ ?

କୁହାଯାଉଛି, ଭେନେଜୁଏଲା ଉପରେ ଆମେରିକା ହଠାତ୍ ଆକ୍ରମଣ କରି ନାହିଁ । ଭେନେଜୁଏଲା ନିକଟ ଅତୀତରେ ନେଇଥିବା ଅନେକ ନିଷ୍ପତ୍ତିକୁ ନେଇ ଆମେରିକା ସୈନ୍ୟବଳ ପ୍ରୟୋଗ କରିଛି । ବିଗତ ବର୍ଷକରେ ଭେନେଜୁଏଲାର ପ୍ରତ୍ୟେକଟି ନିଷ୍ପତ୍ତି ଆମେରିକା ରଣନୀତି ବିପକ୍ଷରେ ଯାଇଥିଲା ।

ଗତ ନଭେମ୍ବର ୨୦୨୫ରୁ ଆରମ୍ଭ ହୋଇଥିବା ଅପରେସନ୍ ସଦର୍ଣ୍ଣ ସ୍ପିୟରର ଉଦ୍ଦେଶ୍ୟ ଥିଲା ମାଦୁରୋଙ୍କୁ ଶାସନ ଗାଦିରୁ ହଟାଇବା । ଆମେରିକା ପକ୍ଷରୁ ସମୁଦ୍ର ମଝିରେ ଭେନେଜୁଏଲାର ତୈଳ ଟ୍ୟାଙ୍କର ଜବତ କରାଯିବା ସହ ବାରମ୍ବାର ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯାହା ଶେଷରେ ଆଜି କାରକାସ ଉପରେ ଏହି ବଡ଼ ଆକ୍ରମଣ ଏବଂ ମାଦୁରୋଙ୍କ ଗିରଫଦାରୀରେ ପହଞ୍ଚିଛି ।

ଏହି ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଭେନେଜୁଏଲା ନୁହେଁ ବରଂ ସମଗ୍ର ଲାଟିନ୍ ଆମେରିକାରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଋଷ ଏବଂ ଇରାନ ଭଳି ମାଦୁରୋଙ୍କ ବନ୍ଧୁ ଦେଶମାନେ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏବେ ସାରା ବିଶ୍ୱର ନଜର ଟ୍ରମ୍ପଙ୍କ ସେହି ପ୍ରେସ କନଫରେନ୍ସ ଉପରେ, ଯେଉଁଠି ସେ ମାଦୁରୋଙ୍କ ଗିରଫଦାରୀ ସମ୍ପର୍କିତ ବଡ଼ ପ୍ରମାଣ ଦେଇପାରନ୍ତି । ତେବେ ଏହା ଶାସନ ପରିବର୍ତ୍ତନର ଆରମ୍ଭ କି ଏକ ଭୟଙ୍କର ରକ୍ତପାତର ସୂଚନା ତାହା ସମୟ କହିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Attack On Venezuela: ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍ | Argus News