Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Epstein files / ଏପଷ୍ଟେଇନ୍ ଫାଇଲ୍ସ ରହସ୍ୟ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଟ୍ରମ୍ପ୍

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଏପଷ୍ଟେଇନ୍ ଫାଇଲ୍ସ ରହସ୍ୟ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଟ୍ରମ୍ପ୍
Epstein files

Key Points

ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ
ଜଣେ ଅଭିଯୁକ୍ତ ସହ ବୁଲୁଥିଲେ ଟ୍ରମ୍ପ
ଧିରେ ଧିରେ ଖୋଲୁଛି ଟ୍ରମ୍ପଙ୍କ ମୁଖା। ଏପଷ୍ଟେଇନ୍‌ ଫାଇଲ୍ସ ଖୋଲୁଛି ତଥ୍ୟ। ଯାହାକୁ ନେଇ ସବୁଠି ଆଲୋଚନା। ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଟ୍ରମ୍ପ୍ ଗୋଟିଏ ବିମାନରେ ଯାତ୍ରା କରୁଥିଲେ ବୋଲି ଫାଇଲରେ ଉଲ୍ଲେଖ ରହିଛି । ତେବେ ୧୯୯୩ରେ ଏପଷ୍ଟେଇନଙ୍କ ସହ ଟ୍ରମ୍ପ ଏବଂ ଅନ୍ୟ ଦୁଇ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏମାନେ ହେଲେ ଏପଷ୍ଟେଇନ୍ ଏବଂ ଅନ୍ୟ ଜଣେ ମହିଳା । କେବଳ ଏତିକି ନୁହେଁ ଏହାପରେ ଆଉ ଦୁଇଟି ବିମାନ ଯାତ୍ରାରେ ଟ୍ରମ୍ପଙ୍କ ସହ ଜଣେ ମହିଳା ସାମିଲ ଥିଲେ ବୋଲି ଜଣାପଡିଛି ।

ଏପଷ୍ଟେଇନ୍ ଫାଇଲକୁ ନେଇ ବର୍ତ୍ତମାନ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ଯାହାକୁ ଦୃଷ୍ଟିରେ ରଖି ଆମେରିକାରେ ବିବାଦ ବଢ଼ିବାରେ ଲାଗିଛି। ଇ-ମେଲରେ ଆହୁରି ଉଲ୍ଲେଖ ଥିଲା ଯେ, ୧୯୯୩ରୁ ୧୯୯୬ ମଧ୍ୟରେ ବର୍ତ୍ତମାନର ୟୁଏସ ପ୍ରେସିଡେଣ୍ଟ୍ ଏପଷ୍ଟେଇନଙ୍କ ବିମାନରେ ଟ୍ରମ୍ପ ୪ ଥର ଗସ୍ତ କରିଛନ୍ତି । ଏଥିରେ ମ୍ୟାକ୍ସଓ୍ୱେଲନାମକ ଅନ୍ୟ ଜଣେ ବ୍ୟକ୍ତି ରହିଥିଲେ । ଏହାପରେ ମଧ୍ୟ ଡୋନାଲ୍ଡ ଅନେକ ବିମାନ ଯାତ୍ରା କରିଛନ୍ତି । ଯେଉଁ ସବୁ ଯାତ୍ରାରେ ଟ୍ରମ୍ପଙ୍କ ପୁଅ ଏବଂ ଝିଅ ମଧ୍ୟ ସାମିଲ ଥିଲେ ।

ଏଥିସହ ପଢ଼ନ୍ତୁ: ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ

ସାମ୍ନାକୁ ଆସିଥିବା ତଥ୍ୟରେ ଜଣା ପଡିଛି ଯେ, ୧୯୯୦ରେ ଡୋନାଲ୍ଡ ଟ୍ରମ୍ପ, ଜେଫରୀ ଏପଷ୍ଟେଇନ୍ ଏବଂ ଅନ୍ୟ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ବିମାନରେ ଯାତ୍ରା କରିଥିଲେ । ଯୁବତୀଜଣଙ୍କ ପୀଡିତା ନା ନାହିଁ ତାହା ଜଣା ପଡି ନାହିଁ । ଯାହା ଉପରେ ଆମେରିକାର ଆଇନ ମନ୍ତ୍ରାଳୟ ତଦନ୍ତ କରୁଛି । ତେବେ ମାମଲାରେ କୋଟିପତି ଜେଫରୀ ଏପଷ୍ଟେଇନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କ ରହିଥିଲା । ଯାହା ଉପରୁ ଧିରେ ଧିରେ ପରଦା ହଟୁଛି ।ଜାରି ହୋଇଥିବା ନୂଆ ଦସ୍ତାବିଜରେ କୁହାଯାଇଛି ଯେ, ନବେ ଦଶକରେ ଘଟିଥିବା ଭୟଙ୍କର ଅପରାଧରେ ଅନେକ ଥର ଟ୍ରମ୍ପଙ୍କ ନାଁ ସାମ୍ନାକୁ ଆସୁଛି । ସେ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବିମାନରେ ଉଡାଣ ଭରିଛନ୍ତି । ଯାହା ପ୍ରଥମେ ୨୦୨୦ରେ ୟୁଏସର ଆଟର୍ଣ୍ଣି ଜେନେରାଲଙ୍କ ଏକ ଇ-ମେଲରୁ ଏହା ଜଣାପଡିଥିଲା । ଇ-ମେଲରେ ସେ ଟ୍ରମ୍ପଙ୍କ ବିମାନ ଗସ୍ତର ତଥ୍ୟ ପାଇଥିବା କହିଥିଲେ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଗାଏବ ହୋଇଥିଲା ଗତ କିଛି ଦିନ ତଳେ । ଜେଫ୍ରି ଏପଷ୍ଟାଇନ୍‌ଙ୍କ ସହ ଜଡିତ ଡକୁମେଣ୍ଟ୍ସ ପାଇଁ ନ୍ୟାୟ ବିଭାଗର ପବ୍ଲିକ ୱେବପେଜ୍‌ରୁ ଅତି କମରେ ୧୬ଟି ଫାଇଲ୍ ଗାଏବ ହୋଇଯାଇଛି। ଏହି ଫାଇଲ୍‌ଗୁଡ଼ିକ ଗୋଟିଏ ଦିନ ପୂର୍ବରୁ ସେୟାର କରାଯାଇଥିଲା କିନ୍ତୁ ୱେବପେଜ୍‌ରେ ଆଉ ଉପଲବ୍ଧ ନାହିଁ। ନିଖୋଜ ଫାଇଲ୍‌ଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ମଧ୍ୟ ଥିଲା। ଏପଷ୍ଟାଇନଙ୍କ ସହିତ ଦୀର୍ଘଦିନ ଧରି ଜଡିତ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ନାହିଁ, ଯେଉଁଥିରେ ବ୍ରିଟେନର ପୂର୍ବତନ ପ୍ରିନ୍ସ ଆଣ୍ଡ୍ରୁ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ କାହାକୁ ତଦନ୍ତ କରାଯାଇଥିଲା ଏବଂ କାହାକୁ ନୁହେଁ ସେ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଯାହା ପରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସୁଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Epstein files | Email by 'A' from 'Balmoral' asked Ghislaine Maxwell for 'inappropriate friends' | Argus News | Argus News