Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISRO Make History / ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ
ISRO

Key Points

ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ
ସାଟେଲାଇଟ୍ ବ୍ଲୁ ବର୍ଡ ବ୍ଲକ୍-୨ଉତକ୍ଷେପଣ କରିବ ଇସ୍ରୋ
ଗତକାଲି ଠାରୁ ଆରମ୍ଭ ହୋଇଛି ୨୪ ଘଣ୍ଟିଆ କାଉଣ୍ଟଡାଉନ୍
ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଜି ଇସ୍ରୋ ଆମେରିକୀୟ କମ୍ପାନି ଏଏସଟି ସ୍ପେସ୍ ମୋବାଇଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିବ । ଗତକାଲି ଠାରୁ ଆରମ୍ଭ ହୋଇଛି ୨୪ ଘଣ୍ଟିଆ କାଉଣ୍ଟଡାଉନ୍ । ଆଜି ସକାଳ ୮.୫୪ ମିନିଟରେ ଏହାର ଉତକ୍ଷେପଣ କରାଯିବ । ଏଲଭିଏମ୩-ଏମ୬ ମିଶନ ଜରିଆରେ ଆମେରିକୀୟ କମ୍ପାନିର ଯୋଗାଯୋଗ ସାଟେଲାଇଟ୍ ବ୍ଲୁ ବର୍ଡ ବ୍ଲକ୍-୨କୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରିବ । ଯଦି ମିଶନ ସଫଳ ହୁଏ ତେବେ ଏହା ଭାରତ ଠାରୁ ଆରମ୍ଭ କରି ସାରା ଦୁନିଆ ଏକ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବ ।

ଇସ୍ରୋର ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, LVM3-M6 ସାହାଯ୍ୟରେ ପରବର୍ତ୍ତୀ ପିଢ଼ିର ବାଣିଜ୍ୟିକ ଉପଗ୍ରହ, ‘ବ୍ଲୁ ବାର୍ଡ୍ ବ୍ଲକ-୨’ ଉତ୍‌କ୍ଷେପଣ କରିବ । ଏହି ମିଶନ ଆମେରିକୀୟ କମ୍ପାନି ଏଏସଟି ସ୍ପେସମୋବାଇଲ୍ ସହିତ ଏକ ବାଣିଜ୍ୟିକ ଚୁକ୍ତି ଅନୁଯାୟୀ ପରିଚାଳିତ ହେଉଛି । ଶ୍ରୀହରିକୋଟାରୁ ଏହି ଉତ୍‌କ୍ଷେପଣ ମୋବାଇଲ୍ କନେକ୍ଟିଭିଟିରେ କ୍ରାନ୍ତି ଆଣିପାରେ । ଏହି ଉପଗ୍ରହଟି ସିଧାସଳଖ ସ୍ମାର୍ଟଫୋନକୁ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଉପଗ୍ରହକୁ ୫,୬୦୦ରୁ ଅଧିକ ବ୍ୟକ୍ତିଗତ ସିଗନାଲ୍ ସେଲ୍ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: କାଲିଠୁ ପ୍ରତି ମ୍ୟାଚ ପାଇଁ କେତେ କୋଟି ପାଇବେ କୋହଲି ?

ଏହା ପ୍ରତି ସେକେଣ୍ଡରେ ୧୨୦ ମେଗାବିଟ୍ ପର୍ଯ୍ୟନ୍ତ ସର୍ବାଧିକ ଗତି ବା ପିକ୍ ସ୍ପିଡ୍ ପ୍ରଦାନ କରିବାକୁ ସକ୍ଷମ । ଏହି ଗତି ଭଏସ୍ କଲିଂ, ମେସେଜିଂ, ଦ୍ରୁତ ଡାଟା ସ୍ଥାନାନ୍ତର ଏବଂ ନିରବଚ୍ଛିନ୍ନ ଭିଡିଓ ଷ୍ଟ୍ରିମିଂ ପାଇଁ ଯଥେଷ୍ଟ । ସଫଳ ଉତକ୍ଷେପଣ ଏବଂ ଉପଗ୍ରହ ସ୍ଥାପନ ହେବା ପରେ ଉପଗ୍ରହକୁ ନିମ୍ନ କକ୍ଷପଥରେ ପରୀକ୍ଷଣ କରାଯିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ISRO Make History | ISRO Set to Make History With Its Final Mission of the Year | Argus News | Argus News