Sheikh Hasina Return / ଶେଖ୍ ହସିନାଙ୍କୁ ଆଘାତ ଲାଗିଲେ ପରିଣାମ ଭୟଙ୍କର; ତାରିକ୍ ରହମାନ ସରକାରଙ୍କୁ ଚେତାବନୀ
·Updated on: 28 Nov 2026, 20:27:37 IST·2 min read

Key Points
୨ବର୍ଷ ପରେ ସ୍ଵଦେଶ ଫେରିବେ ଶେଖ ହସିନା
ହସିନାଙ୍କୁ ହାତକଡ଼ି ପିନ୍ଧାଇବାକୁ ସରକାରଙ୍କ ଯୋଜନା
ଏପଟେ କିନ୍ତୁ ସରକାରଙ୍କୁ ଆସିଲା କଡ଼ା ଚେତାବନୀ

ଢାକା: ଶେଖ୍ ହସିନାଙ୍କୁ ଯଦି ସାମାନ୍ୟ ଆଘାତ ଲାଗେ, ତାହାର ପରିଣାମ ଭୟଙ୍କର ହେବ... ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶ ଫେରିବା ପୂର୍ବରୁ ତାରିକ୍ ରହମାନ ସରକାରଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ । ହସିନାଙ୍କ ସୁରକ୍ଷାକୁ ନେଇ ସେ ଏଭଳି ଚେତାବନୀ ଦେଇଛନ୍ତି, ଯାହା ବାଂଲାଦେଶର ରାଜନୀତିକୁ ପୁଣି ଉଷ୍ମ କରିଦେଇଛି ।
୨୦୨୪ ଅଗଷ୍ଟ ୫ ତାରିଖରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନାଙ୍କ ସରକାରର ପତନ ହୋଇଥିଲା । ଦେଶରେ ଅଶାନ୍ତି ବଢ଼ିବା ପରେ ସେ ବାଂଲାଦେଶ ଛାଡ଼ି ଭାରତକୁ ଆସିଥିଲେ । ଏବେ ପ୍ରାୟ ଦୁଇ ବର୍ଷ ପରେ ସେ ପୁଣି ନିଜ ଦେଶକୁ ଫେରିବାକୁ ଯାଉଥିବା ନେଇ ଖବର ଚର୍ଚ୍ଚାରେ ରହିଛି । ହସିନା ସ୍ଵଦେଶ ଫେରିବା ନେଇ ଘୋଷଣା କରିବା ପରେ ଆସିଥିଲା ବାଂଲାଦେଶ ସରକାରଙ୍କ ପ୍ରତିକ୍ରିୟା । ସେ ହସିନାଙ୍କୁ ଜଣେ ଅପରାଧୀ କହିବା ସହ ହାତକଡ଼ି ପିନ୍ଧାଇ ଦେଶକୁ ଆଣିବେ ବୋଲି କହିଥିଲେ।
ରୁବିନଙ୍କ ମତରେ, ଶେଖ୍ ହସିନାଙ୍କୁ ଗିରଫ କରାଗଲେ ତାଙ୍କ ସମର୍ଥକମାନେ ଉତ୍ତେଜିତ ହୋଇପାରନ୍ତି ଏବଂ ବାଂଲାଦେଶରେ ପୁଣି ହିଂସା, ସଂଘର୍ଷ ଓ ଅରାଜକତା ସୃଷ୍ଟି ହୋଇପାରେ । ଯାହା ୨୦୨୪ ଜୁଲାଇ-ଅଗଷ୍ଟର ଅଶାନ୍ତ ପରିସ୍ଥିତିକୁ ପୁଣି ଫେରାଇ ଆଣିପାରେ । ଏହି ସେମିନାରରେ ଶେଖ୍ ହସିନା ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଡ଼ି ହୋଇଥିଲେ। ତାଙ୍କ ଉପସ୍ଥିତିରେ ହିଁ ରୁବିନ୍ ବାଂଲାଦେଶ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହାସହ ଭାରତର ମୋଦି ସରକାରଙ୍କୁ ମଧ୍ୟ ହସିନାଙ୍କ ପ୍ରସଙ୍ଗରେ ବାଂଲାଦେଶ ସହ ଦୃଢ଼ ଭାବରେ ଠିଆ ହେବା ଏବଂ ତାଙ୍କ ସମର୍ଥନରେ କୌଣସି ବୁଝମଣା ନକରିବାକୁ ପରାମର୍ଶ ଦେଇଛନ୍ତି ।

- କଣ କହିଲେ ମାଇକେଲ୍ ରୁବିନ୍ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିଜର ଶେଷ ଇଚ୍ଛା ପ୍ରକାଶ କଲେ ହସିନା: କହିଲେ ମୁଁ ଜାଣିଛି ସେମାନେ ମତେ ଶୀଘ୍ର ମାରିଦେବେ...
- ବିଜୟ ଦିବସରେ ସ୍ଵଦେଶ ଫେରିପାରନ୍ତି ହସିନା
- ସହଜ ନୁହଁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ
Related Topics
Explore more stories