Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Fighter Jet Kill Switch / ପୁଣି ଚର୍ଚ୍ଚାରେ ଯୁଦ୍ଧ ବିମାନର Death Button; କ'ଣ ରହିଛି ଭାରତ ଉପରେ ଏହାର ପ୍ରଭାବ?

Subhramjit Ray
Browse all articles by Subhramjit Ray
·3 months ago·4 min read
ପୁଣି ଚର୍ଚ୍ଚାରେ ଯୁଦ୍ଧ ବିମାନର  Death Button; କ'ଣ ରହିଛି ଭାରତ ଉପରେ ଏହାର ପ୍ରଭାବ?
Fighter Jet Kill Switch

Key Points

ବିଗତ କିଛି ବର୍ଷ ହେବ ଆମେରିକା ଦ୍ୱାରା ବିକଶିତ ହୋଇଥିବା ଯୁଦ୍ଧ ବିମାନରେ "କିଲ୍ ସ୍ୱିଚ୍" (Kill Switch In US Fighter Jet) ରହିଥିବାର ରିପୋର୍ଟ ବିଶ୍ୱରେ ଚର୍ଚ୍ଚାର ଶିରୋନାମା ପାଲଟିଛି।
Fighter Jet Death Button: କ'ଣ ବିଦେଶୀ ଯୁଦ୍ଧ ବିମାନ ଭରସ୍ୟଯୋଗ୍ୟ? ଏପରି ଧରଣର ବିମାନ ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ହିଁ ସବୁ କିଛି। କାରଣ ଯେଉଁ ଦେଶ ପାଖରେ ଟେକ୍ନୋଲୋଜି ରହିଛି ସେମାନେ କେବଳ ଫାଇଟର ଜେଟ୍ ନିର୍ମାଣ କରିବାକୁ ସମର୍ଥ। ଯେତେବେଳେ ଗୋଟିଏ ଦେଶ ଆମେରିକା କିମ୍ବା ୟୁରୋପରୁ କୌଣସି ଅତ୍ୟାଧୁନିକ ଯୁଦ୍ଧ ବିମାନ କ୍ରୟ କରିଥାନ୍ତି, ସେତେବେଳେ କ୍ରେତା ଦେଶ ମନରେ ବିକ୍ରେତା ଦେଶକୁ ନେଇ ଏକ ଭୟ ସର୍ବଦା ରହିଥାଏ। ତାହ ହେଉଛି କ'ଣ ବିକ୍ରୟକାରୀ ଦେଶ ଯୁଦ୍ଧ ସମୟରେ ଏହି ବିମାନକୁ ଅଟକାଇ ପାରିବ କିମ୍ବା ଏହାକୁ ନଷ୍ଟ କରି ଦେଇ ପାରିବ?

ବିଗତ କିଛି ବର୍ଷ ହେବ ଆମେରିକା ଦ୍ୱାରା ବିକଶିତ ହୋଇଥିବା ଏଫ୍-୩୫, ଏଫ୍-୨୨, ଏଫ୍-୧୮, ଏଫ୍-୧୬, ଏଫ୍-୧୫ ଯୁଦ୍ଧ ବିମାନରେ "କିଲ୍ ସ୍ୱିଚ୍" (Kill Switch In US Fighter Jet) ରହିଥିବାର ରିପୋର୍ଟ ବିଶ୍ୱରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ଏ ସମ୍ପର୍କିତ ଖବର ବିଭିନ୍ନ ସମୟରେ ପ୍ରସାରିତ ହୋଇସାରିଛି। ଯୁଦ୍ଧ ବିମାନରେ ରହିଥିବା "କିଲ୍ ସ୍ୱିଚ୍" ହେଉଛି ଏପରି ଏକ ଟେକ୍ନୋଲୋଜି ଯାହା ଯେକୌଣସି ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ଆଧୁନିକ ବିମାନ କେବଳ ଏକ ମେସିନ୍ ନୁହେଁ ବରଂ ଆକାଶରେ ଉଡ଼ୁଥିବା ଏକ କମ୍ପ୍ୟୁଟର। ଯେଉଁଥିରେ ଲକ୍ଷ ଲକ୍ଷ ଲାଇନ୍ସ କୋଡ୍ ରହିଥାଏ। ଯାହା ଦ୍ୱାରା ପାଇଟର ଜେଟ୍ ନିର୍ମାଣ କରୁଥିବା ଦେଶକୁ ବିଦେଶରେ ଥାଇ ମଧ୍ୟ ସେମାନଙ୍କ ଦ୍ୱାରା ନିର୍ମିତ ଯୁଦ୍ଧ ବିମାନକୁ ନିୟନ୍ତ୍ରଣ କରିବାକୁ ସୁଯୋଗ ଦେଇଥାଏ।

"କିଲ୍ ସ୍ୱିଚ୍" ହେଉଛି ଏପରି ଏକ ଡିଜିଟାଲ ପ୍ରକ୍ରିୟା (Digital Mechanism) ଯାହା ଦ୍ୱାରା ନିର୍ମାତା କିମ୍ବା ଦେଶ ସେମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ଯୁଦ୍ଧ ବିମାନର ସଫ୍ଟୱେର୍ (Fighter Jet Software) ଦୂରରୁ ବନ୍ଦ କରି ଦେଇପାରିବେ। ଆମେରିକା ଦ୍ୱାରା ବିକଶିତ ଏଫ୍-୩୫ ଯୁଦ୍ଧ ବିମାନ 'ALIS' (Autonomic Logistics Information System) କିମ୍ବା ଏହାର ନୂତନ ସଂସ୍କରଣ 'ODIN' (Operational Data Integrated Network) ଦ୍ୱାରା କାର୍ଯ୍ୟ କରିଥାଏ। ଏହା ଏକ କ୍ଲାଉଡ୍-ଭିତ୍ତିକ ସିଷ୍ଟମ୍ (Cloud Based System)। ଯାହା ସାରା ବିଶ୍ୱରେ ଏଫ୍-୩୫ ଯୁଦ୍ଧ ବିମାନ ସହ ଜଡ଼ିତ ତଥ୍ୟକୁ ଆମେରିକାର "ସର୍ଭର" (US Data Server) ସହିତ ସଂଯୋଗ କରିଥାଏ। ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଯଦି ଆମେରିକା ଚାହିଁବ ତାହେଲେ କୌଣସି ଦେଶ ଏହାକୁ ବ୍ୟବହାର କରିପାରିବେ ନାହିଁ। ଯାହାର ଅର୍ଥ ହେଉଛି ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 'ALIS' କିମ୍ବା 'ODIN', "ସର୍ଭର"
ସହ ଯୋଗାଯୋଗ କରିପାରିବେ ନାହିଁ। ଯାହା ଦ୍ୱାରା ବିମାନର ରକ୍ଷଣାବେକ୍ଷଣ କିମ୍ବା ଏହାକୁ ସାମରିକ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଯାହା ଦ୍ୱାରା ବିମାନ କେବଳ ବିମାନ ବନ୍ଦରରେ ଛିଡ଼ା ହୋଇ ରହିଯିବେ। କହିବାକୁ ଗଲେ ସେମାନେ ଉଡ଼ାଣ ଭରିପାରିବେ ନାହିଁ।

ଆଧୁନିକ ଲଢ଼ୁଆ ବିମାନ ସମ୍ପୂର୍ଣ୍ଣ ଭାବରେ ସଫ୍ଟୱେର୍ ଉପରେ ନିର୍ଭରଶୀଳ। "ଏଣ୍ଡ ୟୁଜର ମନିଟରିଂ" (End User Monitoring) ମାଧ୍ୟମରେ ବିମାନ କେଉଁଠାରେ ଏବଂ କିପରି ବ୍ୟବହାର ହେଉଛି ତାହା ଉପରେ ନଜର ରଖାଯାଇ ପାରିବ।

ଯଦି ବିମାନ ନିର୍ମାଣ କରୁଥିବା ଦେଶ ବିଶ୍ୱାସ କରେ ଯେ ସେମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଫାଇଟର ଜେଟ୍ ଯଦି ସେମାନଙ୍କ ସ୍ୱାର୍ଥ ବିରୋଧରେ ବ୍ୟବହାର କରାଯାଉଛି, ତାହେଲେ ସେତେବଳେ ବିକ୍ରେତା ଦେଶ, କ୍ରେତା ଦେଶର ବିମାନକୁ "ସଫ୍ଟୱେର୍ ଅପଡେଟ୍" (Fighter Jet Software Upgradation) କିମ୍ବା ବଗ୍ (Bug) ମାଧ୍ୟମରେ ରାଡ଼ାର, ଅସ୍ତ୍ରଶସ୍ତ୍ର ପ୍ରଣାଳୀ କିମ୍ବା ଏହାର ପରିଚାଳନା ବ୍ୟବସ୍ଥାକୁ (Fighter Jet Navigation System) ଅକ୍ଷମ କରି ଦେଇ ପାରିବେ।

ଉଦାହରଣ ସ୍ୱରୂପ, ଯଦି ଏକ ବିମାନର ରାଡାର କୌଣସି ଲକ୍ଷ୍ୟକୁ ଲକ୍ (Fighter Jet Radar Locking System) କରିବାରେ ବିଫଳ ହୁଏ କିମ୍ବା ଏହାର କ୍ଷେପଣାସ୍ତ୍ର ଫାୟାରିଂ କରିବାର କୋଡ୍ (Fighter Jet Missile Firing Code) ବିଫଳ ହୁଏ, ତାହେଲେ ଏହି ବିମାନ କେବଳ ଏକ ଧାତୁ ନିର୍ମିତ ବାକ୍ସ ହୋଇ ରହିଯିବ। ଯାହାକୁ ବୈଷୟିକ ଭାଷାରେ "ସଫ୍ଟ କିଲ୍" (Fighter Jet Soft Kiling System) କୁହାଯାଏ। ଯାହାର ଅର୍ଥ ହେଉଛି ଯୁଦ୍ଧ ବିମାନ କେବଳ ଉଡ଼ିପାରିବ ହେଲେ ଯୁଦ୍ଧ ଭୂମିରେ ଲଢେଇ କରିପାରିବ ନାହିଁ।

କେବଳ ସଫ୍ଟୱେର୍ ନୁହେଁ, ବିମାନର ହାର୍ଡୱେର୍ ଅର୍ଥାତ୍ ଚିପ୍ସ (Fighter Jet Hardware Chips) ମଧ୍ୟ "ବ୍ୟାକଡୋର୍" (Backdoor) କୁ ନେଇ ବେଶ ସମ୍ବେଦନଶୀଳ। ଲଢ଼ୁଆ ବିମାନର ଯାନ୍ତ୍ରିକ ପ୍ରଣାଳୀରେ (Fighter Jet Avionics) ହଜାର ହଜାର ମାଇକ୍ରୋଚିପ୍ (Microchip) ରହିଥାଏ। ଯଦି ନିର୍ମାଣ ସମୟରେ ଏହି ଚିପ୍ ମଧ୍ୟରେ ଏକ ଗୁପ୍ତ କୋଡ୍ (Secret Code in Chips) ପ୍ରବେଶ କରାଯାଏ, ଯାହା ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସି (Frequency) କିମ୍ବା ସଂକେତ (Signal) ଦ୍ୱାରା ସକ୍ରିୟ କରାଯାଏ, ତାହେଲେ ଏହାକୁ ଚିହ୍ନଟ କରିବା ଅସମ୍ଭବ ହୋଇଯାଏ। ଯୁଦ୍ଧକ୍ଷେତ୍ରରେ ଏକ ଛୋଟ ସିଗନାଲ ଏହି ଚିପ୍ସ୍ ମଧ୍ୟରେ ସର୍ଟ-ସର୍କିଟ୍ କରିପାରେ କିମ୍ବା ଏହି ବ୍ୟବସ୍ଥାକୁ ରିବୁଟ୍ ମୋଡ୍‌ (Reboot Mode) କୁ ନେଇଯାଏ। ଗୁପ୍ତଚର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏହି ଜ୍ଞାନକୌଶଳକୁ ସବୁଠାରୁ ବଡ଼ ଗୁପ୍ତ ଅସ୍ତ୍ର ବୋଲି କୁହାଯାଏ।

ଇତିହାସ ସାକ୍ଷୀ ରହିଛି ଯେ ଯୁଦ୍ଧ ସମୟରେ ଯୋଗାଣ ଶୃଙ୍ଖଳକୁ ବାଧିତ କରି ଯୁଦ୍ଧ ବିମାନକୁ ଅକାମୀ କରିଦିଆଯାଏ। ଯାହାର ଉଦାହରଣ ୧୯୮୨ ମସିହାରେ ହୋଇଥିବା ଫକଲ୍ୟାଣ୍ଡ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା। ଯେତେବେଳେ ଫ୍ରାନ୍ସ , ଆର୍ଜେଣ୍ଟିନାକୁ ପ୍ରଦାନ କରିଥିବା ଏକ୍ସୋସେଟ୍ କ୍ଷେପଣାସ୍ତ୍ରର ଗୁପ୍ତ କୋଡ୍ (Exocet Missile Secret Code) ବ୍ରିଟେନ୍କୁ ଜଣାଇ ଦେଇଥିଲା। ଯାହା ଦ୍ୱାରା ଆର୍ଜେଣ୍ଟିନାର ଆକ୍ରମଣ କ୍ଷମତା ହ୍ରାସ ପାଇଥିଲା। ସେହିପରି ଯେତେବେଳେ ଆମେରିକା ପ୍ରଶାସନ କୌଣସି ଦେଶ ଉପରେ ପ୍ରତିବନ୍ଧକ ଲଗାଏ, ସେତେବେଳେ ଆମେରିକୀୟ ଯୁଦ୍ଧ ବିମାନର ସ୍ପେୟାର ପାର୍ଟସ୍ ଏବଂ ସଫ୍ଟୱେର୍ ପ୍ୟାଚ୍ ଯୋଗାଣ ବନ୍ଦ ହୋଇଯାଏ। ଯାହାର ସଦ୍ୟତମ ଉଦାହରଣ ହେଉଛି ଇରାନ। ଯେଉଁଠାରେ ସ୍ପେୟାର ପାର୍ଟସ୍ ଅଭାବରୁ ଇରାନ, ଆମେରିକାରୁ ଆମଦାନୀ କରିଥିବା ଏଫ୍-୧୪ ଟମକାଟ୍ ଜେଟ୍ (US F-14 Tomcat Jets) ଧାତୁ ନିର୍ମିତ ବାକ୍ସରେ ପରିଣତ ହୋଇଯାଇଛି। ମଧ୍ୟ ପ୍ରାଚ୍ୟ ସଂକଟ ସମୟରେ ଇରାନ ବାୟୁସେନା ଏଫ୍-୧୪ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ସକ୍ଷମ ହୋଇ ପାରୁନାହିଁ।

ଯେତେବେଳେ କୌଣସି ଦେଶ, ଅନ୍ୟ ଦେଶ ପାଖରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିଥାଏ, ସେତେବେଳେ କ୍ରେତା ଦେଶ, ବିକ୍ରେତା ଦେଶ ବ୍ଲାକ୍ ମେଲିଂ କରାଯିବାର ଆଶଙ୍କାରେ ରହିଥାଏ। ଏହି କାରଣରୁ ଭାରତ ସରକାର, "ଆତ୍ମନିର୍ଭର ଭାରତ" ଏବଂ "ମେକ୍ ଇନ୍ ଇଣ୍ଡିଆ" ପଦକ୍ଷେପ ଅଧିନରେ ସ୍ୱଦେଶୀ ଲଢ଼ୁଆ ବିମାନ ଯେପରିକି ତେଜସ୍ ବିକଶିତ କରୁଛନ୍ତି। ଯେତେବେଳେ କୌଣସି ଦେଶ ଏହାର ନିଜସ୍ୱ ସଫ୍ଟୱେର୍ ଏବଂ କୋଡ୍ ବିକଶିତ କରିଥାଏ ସେତେବେଳେ "କିଲ୍ ସ୍ୱିଚ୍" ରହିବାର ବିପଦ ଦୂର ହୋଇଯାଏ। ସ୍ୱଦେଶୀ ଜ୍ଞାନକୌଶଳ ନିଶ୍ଚିତ କରେ ଯେ ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ବିମାନର ରିମୋଟ୍ କଣ୍ଟ୍ରୋଲ୍ କୌଣସି ବିଦେଶୀ ଶକ୍ତି ହାତରେ ରହେନାହିଁ। ସୁରକ୍ଷାର ଗ୍ୟାରେଣ୍ଟି ସେତେବେଳେ ସମ୍ଭବ ଯେତେବେଳେ ଚିପ୍ ଠାରୁ କୋଡ୍ ପର୍ଯ୍ୟନ୍ତ ସବୁକିଛି କୌଣସି ଦେଶର ନିଜେ ବିକଶିତ କରିଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fighter Jet ‘Kill Switch’ Back in Focus: What It Means for India | Argus News