Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ହ୍ବାଇଟହାଉସରେ ଥାଏ କେଉଁ ସୁବିଧା , ଜାଣନ୍ତୁ ପୁରା ତଥ୍ୟ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ହ୍ବାଇଟହାଉସରେ ଥାଏ କେଉଁ ସୁବିଧା , ଜାଣନ୍ତୁ ପୁରା ତଥ୍ୟ...

Key Points

  • ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟହାଉସ
  • ହ୍ବାଇଟହାଉସରେ ଥାଏ କେତୋଟି ରୁମ
  • କେଉଁ ସୁବିଧା ଥାଏ ହ୍ବାଇଟହାଉସରେ

ଅର୍ଗସ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଖୁବଶୀଘ୍ର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ ଡୋନାଲ୍ଡ ଟ୍ରମ୍ଫ । ଏବଂ ପୁଣି ଥରେ ଫେରିବେ ନିଜର ହ୍ବାଇଟହାଉସକୁ । ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟହାଉସକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ତେବେ କିପରି ଥାଏ ହ୍ବାଇଟ ହାଉସର ରୁମ । ଏହା ଭିତରେ କିପରି ବ୍ୟବସ୍ଥା ଥାଏ, ଆସନ୍ତୁ ଜାଣିବା ।
ଆମେରିକାର ଏହି ରାଷ୍ଟ୍ରପତି ଭବନର ନାଁ ପୂର୍ବରୁ ହ୍ବାଇଟ ହାଉସ ନଥିଲା । ପ୍ରଥମେ ଏହାର ନାଁ ଥିଲା ପ୍ରେସିଡେଣ୍ଟ ପ୍ୟାଲେସ । କିନ୍ତୁ ୧୯୦୧ ମସିହାରେ ରାଷ୍ଟ୍ରପତି ରୁସଭେଲ୍ଟ ଏହାର ନାଁ ପରିବର୍ତ୍ତନ କରି ହ୍ବାଇଟହାଉସ ରଖିଥିଲେ । 

ଏହି ହ୍ବାଇଟ ହାଉସରେ ରହିଛି ୧୩୨ଟି ରୁମ , ୩୫ଟି ବାଥରୁମ । ଏହା ବ୍ୟତୀତ ୪୧୨ଟି ଗେଟ୍ , ୧୪୭ଟି କବାଟ, ୨୮ଟି ଫାୟାର ପ୍ଲେସ , ୮ଟି ସିଡି ଏବଂ ୩ଟି ଲିଫ୍ଟ ବ୍ୟବସ୍ଥା ରହିଛି । 
ଏହି ହ୍ବାଇଟ ହାଉଶର ରୋଷେଇଘର ଏତେ ବଡ ଯେ ଏଥିରେ ଏକାଥରେ ୧୪୦ଜଣ ଅତିଥିଙ୍କୁ ଖାଦ୍ୟ ପରଷା ଯାଇ ପାରିବ । ହ୍ବାଇଟହାଉସ ବିଶେଷ ଭାବେ ଏହାର ରଙ୍ଗ ପାଇଁ ହିଁ ପରିଚିତ । ଏହାକୁ ସମ୍ପୁର୍ଣ୍ଣ ରଙ୍ଗ କରିବା ପାଇଁ ୫୭୦ଟି ଗ୍ୟାଲେନ ଦରକାର ହୁଏ । ଏହାର ମୁଖ୍ୟ ୩ଟି ଭାଗ ରହିଛି । ଇଷ୍ଟ ୱାଙ୍ଗ, ୱେଷ୍ଟ ୱିଙ୍ଗ , ଏଗ୍‌ଜିକ୍ୟୁଟିଭ ୱିଙ୍ଗ । ଏହି ବିଲ୍ଡିଂର ବେସମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋରରେ ବିଲ୍ଡିଂର ଷ୍ଟାଫମାନେ କାମ କରନ୍ତି । ଏବଂ ଗୋଟିଏ ଫ୍ଲୋର ଇଭେଣ୍ଟ ଏବଂ ରିସେପ୍ସନ ପାଇଁ ରିଜର୍ଭ ରହିଥାଏ । ଏହା ବ୍ୟତୀତ ଅନ୍ୟ ୨ ଫ୍ଲୋରରେ ରାଷ୍ଟ୍ରପତି ଏବଂ ତାଙ୍କର ପରିବାର ରୁହନ୍ତି । ଏହା ଭିତରେ ବ୍ଲୁ ରୁମ, ରେଡ ରୁମ ଏବଂ ଗ୍ରୀନ ରୁମ ଭଳି ରୁମ ରହିଛି । 
 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Find out more about what facilities are available at whitehouse | Argus News