Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଶ୍ବ ଖୁସି ସୂଚକାଙ୍କରେ ପୁଣି ଥରେ ଫିନଲାଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଶ୍ବ ଖୁସି ସୂଚକାଙ୍କରେ ପୁଣି ଥରେ ଫିନଲାଣ୍ଡ

ଅର୍ଗସ ବ୍ୟୁରୋ : ଫିନଲାଣ୍ଡର ଲୋକମାନେ ସବୁଠାରୁ ଖୁସିରେ ଅଛନ୍ତି । ବିଶ୍ବ ଖୁସି ସୂଚକାଙ୍କରେ ପୁଣି ଥରେ ଫିନଲାଣ୍ଡ ପ୍ରଥମ ସ୍ଥାନରେ ରହିଛି । ଲଗାତର ୭ବର୍ଷ ଧରି ଫିନଲାଣ୍ଡ ପ୍ରଥମ ସ୍ଥାନରେ ରହୁଛି । ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ବିଡେନ୍ ବିଶ୍ବ ଖୁସି ସୂଚକାଙ୍କର ଶ୍ରେଷ୍ଠ ୧୦ଟି ସ୍ଥାନରେ ରହଛନ୍ତି । ବିଶ୍ବ ଖୁସି ସୂଚକାଙ୍କରେ ସବୁଠୁ ତଳେ ରହିଛି ଆଫଗାନିସ୍ତାନ । ଏହାର ରାଙ୍କ ରହିଛି ୧୪୩ । ୨୦୨୦ରେର ତାଲିବାନ କ୍ଷମତା ଅକ୍ତିଆର କରିବା ପରଠାରୁ ଆଫଗାନିସ୍ତାରେ ଲୋକଙ୍କ ଅବସ୍ଥା ବିଗିଡିବାରେ ଲାଗିଛି ।

ଅଧିକ ପଢନ୍ତୁ : ପଖାଳ କଂସାକୁ, କଂଚା ଲଙ୍କା : ଶୁଖୁଆ ପୋଡ଼ାକୁ, ରସୁଣ ପାଖୁଡ଼ା....ଓଃ ପାଗ ପୂରା ଜମିଲା

ଖୁସି ସୂଚକାଙ୍କରେ ଆମେରିକା ୨୩ତମ ସ୍ଥାନରେ ଥିବା ବେଳେ ଜର୍ମାନୀ ୨୪ ତମ ସ୍ଥାନରେ ରହିଛି । ଏସୀୟ ଦେଶ କୁଏତ ଏହି ତାଲିକାର ୧୩ତମ ସ୍ଥାନରେ ରହିଛି । ନାଗରିକମାନଙ୍କ ଜୀବନକୁ ନେଇ କେତେ ସନ୍ତୁଷ୍ଟ, ସାମାଜିକ ଦାୟିତ୍ବବୋଧ, ସ୍ବାଧୀନତା, ବଦାନ୍ୟତା, ଦୁର୍ନୀତି ପ୍ରସଙ୍ଗକୁ ନେଇ ଜାତିସଂଘ ପକ୍ଷରୁ ବିଶ୍ବ ଖୁସି ସୂଚକାଙ୍କ ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Finland tops the world happiness index once again | Argus News