Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ତୁର୍କିରେ ଅଘଟଣ : ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ତୁର୍କିରେ ଅଘଟଣ : ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ତୁର୍କିରେ ଘଟିଲା ବଡ଼ ଧରଣର ଅଘଟଣ । ତୁର୍କିର ଇସ୍ତାନବୁଲ ସହରର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ । ଘଟଣାରେ ଆହୁରି ଅନେକ ଆହତ ହୋଇଛନ୍ତି । କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିଆଁକୁ ଆୟତ୍ତ କରାଯାଇଛି ।

ଅଧିକ ପଢନ୍ତୁ ବିଦେଶ ଖବର

ଖବର ଅନୁଯାୟୀ, ଇସ୍ତାନବୁଲରେ ଥିବା ମାସକରେଡ୍ ନାଇଟ୍ କ୍ଲବକୁ ମରାମତି ପାଇଁ ବନ୍ଦ କରି ଦିଆଯାଇଥିଲା । ଏହି ନାଇଟ୍ କ୍ଲବଟି ବେସିକଟାସ୍ ଜିଲ୍ଲାର ଏକ ୧୬ ମହଲା ଆବାସିକ କୋଠାର ତଳ ମହଲାରେ ଥିଲା । ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ମୃତ୍ୟୁବରଣ କରିଥିବା ଲୋକମାନେ ଉକ୍ତ କ୍ଲବର ମରାମତି କାମରେ ଲାଗିଥିବା ଶ୍ରମିକ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire at an Istanbul nightclub during renovations kills at least 29 people | Argus News