Videos
|
International

ଦୁବାଇରେ ପ୍ରକୃତି ରଚୁଛି ତାଣ୍ଡବ, ବାତିଲ୍ ହେଲା ୨୮ ବିମାନ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁବାଇରେ ପ୍ରକୃତି ରଚୁଛି ତାଣ୍ଡବ, ବାତିଲ୍ ହେଲା ୨୮ ବିମାନ

ଅର୍ଗସ ବ୍ୟୁରୋ : ଦୁବାଇରେ ପ୍ରକୃତି ରଚୁଛି ତାଣ୍ଡବ । ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ କଲବଲ ହୋଉଛନ୍ତି ଲୋକେ । ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି । 

ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି । ଦୁବାଇର ଫ୍ଲାଗସିପ୍ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ ଦୁବାଇରେ ଖରାପ ପାଗ ଏକ ଯାତ୍ରା ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି । 

ଅଧିକ ପଢନ୍ତୁ ବିଦେଶ ଖବର

ଗତକାଲି ଦୁବାଇରେ ରେକର୍ଡ ବର୍ଷା ହୋଇଛି, ଯାହା ୟୁଏଇ ସହର ଗଠନ ପରେ ପ୍ରଥମ । ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୯୭୧ରେ ୟୁଏଇ ଗଠନ ପୂର୍ବରୁ ୧୯୪୯ ମସିହାରେ ଏପରି ଝଡ଼-ବର୍ଷା ହୋଇଥିଲା । ବର୍ଷା ଯେ କେବଳ ଦୁବାଇକୁ ପ୍ରଭାବିତ କରିଛି ତାହା ନୁହେଁ, ସମଗ୍ର ୟୁଏଇ ଏବଂ ପଡୋଶୀ ବହାରେନରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: