Videos
|
International

FlyDubai Crash Plan / ଫ୍ଲାଇଟ ହାଇଜକ ପରେ ଇସ୍ରାଏଲରେ କ୍ରାଶ କରିବାର ଥିଲା ମାଷ୍ଟରପ୍ଲାନ… କୋ-ପାଇଲଟର ଭୟଙ୍କର ସତ ସାମ୍ନାକୁ ଆସିଲା

Ritu Das
Browse all articles by Ritu Das
·1 hour ago·2 min read
ଫ୍ଲାଇଟ ହାଇଜକ ପରେ ଇସ୍ରାଏଲରେ କ୍ରାଶ କରିବାର ଥିଲା ମାଷ୍ଟରପ୍ଲାନ… କୋ-ପାଇଲଟର ଭୟଙ୍କର ସତ ସାମ୍ନାକୁ ଆସିଲା
India

Key Points

ଫ୍ଲାଏ ଦୁବାଇର ଫ୍ଲାଇଟ ୧୦୭୩ କୁ କ୍ରାଶ କରିବା ମାମଲାରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି
ଫ୍ଲାଏ ଦୁବାଇର ଫ୍ଲାଇଟ ୧୦୭୩ କୁ କ୍ରାଶ କରିବା ମାମଲାରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଇସ୍ରାଏଲ ମିଡିଆ ମୁତାବକ, କୋ-ପାଇଲଟ ଯାଞ୍ଚ କରୁଥିବା ଅଧିକାରୀଙ୍କୁ କହିଛନ୍ତି କି, ଏହି ବିମାନ ଦୁର୍ଘଟଣା ଇସ୍ରାଏଲ ରେ କରିବାର ଯୋଜନା ଥିଲା। ଆକ୍ରମଣକାରୀ କୋ-ପାଇଲଟର ପରିଚୟ ଓମାନର ନାଗରିକ ହମାମ୍ ଅଲ୍-ହମାମୀ ଭାବେ ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ସେ ସିରିଆରେ ରହିବା ସମୟରେ ଚରମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲା ଏବଂ ସେ ବିମାନକୁ ଇସ୍ରାଏଲରେ କ୍ରାସ୍ କରାଇବାକୁ ଚାହୁଁଥିଲା ।

ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ 'ଓମାନ ଏୟାର'ରେ କୋ-ପାଇଲଟ୍ ଟ୍ରେନି ଭାବେ କାର୍ଯ୍ୟ କରୁଥିବା ବେଳେ ହମାମ୍ ଚରମପନ୍ଥୀ ଇସଲାମିକ୍ ୱେବସାଇଟ୍ ଦେଖୁଥିବା ଧରାପଡ଼ିଥିଲା । ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଓମାନ ଏୟାର ତାକୁ ଉଡ଼ାଣରୁ ସସପେଣ୍ଡ କରି ଅଫିସିଆଲ୍ କାମରେ ଲଗାଇଥିଲା । ଓମାନରୁ ବ୍ୟାନ୍ ହେବା ପରେ ସେ ଦୁବାଇ ପହଞ୍ଚିଥିଲା । ଫ୍ଲାଏଦୁବାଇ ବିନା କୌଣସି ପୃଷ୍ଠଭୂମି ଯାଞ୍ଚରେ ତାକୁ ପାଇଲଟ୍ ଭାବେ ନିଯୁକ୍ତି ଦେଇଥିଲା ।

ଏକ ରିପୋର୍ଟ ଅନୁଯାୟୀ, ଗିରଫ ହେବା ପରେ ଅଭିଯୁକ୍ତ ସାଉଦି ଆରବ ଏବଂ UAE ତଦନ୍ତକାରୀ ଦଳ ଆଗରେ ସ୍ୱୀକାର କରିଛି ଯେ, ତା’ର ପ୍ରକୃତ ଲକ୍ଷ୍ୟ ଥିଲା ବିମାନକୁ ଇସ୍ରାଏଲରେ ନେଇ କ୍ରାସ୍ କରାଇବା । ଏହି ଦାବି ସତ ହୋଇଥିଲେ ଏହା କେବଳ କକପିଟ୍ ଆକ୍ରମଣ ନୁହେଁ, ବରଂ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ହେଉଛି । ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଏହି ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଥିଲେ । ଉଡ଼ାଣ ସମୟରେ କୋ-ପାଇଲଟ୍ ହମାମ୍ କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା । କକପିଟ୍ ଭିତରେ ଗଣ୍ଡଗୋଳ ଦେଖି ଯାତ୍ରୀମାନେ କଷ୍ଟମଷ୍ଟେ କକ୍ପିଟ୍ ଦ୍ୱାର ଖୋଲି ଭିତରକୁ ପଶିଥିଲେ ଏବଂ ଆକ୍ରମଣକାରୀ ସହ-ପାଇଲଟକୁ କାବୁ କରିଥିଲେ ।

ଆକ୍ରମଣ ପରେ ବିମାନର ରୁଟ୍ ବଦଳାଯାଇ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ପାଇଲଟଙ୍କ ସମେତ ଯାତ୍ରୀ ଓ ସୁରକ୍ଷାକର୍ମୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିଛି । ବର୍ତ୍ତମାନ ଏହି ସଂପୂର୍ଣ୍ଣ ମାମଲାର ତଦନ୍ତ ସଂଯୁକ୍ତ ଅରବ ଏମିରେଟ୍ସ (UAE) ନେତୃତ୍ୱରେ ଚାଲିଛି । ସାଉଦି ଆରବ ଏହାର ପ୍ରାଥମିକ ତଦନ୍ତ କରିଥିବା ବେଳେ, ରଏଟର୍ସର ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଗୁଇନ୍ଦା ଓ ତଦନ୍ତକାରୀ ଦଳ ମଧ୍ୟ ଅଭିଯୁକ୍ତକୁ ଜେରା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: