Videos
|
International

Flydubai Attack / ସବୁଠାରୁ ବଡ଼ ଓ ଭୟାନକ ଖୁଲାସା; କୋ-ପାଇଲଟ୍ ହମାମ୍ ଜଣେ କଠୋରପନ୍ଥୀ ଆତଙ୍କୀ ଚିନ୍ତାଧାରାର ବ୍ୟକ୍ତି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସବୁଠାରୁ ବଡ଼ ଓ ଭୟାନକ ଖୁଲାସା; କୋ-ପାଇଲଟ୍ ହମାମ୍ ଜଣେ କଠୋରପନ୍ଥୀ ଆତଙ୍କୀ ଚିନ୍ତାଧାରାର ବ୍ୟକ୍ତି
Who Is Co-Pilot Hamam Al-Hammami?

Key Points

ସାମ୍ନାକୁ ଆସିଲା 'ଫ୍ଲାଏଦୁବାଇ' ସୈତାନର ପରିଚୟ
କୋ-ପାଇଲଟର ନାଁ 'ହମାମ୍ ଅଲ-ହମାମୀ'
ପୂର୍ବରୁ ସେ ଓମାନ୍ ଏୟାରଲାଇନ୍ସରେ କାମ କରୁଥିଲା
୨୦୨୪-୨୫ରେ 'ଓମାନ ଏୟାର'ରୁ ବହିଷ୍କାର କରାଯାଇଥିଲା
ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନରେ ଆକାଶମାର୍ଗରେ ଘଟିଥିବା ଚାଞ୍ଚଲ୍ୟକର ଘଟଣାକୁ ନେଇ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ଓ ଭୟାନକ ଖୁଲାସା । ଦୁବାଇରୁ ଇସ୍ରାଏଲ୍‌ ଯାଉଥିବା ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିବା କୋ-ପାଇଲଟ୍ ହମାମ୍ ଅଲ-ହାମାମୀ ଜଣେ କଠୋରପନ୍ଥୀ ଆତଙ୍କୀ ଚିନ୍ତାଧାରାର ବ୍ୟକ୍ତି ।

ସେ କେବଳ ବିମାନକୁ କ୍ରାସ୍ କରିବାକୁ ଚାହୁଁ ନଥିଲେ ବରଂ 9/11 ଶୈଳୀରେ ବିଶ୍ଵ ପ୍ରସିଦ୍ଧ 'ବୁର୍ଜ ଖଲିଫା' କିମ୍ବା ତେଲ୍ ଅଭିବର କୌଣସି ଉଚ୍ଚ କୋଠାରେ ବିମାନକୁ ପିଟିବାକୁ କରିଥିଲା ଷଡ଼ଯନ୍ତ୍ର । ଫଳରେ ବିମାନରେ ଥିବା ଯାତ୍ରୀଙ୍କ ସହ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଇଥାନ୍ତା ।

ଏଥିସହ ପଢ଼ନ୍ତୁ: ଏଠାରେ ମନ୍ଦିର ଉପରେ ଆକ୍ରମଣ: ଭିତରେ ଥିଲେ ଶ୍ରଦ୍ଧାଳୁ, ଇଟା ମାଡ଼ କଲେ ଦୁର୍ବୃତ୍ତ 

ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲା ଫ୍ଲାଏଦୁବାଇର କୋ-ପାଇଲଟ୍ । ଯାହାର ନାଁ 'ହମାମ୍ ଅଲ-ହମାମୀ' ବୋଲି ଜଣାପଡ଼ିଛି । ତାର ବାପା ଓମାନର ହୋଇଥିବାବେଳେ ମା' ସିରିଆର । UAEରେ ଜନ୍ମିତ ହମାମ୍ ପୂର୍ବରୁ ଓମାନ ଏୟାରଲାଇନ୍ସରେ କାମ କରୁଥିଲା । ହେଲେ ୨୦୨୪-୨୫ରେ 'ଓମାନ ଏୟାର'ରୁ ତାକୁ ବହିଷ୍କାର କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଅଭିବ ଯାଉଥିବା FZ1073 ବିମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀ ହଠାତ୍ କକପିଟ୍‌ରେ ଥିବା କ୍ରାସ୍ ଆକ୍ସ ବା କୁରାଢ଼ି ସାହାଯ୍ୟରେ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ । ସେ କେବଳ ବିମାନକୁ କ୍ରାସ୍ କରିବାକୁ ଚାହୁଁନଥିଲା ବରଂ 9/11 ଶୈଳୀରେ ବିଶ୍ୱପ୍ରସିଦ୍ଧ 'ବୁର୍ଜ ଖଲିଫା' କିମ୍ବା ତେଲ୍ ଆଭିଭ୍‌ର କୌଣସି ଉଚ୍ଚ କୋଠାରେ ବିମାନକୁ ପିଟି ହଜାର ହଜାର ନିରୀହ ଲୋକଙ୍କ ଜୀବନ ନେବାକୁ ରଚିଥିଲେ ଭୟାନକ ଷଡ଼ଯନ୍ତ୍ର ।

ବିମାନର କକପିଟରେ ମୁଖ୍ୟ ପାଇଲଟଙ୍କୁ ରକ୍ତାକ୍ତ କରିପକାଇବାବେଳେ, ଦ୍ରୁତ ଗତିରେ ତଳକୁ ଖସିଥିଲା ବିମାନ । ଆଉ ଏତିକି ବିମାନର କ୍ରିଉ ମେମ୍ବର ଓ ଯାତ୍ରୀମାନେ ସାହସ ଦେଖାଇ ଆକ୍ରମଣକାରୀ କୋ-ପାଇଲଟକୁ କାବୁ କରି ନେଇଥିଲେ । ଏହାପରେ ବିମାନକୁ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ସୁରକ୍ଷିତ ଜରୁରୀ ଅବତରଣ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ଫ୍ଲାଇଦୁବାଇ ଘଟଣା; କକପିଟ୍‌ରେ ୫ ସେକେଣ୍ଡ ଡେରି କଣ ହୋଇଥାନ୍ତା ?

UAE ବୈଦେଶିକ ମନ୍ତ୍ରାଳୟ ଓ ଆଟର୍ନି ଜେନେରାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ପ୍ରଥମଥର ପାଇଁ ଏହା ଏକ ଆତଙ୍କବାଦୀ ଆକ୍ରମଣ ପ୍ରୟାସ ଥିଲା ବୋଲି ସ୍ବୀକାର କରିବା ସହ ଏହା ପଛରେ ଥିବା ଅପରାଧିକ ଷଡ଼ଯନ୍ତ୍ର ଓ ପୂର୍ବ ଯୋଜନାର ପୂର୍ଣ୍ଣାଙ୍ଗ ତଦନ୍ତ ଚାଲିଥିବା ସୂଚନା ଦେଇଛି UAE ।

ଯେଉଁ ବ୍ୟକ୍ତିଙ୍କୁ ଉଗ୍ରପନ୍ଥୀ ଚିନ୍ତାଧାରା ପାଇଁ ନିଜ ଦେଶର ଏୟାରଲାଇନ୍ସରୁ ବାହାର କରାଯାଇଥିଲା, ସେ କିପରି ଏକ ଆନ୍ତର୍ଜାତୀୟ ଏୟାରଲାଇନ୍ସରେ ଯାତ୍ରୀବାହୀ ବିମାନ ଚଳାଇବାର ସୁଯୋଗ ପାଇଲେ ? ଏହି ବଡ଼ ସୁରକ୍ଷା ତ୍ରୁଟି ଏବେ ସାରା ବିଶ୍ୱର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଚିନ୍ତା ବଢ଼ାଇ ଦେଇଛି ।